ତୃତୀୟ ବିବାହ କଲେ ରାହୁଲ୍ ମହାଜନ, ଘରକୁ ଆଣିଲେ ବିଦେଶୀ ବୋହୂ

ପୁଣି ଥରେ ବିବାହ କରିଛନ୍ତି ରାହୁଲ୍ ମହାଜନ । ନିଜଠୁ ୧୮ ବର୍ଷ ସାନ କାଜାକିସ୍ତାନର ମଡେଲ ନତାଲ୍ୟା ଇଲିନାଙ୍କୁ ୩ୟ ବିବାହ କରିଛନ୍ତି ୪୩ ବର୍ଷୀୟ ରାହୁଲ୍ । ୨୦ ନଭେମ୍ବରରେ ଭାରତୀୟ ରୀତିନୀତିରେ ଉଭୟ ବିବାହ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ମାଲାବାର ହିଲ୍ ସ୍ଥିତ ଏକ ମନ୍ଦିରରେ ନତାଲ୍ୟାଙ୍କ ହାତ ଧରିଛନ୍ତି ରାହୁଲ୍ । ତେବେ ଏହି ବିବାହରେ ରାହୁଲଙ୍କ ପରିବାର ସଦସ୍ୟଙ୍କ ବ୍ୟତୀତ ଅଳ୍ପ କିଛି ବନ୍ଧୁ ପରିଜନ ଉପସ୍ଥିତ ଥିଲେ । ହେଲେ କାହିଁକି ଏମିତି ନିରାଡମ୍ବରରେ ବିବାହ କରିଛନ୍ତି ପ୍ରଶ୍ନରେ ରାହୁଲ୍ କହିଛନ୍ତି ଯେ, ପ୍ରଥମ ଦୁଇଟି ବିବାହ ଅତ୍ୟନ୍ତ ଧୁମଧାମରେ ହୋଇଥିଲା । ହେଲେ ଏହି ସମ୍ପର୍କ ବେଶୀଦିନ ତିଷ୍ଠି ପାରିନଥିଲା । ତେଣୁ ଏଥର ଏପରି ବିବାହ କରିବାର ନିଷ୍ପତ୍ତି ନେଇଛନ୍ତି ।

rahul mahajan

୨୫ ବର୍ଷୀୟ ନତାଲ୍ୟାଙ୍କୁ ଗତ ଏକ ବର୍ଷ ରାହୁଲ୍ ଡେଟ୍ କରୁଥିଲେ । ୨୦୦୬ରେ ରାହୁଲଙ୍କ ପ୍ରଥମ ବିବାହ ଶ୍ବେତା ସିଂହଙ୍କ ସହ ହୋଇଥିଲା । କିନ୍ତୁ ଦୁଇ ବର୍ଷ ପରେ ରାହୁଲଙ୍କ ଶାରୀରିକ ଏବଂ ମାନସିକ ନିର୍ଯାତନା ଅଭିଯୋଗ ଆଣି ଅଲଗା ହୋଇ ଯାଇଥିଲେ ଶ୍ବେତା । ଏହା ପରେ ୨୦୧୦ରେ ଏକ ରିୟଲିଟି ଶୋ ରାହୁଲ୍ ଦୁଲହନିଆ ଲେ ଯାଏଙ୍ଗେ ରେ ବଙ୍ଗାଳୀ ବ୍ୟୁଟି ଡିମ୍ପି ଗାଙ୍ଗୁଲୀଙ୍କୁ ଦ୍ବିତୀୟ ବିବାହ କରିଥିଲେ ରାହୁଲ୍ । ତେବେ ଡିମ୍ପି ମଧ୍ୟ ରାହୁଲଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣି ଛାଡପତ୍ର ଦେଇଥିଲେ । ଏହା ପରେ ପୁଣି ଥରେ ଦୁଲହନ୍ ଖୋଜରେ ଥିଲେ ରାହୁଲ୍ । ଆଉ ରାହୁଲଙ୍କ ଏହି ଖୋଜ୍ ନତାଲ୍ୟାଙ୍କ ନିକଟରେ ଶେଷ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.