ଗାନ୍ଧୀ ପରିବାରକୁ ନେଇ ସାଂସଦଙ୍କ ବିସ୍ଫୋରକ ବୟାନ, ଚର୍ଚ୍ଚାରେ ଗାନ୍ଧୀ ପରିବାର

ରାଷ୍ଟ୍ରପିତା ମହାତ୍ମାଗାନ୍ଧୀଙ୍କ ୭୪ତମ ବାର୍ଷିକୀ ଅବସରରେ ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଜାତିର ପିତାଙ୍କୁ ଚାରିଆଡେ ସ୍ମରଣ କରାଯାଇଛି । ଆଉ ଏହି ସମୟରେ କଂଗ୍ରେସର ଗାନ୍ଧି ପରିବାର କିନ୍ତୁ ଚର୍ଚ୍ଚାରେ । କାରଣ ରାଜ୍ୟସଭା ସାଂସଦ ରାକେଶ ସିହ୍ନା ଏକ ବିସ୍ପୋରକ ବୟାନ ରଖିଛନ୍ତି । ଏଥିସହିତ ଗାନ୍ଧୀ ପରିବାରକୁ ଅଭିଯୋଗ କରିଛନ୍ତି ଯେ ନାଥୁରାମ ଗଡସେ ମହାତ୍ମାଗାନ୍ଧୀଙ୍କୁ ହତ୍ୟା କରିଛନ୍ତି । କିନ୍ତୁ ତାଙ୍କ ଚିନ୍ତାଧାରା, ଦର୍ଶନ ଏସବୁ ହତ୍ୟା ପାଇଁ ଗାନ୍ଧୀ ପରିବାର ହିଁ ଦାୟୀ । ତା ସହ ଏକଥା ବି କହିଛନ୍ତି କି ସେ କଂଗ୍ରେସ ନେତାଙ୍କୁ ଗାନ୍ଧୀଙ୍କୁ ବଦଳାଇ ନେହେରୁ କରିଦେବା କଥା ।

ରାକେଶ ସିହ୍ନାଙ୍କ ଏହି ଟୁଇଟ ପରେ ଗାନ୍ଧୀ ପରିବାରର ଉପନାମ ବିଷୟରେ ଚର୍ଚ୍ଚା ହେଉଛି । ଅନେକଙ୍କର ପ୍ରଶ୍ନ ଯେ ଯେତେବେଳେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଜବାହରଲାଲ ନେହେରୁଙ୍କ ପରିବାରରୁ ଆସିଛନ୍ତି ତେବେ ଉପନାମ ଗାନ୍ଧୀ କାହିଁକି ? କହିରଖୁଛୁ ଇନ୍ଦିରା ଗାନ୍ଧିଙ୍କ ସମୟରେ ଉପନାମ ପରିବର୍ତ୍ତନ ଘଟିଥିଲା । ଜବାହାରଲାଲ ନେହେରୁଙ୍କ ଝିଅ ଇନ୍ଦିରା ଗାନ୍ଧୀ ଫିରୋଜ ଗାନ୍ଧୀଙ୍କୁ ବିବାହ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.