ବନ୍ଧୁକ ମୁନରେ ଛାତ୍ରୀଙ୍କୁ ଅପହରଣ ପାଇଁ ଉଦ୍ୟମ, କାବୁ ହେଲେ ଯୁବକ

ପୁରା ଫିଲ୍ମ ଷ୍ଟାଇଲ୍ ରେ ଅପହରଣ ପାଇଁ ହୋଇଥିଲା ଷଡଯନ୍ତ୍ର। ବନ୍ଧୁକ ମୁନରେ ଛାତ୍ରୀଙ୍କୁ ଅପହରଣ ପାଇଁ ଉଦ୍ୟମ। ସ୍ପଷ୍ଟ ଦିବାଲୋକରେ ଏହି ଅପହରଣ ଉଦ୍ୟମ କରାଯାଇଛି ଯାହା ଫେଲ୍ ମାରିଛି । ଏକତରଫା ପ୍ରେମରୁ କେନ୍ଦ୍ର କରି ଜଣେ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ କରାଯାଇଥିବା ସୂଚନା ମିଳିଛି ।

ଜଳେଶ୍ୱର (କେନ୍ୟୁଜ): ସବୁବେଳେ କୁହାଯାଏ ପ୍ରେମ ଶାଶ୍ୱତ, ଚିରନ୍ତନ, ପବିତ୍ର। ଦୁଇଟି ମନ ଓ ହୃଦୟର ମିଳନକୁ ହିଁ ତ ପ୍ରେମ କୁହାଯାଏ। ଏହା ଏକ ସ୍ୱତନ୍ତ୍ର ଭାବନା, ଯାହା ଦେଖେନି ଧନୀ ଗରିବ, ଗୋରା କଳା, ଡେଙ୍ଗାଗେଡ଼ା, ବୟସ ତାରତମ୍ୟ। ହେଲେ ଏକତରଫା ପ୍ରେମକୁ ଆପଣ କଣ କହିବେ । ତେବେ ପ୍ରାୟତଃ ସମୟରେ ଦେଖାଯାଇଛି ଏହି ଏକତରଫା ପ୍ରେମ ଭାରି ମହଙ୍ଗା ସାବ୍ୟସ୍ତ ହୋଇଛି । ଏହି ଏକତରଫା ପ୍ରେମରେ ପଡ଼ିଥିବା ବ୍ୟକ୍ତି ନିଜ ସାଥୀକୁ ପାଇବାକୁ କୌଣସି ବି ସ୍ତରକୁ ଖସିବାକୁ ପ୍ରସ୍ତୁତ ଥାଆନ୍ତି । ଠିକ୍ ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି।

ପୁରା ଫିଲ୍ମ ଷ୍ଟାଇଲ୍ ରେ ଅପହରଣ ପାଇଁ ହୋଇଥିଲା ଷଡଯନ୍ତ୍ର। ବନ୍ଧୁକ ମୁନରେ ଛାତ୍ରୀଙ୍କୁ ଅପହରଣ ପାଇଁ ଉଦ୍ୟମ। ସ୍ପଷ୍ଟ ଦିବାଲୋକରେ ଏହି ଅପହରଣ ଉଦ୍ୟମ କରାଯାଇଛି ଯାହା ଫେଲ୍ ମାରିଛି । ଏକତରଫା ପ୍ରେମରୁ କେନ୍ଦ୍ର କରି ଜଣେ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ କରାଯାଇଥିବା ସୂଚନା ମିଳିଛି। ତେବେ ଅପହରଣ ଉଦ୍ୟମ ବେଳେ ଯୁବକ ଜଣଙ୍କୁ କାବୁ କରିନେଇଥିଲେ ସ୍ଥାନୀୟ ଲୋକେ । କାବୁ କରି ପୋଲିସର ଜିମା ଦେଇଥିଲେ । ତେବେ ଯୁବକଙ୍କ ନିକଟରୁ ଏକ ବନ୍ଧୁକ ଜବତ ହୋଇଛି । ବାଲେଶ୍ୱର କମର୍ଦା ଥାନା ପୀର ପଡ଼ିଆରେ ଘଟିଛି ଏହି ଘଟଣା ।

ମିଳିଥିବା ସୂଚନା ମୁତାବକ, ପୀର ପଡିଆରେ ସୁରେନ୍ଦ୍ରନାଥ ଉଚ୍ଚ ବିଦ୍ଯାଳୟ ପକ୍ଷରୁ ସମନ୍ବିତ ଯୁବ ବିକାଶ କାର୍ଯ୍ଯକ୍ରମ ମାଧ୍ଯମରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରକାର ଖେଳ ଏବଂ ପ୍ରତିଯୋଗୀତା ଚାଲୁଥିଲା । ଠିକ୍ ଏତିକି ବେଳେ ହଠାତ ଜଣେ ଯୁବକ ପଡିଆ ଭିତରକୁ ବନ୍ଧୁକ ଧରି ପଶି ଆସିବାରୁ ଛାତ୍ର ଛାତ୍ରୀ ମାନେ ଭୟଭୀତ ହୋଇ ଯାଇଥିଲେ। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଯୁବକକୁ କାବୁ କରି କମର୍ଦ୍ଦା ପୋଲିସକୁ ଖବର ଦେଇଥିଲେ, ଯୁବକ ଜଣଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଛି ପୋଲିସ୍ ।

କେତେବେଳେ ପରୀକ୍ଷା କେନ୍ଦ୍ର ବାହାରୁ ଛାତ୍ରୀଙ୍କୁ ଅପହରଣ ତ କେତେବେଳେ କଲେଜ ଆଗରୁ ଛାତ୍ରୀଙ୍କୁ ଉଠାଇନେଲେ ଏମିତି ଅନେକ ଖବର ପ୍ରତିଦିନ ଆମେ ଶୁଣିବାକୁ ପାଉଛେ । କିନ୍ତୁ ଏଭଳି ଅପରାଧ କମିବ କଣ ଦିନ ଦିନ ବଢିବାରେ ଲାଗିଛି । ତେବେ ଆଜିର ଏ ଘଟଣାରେ ବନ୍ଧୁକ ଧାରୀ ଯୁବକ ଜଣଙ୍କୁ ଠିକ୍ ସମୟରେ କାବୁ କରାଯାଇଥିବାରୁ ଏହା ଏକ ବଡ ଅପରାଧକୁ ଏଡାଇ ଦେଇଛି କହିଲେ ଭୁଲ୍ ହେବନି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.