ରାହୁଲ ଗାନ୍ଧିଙ୍କ ‘ରେପ୍‌ ଇନ୍‌ ଇଣ୍ଡିଆ’ ବୟାନକୁ ନେଇ ସଂସଦରେ ଝଡ଼, ଭୁଲ ମାଗିବାକୁ ଦାବି

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ‘ରେପ୍‌ ଇନ୍‌ ଇଣ୍ଡିଆ’ ବୟାନକୁ ନେଇ ସଂସଦରେ ଝଡ଼ । ଝାଡ଼ଖଣ୍ଡ ନିର୍ବାଚନୀ ରାଲିରେ ରାହୁଲ ଗାନ୍ଧି କହିଥିଲେ, ଭାରତ ଦୁଷ୍କର୍ମକାରୀଙ୍କ ରାଜଧାନୀ । ଏହାକୁ ନେଇ ସଂସଦରେ ବିଜେପି ମହିଳା ସାଂସଦମାନେ ହୋହାଲ୍ଲା କରିଛନ୍ତି । ରାହୁଲ ଗାନ୍ଧି ଭୁଲ୍‌ ମାଗିବାକୁ ଦାବି ହୋଇଛି । ପୁରା ଦେଶକୁ ରାହୁଲ ଭୁଲ୍‌ ମାଗନ୍ତୁ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

ରାହୁଲଙ୍କ ବୟାନକୁ ନେଇ ବିଜେପି ହଙ୍ଗାମା କରୁଥିବା ବେଳେ ଭୁଲ୍‌ ମାଗିବେ ନାହିଁ ବୋଲି କହିଛନ୍ତି ରାହୁଲ ଗାନ୍ଧି । ଓଲଟି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରିଛନ୍ତି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀକୁ ଦୁଷ୍କର୍ମ ରାଜଧାନୀ କହିଥିଲେ । ଏଥିରୁ ଧ୍ୟାନ ହଟାଇବାକୁ ବିଜେପି ଏଭଳି ହଙ୍ଗାମା କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.