Below header

ରାୟଗଡା: ପାଳ କୁଡିଆ ସହ ଜଳିଗଲେ ଦୁଇ ଶିଶୁ, କିନ୍ତୁ ନିଆଁ କେମିତି ଲାଗିଲା ତାହା ଅସ୍ପଷ୍ଟ

ରାୟଗଡା(କେନ୍ୟୁଜ୍): ପାଳ କୁଡିଆ ସହ ଜଳିଗଲେ ଦୁଇ ଶିଶୁ, ନିଆଁ କେମିତି ଲାଗିଲା କାରଣ ଅସ୍ପଷ୍ଟ ରହିଛି । ରାୟଗଡା ଜିଲ୍ଲା କାଶୀପୁର ତଳଜଗି ପଞ୍ଚାୟତ ଲାକ୍ରିସ ଗାଁରେ ଘଟିଛି ଏହି ଅଘଟଣ। ମିଳିଥିବା ସୂଚନା ମୁତାବକ ବାପା ମା ଖାଇବାକୁ ଘରକୁ ଯାଇଥିବା ବେଳେ ଗ୍ରାମନିକଟରେ ଥିବା ପନିପରିବା ବାଡ଼ିରେ ଥିବା ପାଳ କୁଡିଆକୁ ୨ଜଣ ଶିଶୁ ଯାଇଥିଲେ କିନ୍ତୁ ଏହି ସମୟରେ ହଠାତ୍  ପଳ କୁଡିଆରେ ନିଆଁ ଲାଗି ଯାଇଥିଲା। କିନ୍ତୁ  ନିଆଁ କିପରି ଲାଗିଲା ତାହା ବର୍ତ୍ତମାନ ସୁଦ୍ଧା ଅଷ୍ପଷ୍ଟ ରହିଛି।

ମୃତକ ଶିଶୁ ହେଲେ ମାନିଙ୍ଗ ମାଝୀଙ୍କ ଝିଅ କୁମାରି ମିଝୀ (୪) ଏବଂଦୁର୍ଯ୍ୟଧନ ମାଝୀଙ୍କ ଝିଅ ଦିବ୍ୟା ମାଝୀ (୩) । ନିକଟରେ ଥିବା ପରିବାର ଲୋକେ କୁଡିଆ ଜଳୁଥିବା ଦେଖି ସେଠାକୁ ଯିବା ସମୟରେ ପାଳ କୁଡିଆଟି ସମ୍ପୂର୍ଣ୍ଣ ଜଳିଯାଇଥିଲି।ଏନେଇ ଗ୍ରାମବାସୀମାନେ କାଶୀପୁର ପୁଲିସକୁ ସୂଚନା ଦେଇଥିଲେ । ଖବର ପାଇ କାଶୀପୁର ଆଇଆଇସି ସୁନିଲ ଅରୁଣ କୁମାର ନାଏକଙ୍କ ସହ ପୋଲିସ ଟିମ ଘଟଣା ସ୍ଥଳକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିବା ସହ  ମାଜିଷ୍ଟ୍ରେଟ୍ ଦାୟିତ୍ବରେ ଥିବା କାଶୀପୁର ଅତିରିକ୍ତ ତହସିଲଦାର କୁଶ ଗରଡାଙ୍କ ଉପସ୍ଥିତିରେ ଶବ ଜବତ କରିବା ସହ ଶବ ବ୍ୟବଛେଦ କରାଯାଇଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.