Below header

ବଢ଼ିବାରେ ଲାଗିଛି ବାଂଲାଦେଶର ଅଧିନାୟକ ସାକିବ୍‌ ଅଲ୍‌ ହାସନ୍‌ଙ୍କ ଅଡୁଆ

ନୂଆଦିଲ୍ଲୀ: ବଢ଼ିବାରେ ଲାଗିଛି ବାଂଲାଦେଶର ଅଧିନାୟକ ସାକିବ୍ ଅଲ୍ ହାସନ୍‌ଙ୍କ ଅଡୁଆ । ଆଇସିସି ସାକିବ୍ ଅଲ୍ ହାସନ୍ ଓ ସନ୍ଦିଗ୍ଧ ଭାରତୀୟ ଦଲାଲ ଦୀପକ ଅଗ୍ରୱାଲଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ହ୍ଵାଟ୍ସଆପ ଚାଟକୁ ଜାରି କରିଛି । ଜାନୁୟାରୀ ୨୦୧୮ ମସିହାରେ ବାଂଲାଦେଶ, ଶ୍ରୀଲଙ୍କା ଓ ଜିମ୍ବାୱେ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ହ୍ଵାଟ୍ସଆପରେ ଦୀପକଙ୍କ ସହ ସାକିବ ଚାଟିଙ୍ଗ କରିଥିଲେ । ଯାହାକୁ ନେଇ ସେ ଆଇସିସି ଆଣ୍ଟି କରପସନ ୟୁନିଟକୁ ଜଣାଇନଥିଲେ ।

shakib-banଫଳରେ ଆଇସିସି ବାଂଲାଦେଶର ଅଧିନାୟକ ତଥା ବିଶ୍ୱର ୧ ନମ୍ବର ଅଲରାଉଣ୍ଡର ସାକିବ୍ ଅଲ୍ ହାସନ୍‌ଙ୍କୁ ୨ ବର୍ଷ ପାଇଁ ବାସନ୍ଦ କରିଛି। ଆଇସିସିର ଏହି କଟକଣା ପରେ ସାକିବ୍ ଅଲ୍ ହାସନ୍ ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ କୌଣସି ପ୍ରକାରର କ୍ରିକେଟ ଖେଳି ପାରିବେ ନାହିଁ। ଆଇସିସି ଆଣ୍ଟି କରପସନ ନିୟମକୁ ଉଲଂଘନ କରିଥିବା ସାକିବୁଲ ମଧ୍ୟ ନିଜେ ସ୍ୱୀକାର କରିଛନ୍ତି।

ଏହାସହ ପଢନ୍ତୁ:

ନେପାଳୀ ପର୍ବତାରୋହୀ ନିର୍ମଳ ପୁର୍ଜାଙ୍କ ରେକର୍ଡ, ମାତ୍ର ଛଅ ମାସରେ ଚଢିଲେ ବିଶ୍ୱର ୧୪ଟି ଉଚ୍ଚ ଶୃଙ୍ଗ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.