Below header

ପୁରୀର ଯୁବ ଚିତ୍ରଶିଳ୍ପୀ ଆୟୁଷ ମହାପାତ୍ର ଶ୍ରୀରାମଙ୍କ ରିଭର୍ଷ ପେଣ୍ଟିଂ କରି ଚର୍ଚ୍ଚାରେ

ପୁରୀର ଯୁବ ଶିଳ୍ପୀ ଆୟୁଷ ମହାପାତ୍ର ପୁନର୍ବାର ରିଭର୍ଷ ପେଣ୍ଟିଂ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ସେ ଏହି ଚିତ୍ର ମାଧ୍ୟମରେ ଜୟ ଶ୍ରୀରାମ ବାର୍ତା ଦେଇଛନ୍ତି । ଓଲଟା ଦ୍ରୁତଗାମୀ ଚିତ୍ରଶିଳ୍ପୀ ଆୟୁଷ ନିଜ ପେଣ୍ଟିଙ୍ଗରେ ଶ୍ରୀରାମ ଲାଲାଙ୍କୁ ଅଙ୍କନ କରିଛନ୍ତି ।

ପୁରୀ(କେନ୍ୟୁଜ): ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀ ରାମଚନ୍ଦ୍ର, ଦୁନିଆର ସର୍ବଶ୍ରେଷ୍ଠ ପୁରୁଷ ଏବଂ ମନୁଷ୍ୟ ସମାଜର ତ୍ରାଣକର୍ତା । ଏ ଦୁନିଆରେ ଏମିତି କେହିବି ନଥିବେ ଯିଏକି ଭଗବାନ ଶ୍ରୀ ରାମଚନ୍ଦ୍ରଙ୍କ ବିଷୟରେ ଜାଣିନଥିବେ । ତେବେ ଏହି ଅବସରରେ ଗତକାଲି ଅଯୋଧ୍ୟା ସ୍ଥିତି ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି । ଦୀର୍ଘ ୫୦୦ବର୍ଷର ସ୍ୱପ୍ନ ପୂରଣ ହୋଇଛି ।

ଗତକାଲି ଅଯୋଧ୍ୟାରେ ଭବ୍ୟ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଅବସରରେ ପୁରୀର ଯୁବ ଶିଳ୍ପୀ ଆୟୁଷ ମହାପାତ୍ର ପୁନର୍ବାର ରିଭର୍ଷ ପେଣ୍ଟିଂ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ସେ ଏହି ଚିତ୍ର ମାଧ୍ୟମରେ ଜୟ ଶ୍ରୀରାମ ବାର୍ତା ଦେଇଛନ୍ତି । ଓଲଟା ଦ୍ରୁତଗାମୀ ଚିତ୍ରଶିଳ୍ପୀ ଆୟୁଷ ନିଜ ପେଣ୍ଟିଙ୍ଗରେ ଶ୍ରୀରାମ ଲାଲାଙ୍କୁ ଅଙ୍କନ କରିଛନ୍ତି । ଏହାକୁ କରିବାକୁ ତାଙ୍କୁ ମାତ୍ର ୯ ମିନିଟ୍ ୩୦ ସେକେଣ୍ଡର ସମୟ ଲାଗିଥିଲା।

ସେ ହ୍ରୁଦୟରୁ ରାମଙ୍କୁ ସ୍ମରଣ କରି ଏବଂ ଶ୍ରୀରାମଙ୍କ ଭଜନ ସହିତ ପେଣ୍ଟିଙ୍ଗକୁ ଶେଷ କରିଥିଲେ । ଏହି ପେଣ୍ଟିଂ ସମସ୍ତ ଭକ୍ତଙ୍କ ହ୍ରୁଦୟକୁ ଛୁଇଁଛି । ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ଭଗବାନ ବିଷ୍ଣୁଙ୍କର ୭ମ ଅବତାର। ଯିଏ ତ୍ରେତୟା ଯୁଗରେ ରାବଣର ସଂହାର କରିବା ପାଇଁ ମାନବ ରୂପରେ ଧରାବତରଣ କରିଥିଲେ । ସମଗ୍ର ଭାରତବର୍ଷର ଜୀବନ କହିଲେ ରାମ ଏବଂ କ୍ରୁଷ୍ଣଙ୍କୁ ହିଁ ବୁଝାଇଥାଏ । ତେବେ ରାମ ମନ୍ଦିର ନିର୍ମାଣ ଏକ ଐତିହାସିକ ଦିନ ହୋଇ ସମସ୍ତଙ୍କ ମନରେ ରହିଯାଇଥିବାବେଳେ, ଶ୍ରୀ ରାମଲାଲା ସମଗ୍ର ଦେଶବାସୀଙ୍କୁ ଭଲରେ ରଖନ୍ତୁ ବୋଲି ଆୟୁଷ ପ୍ରାର୍ଥନା କରିଛନ୍ତି।

ଦେଶବାସୀଙ୍କ ୫୦୦ ବର୍ଷ ପୁରୁଣା ଅପେକ୍ଷା ଶେଷ ହୋଇଛି । ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି । ଅନେକ ରାମ ଭକ୍ତ ଏବେ ବି ଦେଶର କୋଣ ଅନୁକୋଣରୁ ଅଯୋଧ୍ୟାରେ ପହଞ୍ଚିଛନ୍ତି । ତେବେ ଶ୍ରୀରାମଙ୍କ ଚିତ୍ର ଆଙ୍କି ନିଜର ଭକ୍ତି ଭାବ ପ୍ରକାଶ କରିଛନ୍ତ ଯୁବ ଶିଳ୍ପୀ ଆୟୁଷ । ଯାହାକୁ ସଭିଏଁ ପସନ୍ଦ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.