ବ୍ଲଡ କ୍ୟାନସରରେ ପୀଡିତ ରାମ୍ୟା ଗୋଟିଏ ଦିନ ପାଇଁ ହେଲେ ପୋଲିସ କମିଶନର

ବ୍ଲଡ କ୍ୟାନସର ସହ ଜଡିତ ୧୭ ବର୍ଷିୟ ରାମ୍ୟା ପୋଲିସ ଅଧିକାରୀ ହେବାର ସ୍ୱପ୍ନକୁ ତେଲେଙ୍ଗାନାର ରାଚାକୋଣ୍ଡା ପୋଲିସ ପୁରା କରିଛନ୍ତି। ରାମ୍ୟାଙ୍କୁ ଗୋଟେ ଦିନ ପାଇଁ ପୋଲିସ କମିଶନର କରାଯାଇଛି। ଗତ ମଙ୍ଗଳବାର ଦିନ ରାମ୍ୟା ଗୋଟେ ଦିନ ପାଇଁ ପୋଲିସ ଅଧିକାରୀ ରୂପେ ରାଚକୋଣ୍ଡା କମିଶନର ଭାବେ କାମ କରିଛନ୍ତି। ରାମ୍ୟାଙ୍କ କହିବା ଅନୁଯାୟୀ ସେ କମିଶନରଙ୍କ ଚୌକିରେ ବସିଥିଲେ ଏବଂ ଅଧିକାରୀମାନଙ୍କୁ ଆଦେଶ ଦେଇଥିଲେ, ଯାହା ସମସ୍ତ ଅଧିକାରୀମାନେ ପାଳନ କରିଛନ୍ତି। ରାଚକୋଣ୍ଡାର ପୋଲିସ ସିପି ଭାବେ ପଦ ଗ୍ରହଣ କରିବା ପରେ ରାମ୍ୟା କହିଛନ୍ତି, ଆଇନ ଏବଂ ବ୍ୟବସ୍ଥାର ସମସ୍ୟାର ନୟନ୍ତ୍ରଣ କରିବା ଉଚିତ। ଏଥିସହ ରାଚକୋଣ୍ଡା କମିଶନରଙ୍କ ସୀମାରେ ଅନୁକୁଳ ପୋଲିସ ବାତାବରଣ ତିଆରି ହେବ, ଯେଉଁଥିରେ ରାଚକୋଣ୍ଡା କମିଶନରଙ୍କ ନାଁ ଏବଂ ପ୍ରତିଷ୍ଠା ବୃଦ୍ଧି ହେବ।

policeରାମ୍ୟା ବର୍ତ୍ତମାନ ଇଣ୍ଟରର ଦ୍ୱିତୀୟ ବର୍ଷରେ ପିସିଏମ୍‌ ଷ୍ଟ୍ରିମ୍‌ରେ ପଢୁଛନ୍ତି। ‘ମେକ ଅ ବିସ୍‌’ ଫାଉଣ୍ଡେସନ ଗୋଟେ ଦିନ ପାଇଁ ପୋଲିସ କମିଶନର ହେବା ପାଇଁ ରାମ୍ୟାଙ୍କ ଇଛା ପୂରଣ କରିବା ପାଇଁ ସିପି ରାଚକୋଣ୍ଡା ମେହସ ଭାଗବତଙ୍କ ସହ ସମ୍ପର୍କ କରିଥିଲେ। ରାମ୍ୟା ବ୍ଲଡ କ୍ୟାନ୍ସରରେ ପିଡୀତ। ତାଙ୍କର ଚିକିତ୍ସା ହାଇଦ୍ରାବାଦ୍‌ ର ଏକ ହସ୍ପିଟାଲରେ ଚାଲିଛି। ରାମ୍ୟା ଏହି ସବୁ ପରେ କହିଛନ୍ତି ଆଜି ସେ ବହୁତ ଖୁସି ଅଛନ୍ତି। ଭବିଷ୍ୟତରେ ସେ ପୋଲିସ ଅଧିକାରୀ ହୋଇ ଅଞ୍ଚର ବ୍ୟବସ୍ଥା ଏବଂ ଟ୍ରାଫିକ୍‌ ନିୟମ ଉପରେ ବିଶେଷ ଧ୍ୟାନ ଦେବେ। ଏଥିସହ ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଘଟଣା କମ କରିବା ପାଇଁ ପ୍ରୟାସ କରିବେ।

ଏହାସହ ପଢନ୍ତୁ: କାହିଁକି ପାକିସ୍ତାନର ଏହି ମହିଳା ପୋଲିସ ଅଧିକାରୀଙ୍କୁ ନେଇ ଜୋର ଧରିଛି ଏତେ ଚର୍ଚ୍ଚା, ଜାଣନ୍ତୁ

ରାଚକୋଣ୍ଡା ଜିଲ୍ଲାର ଆପିଏସ୍‌ ମହେଶ ଭାଗବତ ଏବଂ ଆଡିସିନାଲ କମିଶନର ସୁଧୀର ବାବୁ ରାମ୍ୟା ଜଲଦି ସୁସ୍ଥ ହେବା ପାଇଁ କାମନା କରିଛନ୍ତି ଏବଂ ତାଙ୍କୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଛନ୍ତି। ଏହି ସମୟରେ ରାମ୍ୟାଙ୍କୁ ତାଙ୍କ ମା ଏ.ପଦ୍ମାଙ୍କ ସହ ଗାର୍ଡ ଅଫ୍‌ ଅନର୍‌ ଦିଆଯାଇଛି।

ରିପୋର୍ଟ ଅନୁଯାୟୀ ରାଚକୋଣ୍ଡା ପୋଲିସ ଅଧିକାରୀ ଦ୍ୱାରା ଏହି ଇଛା ପୂରଣ କରିବାର ଦ୍ୱିତୀୟ ଉଦାହରଣ। ଏହା ପୂର୍ବରୁ ୨୦୧୭ରେ ଏହସାନଙ୍କର ମଧ୍ୟ ଗୋଟିଏ ଦିନ ପୋଲିସ ଅଧିକାରୀ ହେବାର ଇଛା ପୂରଣ ହୋଇଥିଲା।

Leave A Reply

Your email address will not be published.