ଆଶ୍ଚର୍ଯ୍ୟ! ସ୍ତ୍ରୀକୁ କାମୁଡ଼ିବାରୁ ବୋତଲରେ ସାପକୁ ଧରି ହସ୍ପିଟାଲରେ ପହଞ୍ଚିଗଲେ ଯୁବକ, ନିଃଶ୍ୱାସ ନେବାକୁ କରିଥିଲେ କଣା
ଉତ୍ତର ପ୍ରଦେଶ: ସ୍ତ୍ରୀକୁ ସାପ କାମୁଡ଼ିବାରୁ ସ୍ତ୍ରୀ ସହ ସାପକୁ ଧରି ହସ୍ପିଟାଲରେ ପହଞ୍ଚିଗଲେ ଯୁବକ। ଯୁବକ ଜଣକ ଏକ ବୋତଲରେ ସାପକୁ ଭର୍ତ୍ତି କରି ଡାକ୍ତରଙ୍କ ପାଖକୁ ନେଇଥିଲେ। ବ୍ୟକ୍ତି ହାତରେ ସାପ ଧରିଥିବା ଦେଖି ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଉନ୍ନାଓ ଠାରେ।
ଉନ୍ନାଓର ରଓ ଅଫଜଲ ନଗରର ବାସିନ୍ଦା ରାମେନ୍ଦ୍ର ଯାଦବଙ୍କ ସ୍ତ୍ରୀ ଗୁରୁବାର ବିଳମ୍ବିତ ରାତିରେ ଘରେ କାମ କରୁଥିଲେ। ଏହି ସମୟରେ ତାଙ୍କୁ ଏକ ସାପ କାମୁଡ଼ି ଦେଇଥିଲା। ସାପ କାମୁଡ଼ିବା ପରେ ସେ ଚିଲ୍ଲାଇ ଥିଲେ। ତାଙ୍କ ପାଟି ଶୁଣି ସ୍ୱାମୀ ରାମେନ୍ଦ୍ର ଓ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ପହଞ୍ଚିବା ବେଳକୁ ସାପଟି ବାହାରକୁ ଯାଉଥିଲା। ରାମେନ୍ଦ୍ର ସାପକୁ ତୁରନ୍ତ ଧରି ନେଇ ଏକ କୋଲ୍ଡ ଡ୍ରିଙ୍କ୍ ବୋତଲରେ ପୂରାଇ ଦେଇ ଥିଲେ। ସାପର ନିଃଶ୍ୱାସ ନେବାକୁ ଯେମିତି କୌଣସି ଅସୁବିଧା ନ ହେବ ସେଥିପାଇଁ ସେ ବୋତଲରେ ଏକ କଣା ବି କରି ଦେଇଥିଲେ।
ତା’ ପରେ ସେ ସ୍ତ୍ରୀ ଓ ସାପକୁ ନେଇ ଜିଲ୍ଲା ଚିକିତ୍ସାଳୟକୁ ଯାଇଥିଲେ। ସେଠାରେ ସେ ଡାକ୍ତରଙ୍କୁ ସ୍ତ୍ରୀର ଚିକିତ୍ସା କରିବାକୁ କହିବା ସହ ବୋତଲରେ ଥିବା ସାପ କାମୁଡ଼ିଥିବା କହିଥିଲେ। ବ୍ୟକ୍ତିଙ୍କ ହାତରେ ଜୀବନ୍ତ ସାପ ଦେଖି ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ସାପକୁ ନେଇ କାହିଁକି ଆସିଛନ୍ତି ବୋଲି ଡାକ୍ତର ରାମେନ୍ଦ୍ରଙ୍କୁ ପ୍ରଶ୍ନ କରିଥିଲେ।
Uttar Pradesh Shocker: Snake Bites Woman, Husband Takes Reptile Also to Hospital in Unnao #UttarPradesh #UP #Unnao #Snake https://t.co/mEgRhzEWUL
— LatestLY (@latestly) June 24, 2022
ରାମେନ୍ଦ୍ରଙ୍କ କହିବାନୁସାରେ, ସାଧାରଣତଃ ସାପ କାମୁଡ଼ିଥିବା ଲୋକଙ୍କୁ ହସ୍ପିଟାଲକୁ ନେଲେ ଡାକ୍ତର କେଉଁ ସାପ କାମୁଡ଼ିଛି ବୋଲି ପଚାରନ୍ତି। ବ୍ୟକ୍ତି ଜଣକ ସାପକୁ ଚିହ୍ନି ନଥିବାରୁ ତାହାକୁ ଧରି ଆଣିଛନ୍ତି। ଫଳରେ ଡାକ୍ତର ସାପକୁ ଚିହ୍ନଟ କରି ତାଙ୍କ ସ୍ତ୍ରୀକୁ ଉପଯୁକ୍ତ ଚିକିତ୍ସା ଦେବେ। ସେ କହିଛନ୍ତି ଯେ ଘରକୁ ଫେରିବା ବେଳକୁ ଜଙ୍ଗଲରେ ସାପକୁ ଛାଡ଼ି ଦେଇଯିବେ। ତେବେ ବର୍ତ୍ତମାନ ତାଙ୍କ ସ୍ତ୍ରୀର ଚିକିତ୍ସା ଚାଲିଛି ଓ ସେ ବିପଦମୁକ୍ତ ଥିବା ଡାକ୍ତର କହିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
Also Read: ମାଲଦ୍ୱୀପରୁ ଫଟୋ ସେୟାର କଲେ ଅଦ୍ନାନ୍ ସାମି, ଏତେ ପତଳା ହୋଇଯାଇଛନ୍ତି ଯେ ଚିହ୍ନିବି ହେଉନି