ଡିସଚାର୍ଜ ହେଲେ ରାହୁଲ, ମେଡିକାଲରୁ ଘର ପର୍ଯ୍ୟନ୍ତ ପୋଲିସ ଛାଉଣୀ

କେନ୍ୟୁଜ :ରାହୁଲ ସାହୁ ହେଲେ ସମ୍ପୂର୍ଣ୍ଣ ସୁସ୍ଥ । ଆପୋଲୋ ମେଡିକାଲରୁ ଡିସଚାର୍ଜ ହେଲେ ରାହୁଲ । ନିଜ ଗାଁ ଛତିଶଗଡ଼ ପିହରିଦ ଯିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ମେଡିକାଲରୁ ଘର ପର୍ଯ୍ୟନ୍ତ ପୋଲିସ ଛାଉଣୀ କରାଯାଇଛି । ଭିଡ଼ ନିୟନ୍ତ୍ରଣ ପାଇଁ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ରାହୁଲ ମେଡିକାଲରୁ ବାହାରିବା ପରେ ତାଙ୍କ ମୁହାଁରେ ଖୁସି ଭରିଯାଇଛି । ପରିବାର ଲୋକ ବି ଖୁସ୍‌ । ବୋରୱେଲ ଭିତରେ ଦୀର୍ଘ ୧୦୪ ଘଣ୍ଟା ଫସି ରହିବା ପରେ ତାକୁ ଉଦ୍ଧାର କରି ଆପୋଲୋ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସଂପୂର୍ଣ୍ଣ ସୁସ୍ଥ ହେବାପରେ ବି ତାର ସ୍ପିଚ୍‌ ଥେରାପି କରାଯାଉଛି । ପରିବାର ଲୋକଙ୍କୁ ଏ ନେଇ ମେଡିକାଲରେ ଟ୍ରେନିଂ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.