ଅଜଗର ମୁହଁରେ ମାଙ୍କଡ଼! ସାଥୀକୁ ବଞ୍ଚେଇବା ପାଇଁ ସଂଘର୍ଷ କରୁଛନ୍ତି ମାଙ୍କଡ଼ ଦଳ, ଦେଖନ୍ତୁ ଭାଇରାଲ ଭିଡିଓ

ଥାଇଲାଣ୍ଡର ଥାଇ ନ୍ୟାଶନାଲ ପାର୍କରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି, ଯାହାକି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏଠାରେ ଏକ ବିରାଟ ଅଜଗର ଏକ ମାଙ୍କଡ଼କୁ ନିଜ ଅକ୍ତିଆରକୁ ନେଇଯାଇଛି। ଏହାପରେ ସେଠାରେ ଉପସ୍ଥିତ ୧୦ରୁ ଅଧିକ ମାଙ୍କଡ଼ ନିଜ ସାଥୀ ମାଙ୍କଡ଼କୁ ବଞ୍ଚେଇବା ପାଇଁ ଲାଗିପଡ଼ିଛନ୍ତି।

ଭିଡିଓରେ କିଛି ମାଙ୍କଡ଼ ଅଜଗରକୁ ଧରିବା ପାଇଁ ଚେଷ୍ଟା କରୁଥିବା ଦେଖିବାକୁ ମିଳୁଛି। ସେପଟେ ଅଜଗର ମଧ୍ୟ ସେମାନଙ୍କୁ ଡରାଇବାକୁ ଚେଷ୍ଟା କରୁଛି। ଏମିତି କିଛି ସମୟ ଚାଲିବା ପରେ ମାଙ୍କଡ଼ ଦଳ ସେଠାରୁ ଚାଲିଯାଉଛନ୍ତି। କିନ୍ତୁ ଶେଷ ପଯ୍ୟର୍ନ୍ତ ସେମାନେ ନିଜ ଚେଷ୍ଟା ଜାରି ରଖିଛନ୍ତି।

aaa

ଏହାସହ ପଢ଼ନ୍ତୁ: ମହଙ୍ଗା ପଡ଼ିଲା ଅଶ୍ଳୀଳ ଡ୍ରେସ୍‌, ସାଙ୍ଗ ବାହାଘର ପାର୍ଟିରେ ଏଭଳି ଅଭଦ୍ରାମୀର ଶିକାର ହେଲେ ମହିଳା

ଯେତେବେଳେ ଅଜଗରଟି ମାଙ୍କଡ଼କୁ ମାରି ଦେଉଛି, ସେତେବେଳେ ମାଙ୍କଡ଼ମାନେ ସେହି ସ୍ଥାନ ଛାଡ଼ି ଚାଲିଯାଉଛନ୍ତି। ସେମାନେ ତାଙ୍କ ସାଥୀକୁ ବଞ୍ଚେଇ ପାରୁନାହାନ୍ତି। ଏଭଳି ଏକ ହୃଦୟଥରା ଘଟଣାକୁ ଦେଖି ସୋସିଆଲ ମିଡିଆ ୟୁଜର ନିଜ ନିଜ ପ୍ରତିକ୍ରିୟା ଦେଉଛନ୍ତି। ସେମାନଙ୍କୁ ଏହି ଦୃଶ୍ୟ ବେଶ୍ ଭାବୁକ କରିଦେଉଛି।

video courtesy: viral press

Leave A Reply

Your email address will not be published.