ଏହି କୁନି ଛୁଆ ଗାଇଲା ସପନା ଚୌଧୁରୀଙ୍କ ଗୀତ, ଯାହାକୁ ଶୁଣିଲେ ଉଡିଯିବ ଆପଣଙ୍କ ହୋସ୍‌

ସପନା ଚୌଧୁରୀଙ୍କୁ କିଏ ବା ନ ଜାଣେ। ତାଙ୍କ ଡ୍ୟାନ୍ସ ପରଫରମାନ୍ସରେ ସମସ୍ତେ ଦିଓ୍ଵାନା। ତାଙ୍କର ଏକ ଗୀତ ‘ତେରୀ ଆଙ୍ଖୋ କା ଏ କାଜଲ’ ସମସ୍ତଙ୍କ ଦିଓ୍ଵାନା କରୁଛି। ବିବାହ ଠାରୁ ଆରମ୍ଭ କରି ଭଷାଣୀ ଯାତ୍ରାରେ ଏହି ଗୀତ ବାଜିବ ହିଁ ବାଜିବ। ନିକଟରେ ସପନା ଚୌଧୁରୀଙ୍କ ସବୁଠାରୁ ଫେମସ୍‌ ଗୀତ ‘ଗଜବନ’ ଖୁବ୍‌ ପସନ୍ଦ କରାଯାଉଛି। ଏହି ଗୀତ ଏତେ ଫେମସ ହୋଇଯାଇଛି ଯେ ଯୁବଗୋଷ୍ଠି କଣ ଛୋଟ ପିଲାଙ୍କ ମୁହଁରେ ମଧ୍ୟ ଆସୁଛି। ଏମିତି ଏକ ମଜାଦାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଆପଣ ଦେଖିପାରିବେ ଯେ ସ୍କୁଲରେ ପଢ଼ୁଥିବା ଛୋଟ ପିଲାଟେ ସପନା ଚୌଧୁରୀଙ୍କ ଗୀତ ଗାଇ ଶୁଣାଉଛି। ସେ ଏତେ ଜୋରସେ ଚିଲେଇ ଚିଲେଇ ଗୀତଟିକୁ ଗାଉଛି ଯେ ଶିକ୍ଷକ ଏବଂ ଅନ୍ୟ ପିଲାମାନଙ୍କୁ ମଧ୍ୟ ସେ ଏହି ଗୀତ ଶୁଣାଉଛି। ଯାହାକୁ ଶୁଣିବା ପରେ ସମସ୍ତେ ହସି ହସି ବେଦମ ହୋଇଯାଉଛନ୍ତି।

ଏହି ଭିଡିଓକୁ ଫେସବୁକ୍‌ ଏବଂ ଟ୍ଵିଟରରେ ସେୟାର କରାଯାଇଛି। ସେୟାର କରିବାର ମାତ୍ର କେଇ ମିନିଟରେ ମିଲିୟନ ଭ୍ୟୁଜ୍‌ ହୋଇସାରିଲାଣି। ଲୋକମାନେ ଏହି ମଜାଦାର ଭିଡିଓକୁ ବହୁତ ମାତ୍ରାରେ ସେୟାର କରୁଛନ୍ତି। ଭିଡିଓରେ ଆପଣ ଦେଖିପାରୁଥିବା ଶିକ୍ଷକ ପିଲାଟିକୁ ଗୀତ ଗାଇବାକୁ କହୁଛନ୍ତି, ଏହାପରେ ପିଲାଟି ଚିଲେଇ ଚିଲେଇ ଗୀତ ଗାଇବା ଆରମ୍ଭ କରିଦେଉଛି। ସେହିପରି ୟୁଜର୍ସ ଏହି ଭିଡିଓକୁ ଦେଖି ଅନେକ ପ୍ରତିକ୍ରୀୟ ମଧ୍ୟ ଦେଉଛନ୍ତି। ଆପଣ ବି ଦେଖନ୍ତୁ ଏ ଭିଡିଓ ହସି ହସି ବେଦମ ହୋଇଯିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.