ଚାହୁଁ ଚାହୁଁ ଭୁଶୁଡ଼ି ପଡ଼ିଲା ଘର, ଭାଇରାଲ ହେଉଛି ଭିଡିଓ

ଆପଣ ନିଶ୍ଚତ ଭାବୁଥିବେ ଯେ ଭୂମିକମ୍ପ ପାଇଁ ଘରଟି ହୁଏତ ଭୁଶୁଡ଼ି ପଡ଼ିଥିବ । କିନ୍ତୁ ଏ ଘର ଭୁଶୁଡ଼ିବାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଏଭଳି ଅଭାବନୀୟ ଘଟଣା ପୁଡୁଚେରୀର ଅଟ୍ଟୁପଟି ଅଞ୍ଚଳରେ ଦେଖିବାକୁ ମିଳିଛି ।

ଚାହୁଁ ଚାହୁଁ ଭୁଶୁଡ଼ି ପଡ଼ିଲା ଘର । ଭାଇରାଲ ଭିଡିଓରେ ଏକ ଘର ଭୁଶୁଡ଼ି ପଡ଼ି ଦୁଇ ଫାଳ ହୋଇଯାଇଛି । ଆପଣ ନିଶ୍ଚତ ଭାବୁଥିବେ ଯେ ଭୂମିକମ୍ପ ପାଇଁ ଘରଟି ହୁଏତ ଭୁଶୁଡ଼ି ପଡ଼ିଥିବ । କିନ୍ତୁ ଏ ଘର ଭୁଶୁଡ଼ିବାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଏଭଳି ଅଭାବନୀୟ ଘଟଣା ପୁଡୁଚେରୀର ଅଟ୍ଟୁପଟି ଅଞ୍ଚଳରେ ଦେଖିବାକୁ ମିଳିଛି । ୨୨ ଜାନୁଆରୀ ଅର୍ଥାତ ଗତ କାଲି ଘରଟି ଏଭଳି ଭୁଶୁଡ଼ି ପଡ଼ିଥିଲା ।

ଘର ଭୁଶୁଡ଼ିବାର କାରଣ କୌଣସି ପ୍ରାକୃତିକ ଦୁର୍ବିପାକ ନୁହେଁ । ଘର ଭୁଶୁଡ଼ିବାର କାରଣ ହେଉଛି ମନୁଷ୍ୟକୃତ । ରିପୋର୍ଟ ମୁତାବକ ଅଟ୍ଟୁପଟି ଅଞ୍ଚଳରେ ଡ୍ରେନେଜ୍ କାମ ପାଇଁ ରାସ୍ତା ପାଖରେ ଥିବା ଖାଲ ଖୋଳିବା କାରଣରୁ ଏକ ଘର ଭୁଶୁଡି ପଡିଛି । ଘରଟି ଏମିତି ଭୁଶୁଡ଼ି ଥିଲା ଯେ ଏହାକୁ ଦେଖିଲେ ଭୟ ଲାଗିବ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଦୁର୍ଘଟଣାରେ କାହାର କୌଣସି କ୍ଷୟକ୍ଷତି ହୋଇଛି କି ନାହିଁ ତାହା ଜଣା ପଡିନାହିଁ । ତେବେ ଖାଲ ଖୋଳିବା ପୂର୍ବରୁ ଘରେ ଥିବା ଲୋକଙ୍କୁ ବାହାର କରାଯାଇଥିଲା କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ।

ଘରଟି ଭୁଶୁଡ଼ିବା ପରେ ଲୋକମାନେ ପାଖକୁ ଯାଇ ଏହାର ଦୃଶ୍ୟ ଦେଖିଥିଲେ । ଯାହା ଖୁବ ଭୟଙ୍କର ହୋଇଥିଲା । ଭରଟି ସମ୍ପୂର୍ଣ୍ଣ ମାତ୍ରାରେ ଭାଙ୍ଗି ଦୁଇ ଫାଳ ହୋଇଯାଇଥିବା ଦେଖିବାକୁ ମିଳିଥିଲା । କୌଣସି ଫିଲ୍ମରେ ଯେମିତି ଘର ଭାଙ୍ଗି ଯାଉଥିବାର ଦୃଶ୍ୟ ଆମେ ଦେଖିବାକୁ ପାଇଥାଉ । ଠିକ ସେହିପରି ଏହି ଦୃଶ୍ୟ ହୋଇଥିଲା । ଘରେ କୌଣସି ଲୋକ ଥିଲେ କି ନାହିଁ ତାହା ଜଣା ପଡ଼ି ନାହିଁ । କିନ୍ତୁ ଯଦି ଘରେ କେହି ଥିବେ ତାଙ୍କ ଅବସ୍ଥା ଯେ କଣ ହୋଇଥିବ ତାହା ନକହିବା ଭଲ । ଏଭଳି ଘର ଭାଙ୍ଗିବାର ଦୃଶ୍ୟ କେବଳ ପ୍ରାକୃତିକ ଦୁର୍ବିପାକ ସମୟରେ ହିଁ ଦେଖିବାକୁ ମିଳେ । କିନ୍ତୁ ମନୁଷ୍ୟକୃତ ଘଟଣାରେ ଏଭଳି ଘର ଭାଙ୍ଗିବା ଦୃଶ୍ୟ ହୁଏତ ପ୍ରଥମ ଥର ହୋଇଛି । ଘରର କ୍ଷୟକ୍ଷତି ବିଷୟରେ ଆକଳନ କରିହେବ ନାହିଁ । ଘରର ମାଲିକ ଯେ କେତେ ଟଙ୍କା ଖର୍ଚ୍ଚ କରି ଏ ଘରଟିକୁ ତିଆରି କରିଥିବେ ତାହା ସେ ହିଁ ଜାଣିଛନ୍ତି ।

 


ଅନ୍ୟପଟେ ଘର ଭୁଶୁଡ଼ିବା ସମୟରେ ସେଠାରେ ଉପସ୍ଥିତ ଥିବା ଲୋକମାନେ ଦୂରେଇ ଯାଇଥିଲେ । ଭାଇରାଲ ଭିଡିଓରେ ଦେଖାଯାଇଛି ଯେ ସ୍ଥାନୀୟ ଲୋକମାନେ ଦୂରେଇ ଯାଇଥିଲେ । କିନ୍ତୁ ଘରେ କୌଣସି ଲୋକ ଥିଲେ କି ନାହିଁ ତାହା ଜଣା ପଡ଼ି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.