ଅଯୋଧ୍ୟାରେ ଅସମ୍ଭାଳ ଭିଡ଼, ସମସ୍ତ ଭକ୍ତ ଆଜି କରିପାରିବେ ନାହିଁ ଦର୍ଶନ !

ଆଜିଠୁ ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ । ସକାଳ ୮ଟାରୁ ରାତି ୧୦ଟା ଯାଏ ରାମ ଲାଲାଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ପ୍ରାଣ ପ୍ରତିଷ୍ଠା ପରେ ରାମଲାଲାଙ୍କ ଦର୍ଶନ ପାଇଁ ଗତକାଲି ବିଳମ୍ବିତ ରାତିରୁ ଲାଗିଛି ଭକ୍ତଙ୍କ ଭିଡ଼ । ପ୍ରଥମ ଦିନରେ ଏତେ ଲୋକ ଦର୍ଶନ କରିବା ସମ୍ଭବ ନୁହେଁ ବୋଲି ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି ।

ଅଯୋଧ୍ୟାରେ ବିରାଜିଛନ୍ତି ପ୍ରଭୁ ଶ୍ରୀରାମ । ଆଉ ରାମ ମନ୍ଦିରରେ ଭିଡ଼ । ଆଜି ସକାଳ ୮ଟାରୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ପ୍ରଭୁ ଶ୍ରୀରାମ । ଜନସମୁଦ୍ର ପାଲଟିଛି ମନ୍ଦିର ପରିସର । ପ୍ରାଣ ପ୍ରତିଷ୍ଠା ପରେ ରାମଲାଲାଙ୍କ ଦର୍ଶନ ପାଇଁ ଗତକାଲି ବିଳମ୍ବିତ ରାତିରୁ ଲାଗିଛି ଭକ୍ତଙ୍କ ଭିଡ଼ । ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ପ୍ରବଳ ଥଣ୍ଡା ସତ୍ତ୍ବେ ଭୋର୍ ୩ଟାରୁ ପ୍ରବଳ ଗହଳି ଦେଖିବାକୁ ମିଳିଛି ।

ଅଯୋଧ୍ୟାରେ ଆଜି ସର୍ବନିମ୍ନ ତାପମାତ୍ରା ରହିଛି ୬ ଡିଗ୍ରୀ ସେଲସିୟସ୍ । ତଥାପି ରାମ ଭକ୍ତଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଆଜିଠୁ ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ । ସକାଳ ୮ଟାରୁ ରାତି ୧୦ଟା ଯାଏ ରାମ ଲାଲାଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।

ପ୍ରଥମେ ସକାଳ ୮ଟାରୁ ଦିନ ଗୋଟାଏ ଓ ପରେ ୩ଟାରୁ ରାତି ୧୦ଟା ଯାଏ ଦର୍ଶନ ବ୍ୟବସ୍ଥା ରହିଛି । ତିନି ଥର ହେବ ରାମଲାଲାଙ୍କ ଆଳତି । ଦ୍ବିପ୍ରହର ୧୨ଟାରେ ଭୋଗ ଓ ଆଳତି ହେବ । ତେବେ ଅପରାହ୍ନ ୧ରୁ ୩ଟା ପର୍ଯ୍ୟନ୍ତ ରାମଲାଲାଙ୍କ ଦର୍ଶନ ବନ୍ଦ ରହିବ । ସନ୍ଧ୍ୟା ସାଢ଼େ ୭ଟାରେ ହେବ ସନ୍ଧ୍ୟା ଆଳତି । ଏହାପରେ ରାତି ୧୦ରେ ଶୟନ ଆଳତି ପରେ କପାଟ ବନ୍ଦ ରହିବ । ଟ୍ରଷ୍ଟ ପକ୍ଷରୁ ପ୍ରତିଦିନ ଦେଢ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଛି ।

ଅଯୋଧ୍ୟାରେ ଲୋକେ ଶ୍ରୀରାମଙ୍କ ନାରା ଲଗାଉଛନ୍ତି । ରାମଲାଲାଙ୍କ ଆରତି କିମ୍ବା ଦର୍ଶନ ପୂଜା ପାଇଁ କୌଣସି ନୂଆ ପରମ୍ପରା ଆରମ୍ଭ ହୋଇନାହିଁ ବୋଲି ମନ୍ଦିରର ଟ୍ରଷ୍ଟ ପକ୍ଷରୁ ଜଣାପଡିଛି । ପ୍ରଥମ ଦିନରେ ଏତେ ଲୋକ ଦର୍ଶନ କରିବା ସମ୍ଭବ ନୁହେଁ ବୋଲି ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି ।

ସୂଚନାଯୋଗ୍ୟ, ଜାନୁଆରୀ ୨୨ରେ ଅଯୋଧ୍ୟା ରାମମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଯଜମାନ ହୋଇଥିଲେ । ଏହି ଅବସରରେ ଆରଏସଏସ ପ୍ରମୁଖ ମୋହନ ଭଗବତ, ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ ପଟେଲ ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତି ରହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.