ଆପଣ କରିବାକୁ ଚାହୁଁଛନ୍ତି କି ‘ସରପ୍ରାଇଜ୍‌ ୱେଡିଙ୍ଗ’, ତ ଆଜିଠୁ କରନ୍ତୁ ପ୍ଲାନ, ଖର୍ଚ୍ଚ ହେବ ବହୁତ କମ୍‌

ବିବାହ ଏବଂ ବିବାହ ପ୍ରସ୍ତୁତିକୁ ନେଇ ପ୍ରତିବର୍ଷ କିଛି ନା କିଛି ନୂଆ ଟ୍ରେଣ୍ଡ ଦେଖିବାକୁ ମିଳୁଛି। ଏବେ ବିବାହ ଋତୁ ଚାଲିଥିବାରୁ ଲୋକେ ନିଜ ବିବାହକୁ ସ୍ମରଣୀୟ କରିବା ପାଇଁ ଭିନ୍ନ ଭିନ୍ନ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। କିନ୍ତୁ କ’ଣ ଆପଣ ସରପ୍ରାଇଜ୍‌ େଓ୍ଵଡିଂ ବିଷୟରେ ଶୁଣିଛନ୍ତି କି? ଆଜି ଆମେ ଆପଣଙ୍କୁ ଏହି ସରପ୍ରାଇଜ୍‌ େଓ୍ଵଡିଂ ବିଷୟରେ କହିବାକୁ ଯାଉଛୁ।

କ’ଣ ଏହି ସରପ୍ରାଇଜ୍‌ ୱେଡିଙ୍ଗ

କେତେକ ଦେଶରେ ସରପ୍ରାଇଜ୍‌ େଓ୍ଵଡିଂର ଟ୍ରେଣ୍ଡ ଖୁବ୍‌ ଲୋକପ୍ରିୟ ହେଉଛି। ପାଖାପାଖି ୩ ବର୍ଷ ତଳେ ନ୍ୟୁୟର୍କରେ ଲୋରନ ପ୍ୟାନକୋଭସ୍କି ଓ କୋରୀ ଚାବେରସଙ୍କର ସରପ୍ରାଇଜ୍‌ େଓ୍ଵଡିଂ ହୋଇଥିଲା। ଉଭୟଙ୍କ ବିବାହର ପ୍ଲାନ୍‌ ସେମାନଙ୍କ ପ୍ୟାରେଣ୍ଟସ୍‌ ୪ ମାସ ଭିତରେ କରିଥିଲେ ଏବଂ ସେମାନଙ୍କ ଛଡ଼ା ଏହି କଥା କେବଳ ଆଉ ଦୁଇଜଣ ଲୋକଙ୍କୁ ଜଣାଥିଲା।

ଏନ୍‌ଗେଜମେଣ୍ଟ ପାର୍ଟରେ ସବୁ ଅତିଥି ପାର୍ଟି ଏନ୍‌ଜୟ କରୁଥିଲେ। ସେହି ସମୟରେ କପଲଙ୍କୁ ଷ୍ଟେଜ୍‌ ଉପରକୁ ଡକାଯାଇଥିଲା ଏବଂ ସେମାନଙ୍କୁ ସରପ୍ରାଇଜ୍‌ ଦେବାକୁ ଯାଇ େଓ୍ଵଲ୍‌କମ କରାଯାଇଥିଲା। ଅତିଥିମାନଙ୍କୁ କୁହାଯାଇଥିଲା କି, ‘େଓ୍ଵଲ୍‌କମ ଟୁ ଦ େଓ୍ଵଡିଂ ଅଫ୍‌ ଲୋରନ ଓ କୋରୀ’। ଏହାଶୁଣି ଦୁଇଜଣ କପଲ ବହୁତ ଖୁସି ହୋଇଯାଇଥିଲେ ଏବଂ ନିର୍ବନ୍ଧ ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

ଏହି େଓ୍ଵଡିଂର ସବୁଠାରୁ ବଡ଼ ଫାଇଦା ହେଉଛି, ଏଥିରେ ଖର୍ଚ୍ଚ ବହୁତ କମ୍‌ ହୋଇଥାଏ ଏବଂ ଇନ୍‌ଭେଷ୍ଟମେଣ୍ଟ ପାଇଁ ପଇସା ସେଭିଂ କରାଯାଇ ପାରିଥାଏ। ଏହି କାରଣରୁ ଏବେ ଅନ୍ୟ ଦେଶରେ ବି ସରପ୍ରାଇଜ୍‌ େଓ୍ଵଡିଂର ଟ୍ରେଣ୍ଡ ପପୁଲାର୍‌ ହେବାରେ ଲାଗିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.