୮ ପୂର୍ବ ନୌସେନା ଅଧିକାରୀଙ୍କ ମୃତ୍ୟୁ ଦଣ୍ଡାଦେଶ ବିରୋଧରେ ଭାରତର ଆବେଦନ ଗ୍ରହଣ କଲେ କତାର କୋର୍ଟ

କତାର କୋର୍ଟ ଭାରତୀୟ ନୌସେନାର ୮ ପୂର୍ବତନ ଅଧିକାରୀଙ୍କ ଆବେଦନକୁ ସ୍ୱୀକାର କରିଛନ୍ତି। ବହୁତ ଜଲ୍‌ଦି କୋର୍ଟ ତାଙ୍କ ଅପିଲ୍‌ ଉପରେ ଶୁଣାଣି କରିପାରନ୍ତି।

କତାର କୋର୍ଟ ଭାରତୀୟ ନୌସେନାର ୮ ପୂର୍ବତନ ଅଧିକାରୀଙ୍କ ଆବେଦନକୁ ସ୍ୱୀକାର କରିଛନ୍ତି। ବହୁତ ଜଲ୍‌ଦି କୋର୍ଟ ତାଙ୍କ ଅପିଲ୍‌ ଉପରେ ଶୁଣାଣି କରିପାରନ୍ତି। ସୂଚନାଥାଉ କି, କତାର କୋର୍ଟ ଅକ୍ଟୋବର ୨୬ରେ ଭାରତୀୟ ନୌସେନା ଅଧିକାରୀମାନଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ, ଯାହାକୁ ନେଇ ଭାରତର ବୈଦେଶିକ ମନ୍ତ୍ରଣାଳୟ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲା। ମନ୍ତ୍ରଣାଳୟ ଆଶ୍ୱସନା ଦେଇଥିଲା ଯେ ସରକାର ସମସ୍ତ ଆଇନଗତ ବିକଳ୍ପ ଖୋଜୁଛନ୍ତି।

ସୂଚନାଯୋଗ୍ୟ, ୮ ଜଣ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କ ମୃତ୍ୟୁ ଦଣ୍ଡାଦେଶ ବିରୋଧରେ ଭାରତ ସରକାର ଏହି ଆବେଦନ ଦାଖଲ କରିଥିଲେ, ଯାହାକୁ ଏବେ କତାର କୋର୍ଟ ସ୍ୱୀକାର କରିଛନ୍ତି। ବହୁତ ଜଲ୍‌ଦି ଏହା ଉପରେ ଶୁଣାଣି ଆରମ୍ଭ ହୋଇପାରେ।

ଏଥି ପୂର୍ବରୁ ଗୁରୁବାର ବୈଦେଶିକ ମନ୍ତ୍ରଣାଳୟ କହିଥିଲା କି, ସମସ୍ତ ଆଇନଗତ ବିକଳ୍ପ ଉପରେ ବିଚାର କରି କତାରରେ ଅପିଲ୍‌ ଦାୟର କରାଯାଇଛି। ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ୍‌ ବାଗ୍‌ଚୀ କହିଥିଲେ, ଭାରତ ଏହି ମାମଲା ସମ୍ବନ୍ଧରେ କତାର ଅଧିକାରୀମାନଙ୍କ ସହିତ କଥାବାର୍ତ୍ତା କରୁଛି। ସରକାର ଦେଶର ପୂର୍ବତନ ନୌସେନା ଅଧିକାରୀମାନଙ୍କୁ ସମସ୍ତ ଆଇନଗତ ଏବଂ ଦୂତାବାସ ସମ୍ବନ୍ଧୀୟ ସହାୟତା ପ୍ରଦାନ କରୁଛନ୍ତି।

କହି ରଖୁଛୁ, ଗତ ବର୍ଷ ଅଗଷ୍ଟରେ କତାରର ଅଧିକାରୀମାନେ ଇସ୍ରାଏଲ ପାଇଁ ଗୁଇନ୍ଦାଗିରି କରିବା ଅଭିଯୋଗରେ ଏହି ଭାରତୀୟ ଅଧିକାରୀମାନଙ୍କୁ ଗିରଫ କରିଥିଲେ। ପରେ ସେମାନଙ୍କୁ ଜେଲ ପଠାଇ ଦେଇଥିଲେ। ସେହି ଦିନଠାରୁ ଭାରତ ସରକାର ସେମାନଙ୍କୁ କୂଟନୈତିକ ସୁବିଧା ପ୍ରଦାନ କରି ଆସୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.