Below header

ଚୀନ୍‌ ସେନାଙ୍କୁ ଘାରିଛି ଭାରତର ରାଫେଲ ଭୟ : ଏମିତି କହିଲେ ବାୟୁସେନା ମୁଖ୍ୟ

ବେଙ୍ଗାଲୁର :  ଭାରତର ଲଢ଼ୁଆ ବିମାନ ଏବେ ଚୀନ୍‌ ସେନା ଶିବିରରେ ଭୟ ସୃଷ୍ଟି କରିଛି । ସେମାନଙ୍କର ଜି-୨୦ ବିମାନ ରାଫେଲର ସାମ୍ନା କରିପାରିବ ନାହିଁ ବୋଲି ଚୀନ୍‌ ସେନା ଉପଲବ୍ଧି କଲେଣି ବୋଲି କହିଛନ୍ତି ଭାରତର ବାୟୁସେନା ମୁଖ୍ୟ ଆର୍‌କେଏସ୍‌ ଭଦୌରିଆ ।

ଭାରତ-ଚୀନ୍‌ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି । ବୈଠକ ପରେ ବୈଠକ ବସୁଥିଲେ ମଧ୍ୟ ସମାଧାନର ବାଟ ବାହାରି ପାରିନାହିଁ । ବରଂ ଚୀନ୍‌ ସେନା ଲୁଚି ଛପି ଭାରତୀୟ ସୀମାକୁ ପ୍ରବେଶ କରୁଛନ୍ତି । ଚୀନ୍‌ର ଏପରି ଆଭିମୁଖ୍ୟରେ ଭାରତ କଡ଼ା ପଦକ୍ଷେପ ନେବାକୁ ସର୍ବଦା ପ୍ରସ୍ତୁତ ଥିବା ବେଳେ ଭାରତକୁ ଅଧିକ ଶକ୍ତିଶାଳୀ କରିଛି ଲଢ଼ୁଆ ରାଫେଲ୍‌ ବିମାନ । ଭାରତରେ ଲଢ଼ୁଆ ‘ରାଫେଲ୍‌ ବିମାନ’ ପହଞ୍ଚିବା ପରେ ଚୀନ୍‌ ସେନା ଶିବିରରେ ଆତଙ୍କ ଖେଳିଯାଇଛି ବୋଲି କହିଛନ୍ତି ବାୟୁସେନା ମୁଖ୍ୟ ଆର୍‌କେଏସ୍‌ ଭଦୌରିଆ ।

ରାଫେଲ୍‌ କୁ ଚ୍ୟାଲେଞ୍ଜ କରିବା ପାଇଁ ଚୀନ୍‌ ପୂର୍ବ ଲଦାଖ ଅଞ୍ଚଳକୁ ଜେ-୨୦ ଲଢ଼ୁଆ ବିମାନ ଆଣିଛନ୍ତି । ସେଠାରୁ ସେମାନେ ଉଡାଣ ଭରିବେ । ତେବେ ଏହା ରାଫେଲ୍‌ ନିକଟରେ କିଛି ନୁହେଁ । ଆମେ ସେମାନଙ୍କ କାର୍ଯ୍ୟ ପ୍ରଣାଳି ଓ ଶକ୍ତି ଜାଣିଛୁ ବୋଲି କହିଛନ୍ତି ବାୟୁସେନା ମୁଖ୍ୟ ଭଦୌରିଆ ।
ଆଲୋଚନା ମାଧ୍ୟମରେ ସୈନ୍ୟ ଅପସାରଣ ହେଲେ ଭଲ । ଯଦି ଅନ୍ୟ କିଛି ପରିସ୍ଥିତି ଉପୁଜେ ତେବେ ଆମେ ପୂର୍ଣ୍ଣଭାବେ ପ୍ରସ୍ତୁତ ରହିଛୁ ବୋଲି ବାୟୁସେନା ମୁଖ୍ୟ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.