ମଲାଇକା ଆରୋରା ଟ୍ରାନ୍ସପରେଣ୍ଟ ଡ୍ରେସ୍‌ ପିନ୍ଧି ଦେଖାଇଲେ ନିଜ ବିକିନୀ; ମତୁଆଲା ହେଉଛନ୍ତି ଫ୍ୟାନ୍ସ; ଜୀବନକୁ ନେଇ କହିଲେ ଏମିତି କଥା

ବଲିଉଡ୍‌ର ମଲାଇକା ଆରୋରା ୪୮ ବର୍ଷ ବୟସରେ ବି ନିଜ ସୁନ୍ଦରତାରେ ଫ୍ୟାନମାନଙ୍କୁ ମତୁଆଲା କରୁଛନ୍ତି। ନିଜର ଷ୍ଟାଇଲିସ୍ ଅନ୍ଦାଜ ଯୋଗୁ ସବୁବେଳେ ସେ ଚର୍ଚ୍ଚାରେ ରହି ଥାଆନ୍ତି। ସୋସିଆଲ ମିଡିଆରେ ମଧ୍ୟ ମଲାଇକା ବହୁତ ଆକ୍ଟିଭ ରୁହନ୍ତି ଏବଂ ଅନେକ ସମୟରେ ନିଜର ଫଟୋ ସେୟାର କରି ଥାଆନ୍ତି। ନିକଟରେ ସେ ନିଜର ଏପରି ଏକ ଫଟୋ ସେୟାର କରିଛନ୍ତି, ଯାହା ପରେ ଲୋକମାନେ ତାଙ୍କ ସୌନ୍ଦର୍ଯ୍ୟକୁ ବେଶ୍‌ ପ୍ରଶଂସା କରୁଛନ୍ତି। ମଲାଇକାଙ୍କ ଷ୍ଟାଇଲ ଫ୍ୟାନମାନଙ୍କୁ ଦିଓ୍ଵାନା କରୁଛି।

ମଲାଇକା ଆରୋରା ନିଜ ଇନଷ୍ଟାଗ୍ରାମରେ ଏହି ଫଟୋ ସେୟାର କରିଛନ୍ତି। ଏଥିରେ ସେ କମଳା ରଙ୍ଗର ଏକ ଓ୍ଵାନପିସ୍‌ ପିନ୍ଧିଥିବାର ନଜର ଆସିଛନ୍ତି। କିନ୍ତୁ ତାଙ୍କର ଏହି ଡ୍ରେସ୍‌ ବହୁତ ଟ୍ରାନ୍ସପରେଣ୍ଟ ରହିଛି, ଯଦ୍ଦ୍ଵାରା ତାଙ୍କ ବିକିନୀ ସ୍ପଷ୍ଟ ଭାବରେ ଦେଖା ଯାଉଛି। ଫଟୋରେ ମଲାଇକା ବସିଛନ୍ତି ଏବଂ କେଶକୁ ବାନ୍ଧି ରଖିଛନ୍ତି। ଗଗଲ୍ସ ପିନ୍ଧି ଷ୍ଟନିଙ୍ଗ୍‌ ପୋଜ୍ ଦେଉଛନ୍ତି। ଏହି ଫଟୋ ସେୟାର କରି ସେ କ୍ୟାପସନ ଲେଖିଛନ୍ତି, ‘ମୋତେ ସୂର୍ଯ୍ୟକିରଣରେ କଭର କର’। ତାଙ୍କର ଏହି ଫଟୋରେ ଖୁବ୍‌ କମେଣ୍ଟ ଆସିଛି। ଫଟୋ ଦେଖିଲେ ଲାଗୁଛି, ଏହା ତାଙ୍କ ଭ୍ୟାକେସନ ବେଳର।

ମଲାଇକା ୪୦ ବର୍ଷ ବୟସରେ ପ୍ରେମ ପାଇବା ଏବଂ ୩୦-୫୦ ବର୍ଷ ବୟସ ପରେ ଲାଇଫ୍‌କୁ କିପରି ପୁଣି ଆରମ୍ଭ କରାଯାଇ ପାରିବ, ତାହା ଉପରେ ନିଜର ଅନୁଭୂତି ବାଣ୍ଟିଛନ୍ତି। ମଲାଇକା ଆରୋରା କହିଛନ୍ତି, ‘ଜୀବନ ୨୫ ବର୍ଷ ବୟସରେ ଶେଷ ହୋଇଯାଏ ନାହିଁ’। ଏହି ପୋଷ୍ଟରେ ସେ ଲେଖିଛନ୍ତି, ‘୪୦ ବର୍ଷ ବୟସରେ ପ୍ରେମ ପାଇବାକୁ ଆପଣ ସାମାନ୍ୟ ଉପାୟରେ ନିଅନ୍ତୁ। ୩୦ ବର୍ଷ ବୟସ ପରେ ନୂତନ ସ୍ୱପ୍ନଗୁଡ଼ିକୁ ଖୋଜିବା ଏବଂ ସେଗୁଡ଼ିକୁ ପୂରା କରିବା ସାଧାରଣ କଥା। ନିଜକୁ ଏବଂ ନିଜ ଲକ୍ଷ୍ୟକୁ ୫୦ ବର୍ଷ ବୟସ ପରେ ମଧ୍ୟ ଖୋଜିବା ସ୍ୱାଭାବିକ। ଲାଇଫ୍‌ ୨୫ ବର୍ଷ ବୟସରେ ଶେଷ ହୋଇଯାଏ ନାହିଁ। ଆକ୍ଟିଂ କରିବା ବନ୍ଦ କରି ଦିଅନ୍ତୁ’।