Below header

ଭାରତୀୟ ରେଲୱେର ମଡର୍ନ ଟଏଲେଟ୍‌, ପ୍ରତିବର୍ଷ ସଞ୍ଚୟ କରିବ ୪ ଲକ୍ଷ ଲିଟର ପାଣି, ସୋସିଆଲ ମିଡିଆରେ ଘୂରିବୁଲୁଛି ଫଟୋ

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ମରିନ୍‌ ଲାଇନ୍‌ ରେଲୱେ ଷ୍ଟେଶନରେ ମଡର୍ନ ଟଏଲେଟ୍‌ ନିର୍ମାଣ କରାଯାଇଛି। ପ୍ଲାଟ୍‌ଫର୍ମ ନମ୍ବର ୧ରେ ତିଆରି କରାଯାଇଥିବା ଏହି ଟଏଲେଟ୍‌ରେ ପାଣି ଫୁଆରା ଛାଡ଼ୁଥିବା ନଳ ଲଗାଯାଇଛି। ଏହାଦ୍ୱାରା ପାଣିକୁ ସଞ୍ଚୟ କରାଯାଇପାରିବ। ନିକଟରେ ରେଲୱେ ସୋସିଆଲ ମିଡିଆରେ ଟଏଲେଟର ଫଟୋ ଓ ସୂଚନା ଟୁଇଟର ଏବଂ ଫେସ୍‌ବୁକରେ ପୋଷ୍ଟ କରିଥିଲା, ଯାହାକି ଏବେ ଭାଇରାଲ ହେଉଛି।

ରେଲୱେ ଅଧିକାରୀଙ୍କ ମୁତାବକ, ଏହି ଆଧୁନିକ ସୁବିଧା ଉପଲବ୍ଧ ଥିବା ଟଏଲେଟ୍‌ରେ ପ୍ରତ୍ୟେକ ବର୍ଷ ପାଖାପାଖି ୩ରୁ ୪ ଲକ୍ଷ ଲିଟର ପାଣି ବଞ୍ଚାଯାଇପାରିବ। ଟଏଲେଟ୍‌ର ଇଣ୍ଟେରିୟର୍‌ ଉଡେନ୍‌ କନ୍‌ସେପ୍ଟରେ ତିଆରି ହୋଇଛି। ଏହାର ଛାତକୁ ମାଙ୍ଗାଲୋର ଷ୍ଟାଇଲ କାନୋପି ଶେପ୍‌ ଦିଆଯାଇଛି। ମରିନ୍‌ ଲାଇନ୍‌ ଷ୍ଟେଶନ ମୁମ୍ବାଇର ସବୁଠାରୁ ବ୍ୟସ୍ତବହୁଳ ଷ୍ଟେଶନ ମଧ୍ୟରୁ ଗୋଟିଏ। ଏଠାରୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନ୍‌ରେ ଯାତ୍ରା କରିଥାଆନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.