ସଂସଦ ଟିଭି ଆଙ୍କର ପଦରୁ ଇସ୍ତଫା ଦେଲେ ପ୍ରିୟଙ୍କା ଚତୁର୍ବେଦୀ, ମେରୀ କାହାନୀ ସୋ’ର ଉପସ୍ଥାପିକା ଭାବେ ଦାୟିତ୍ୱ ତୁଲାଉଥିଲେ

କେନ୍ୟୁଜ୍(ବ୍ୟୁରୋ): ସଂସଦ ଟିଭି ଆଙ୍କର ପଦରୁ ଇସ୍ତଫା ଦେଲେ ପ୍ରିୟଙ୍କା ଚତୁର୍ବେଦୀ । ଶିବସେନାର ରାଜ୍ୟସଭା ସାଂସଦ ପ୍ରିୟଙ୍କା ସଂସଦ ଟିଭିର ମେରୀ କାହାନୀ ସୋ’ର ଉପସ୍ଥାପିକା ଭାବେ ଦାୟିତ୍ୱ ତୁଲାଉଥିଲେ । ଅନ୍ୟ ୧୧ଜଣ ସାଂସଦଙ୍କ ସହ ପ୍ରିୟଙ୍କାଙ୍କୁ ରାଜ୍ୟସଭାରୁ ନିଲମ୍ବନ କରାଯିବା ପ୍ରତିବାଦରେ ସେ ଏଥିରୁ ଇସ୍ତଫା ଦେଇଥିବା ରାଜ୍ୟସଭା ଅଧ୍ୟକ୍ଷ ଡ. ଭେଙ୍କୟା ନାଇଡୁଙ୍କୁ ଚିଠି ଲେଖି ଜଣାଇଛନ୍ତି।

ନିଲମ୍ବନ ଦ୍ୱାରା ସାଂସଦ ଭାବେ ତାଙ୍କ ଟ୍ରାକ୍‌ ରେକର୍ଡ ଖରାପ ହୋଇଛି। ତାଙ୍କ ସହ ଅନ୍ୟାୟ ହୋଇଥିବା ତାଙ୍କର ହୃଦବୋଧ ହୋଇଛି। କିନ୍ତୁ ଗୃହର ଅଧ୍ୟକ୍ଷଙ୍କ ଦୃଷ୍ଟିରେ ଯଦି ନିଲମ୍ବନ ଠିକ୍‌, ତେବେ ସେ ଏହାକୁ ମାନିନେବାକୁ ପ୍ରସ୍ତୁତ ବୋଲି ଲେଖିଛନ୍ତି ପ୍ରିୟଙ୍କା ଚତୁର୍ବେଦୀ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.