Below header

ରାସନ କାର୍ଡ ଉପଭୋକ୍ତାଙ୍କ ପାଇଁ ଖୁସି ଖବର, ଜାଣନ୍ତୁ କଣ ରହିଛି ସୁବିଧା

ଉତ୍ତରାଖଣ୍ଡରେ ବହୁତ ଜଲଦି ଲୋକମାନେ ନିଜର ସୁବିଧା ପାଇଁ ରାଜପଥରେ ଥିବା ଯେକୌଣସି ଶସ୍ତା ଦୋକାନରୁ ରାସନ ନେଇପାରିବେ। ଏହିକାରଣରୁ ରାଜ୍ୟ ସରକାର ରାଷ୍ଟ୍ରିୟ ଖାଦ୍ୟ ସୁରକ୍ଷା ଆକ୍ଟ ଦ୍ବାରା ରାସନ କାର୍ଡ ପୋର୍ଟେବିଲିଟିର ସୁବିଧା ଦେବା ପାଇଁ ପ୍ରସ୍ତୁତି କରୁଛନ୍ତି।
ଏହି ବ୍ୟବସ୍ଥା ଲାଗୁ ହେବା ପରେ ପ୍ରଦେଶର ୨୩ ଲକ୍ଷ ଉପଭୋକ୍ତା ରାଜ୍ୟରେ କୌଣସି ଭି ଦୋକାନରୁ ସାର୍ବଜନିକ ବିତରଣ ପ୍ରଣାଳୀର ଲାଭ ଉଠାଇ ପାରିବେ। ଏନଏଫଏସଏ ବିଭାଗରେ ରାସନ କାର୍ଡ ଜନିତ ସମସ୍ତ ତଥ୍ୟ ଅନଲାଇନରେ ରଖାଯାଉଛି। ଯାହା ବିକ୍ରେତାମାନଙ୍କ ଇ-ପାସ ମେସିନ ସହ ଲିଙ୍କ୍ କରାଯିବ।

ଏହାସହ ପଢନ୍ତୁ: ବିନା ଆୟୁଷ୍ମାନ ଭାରତ ଯୋଜନାରେ ମଧ୍ୟ ସୁପର ସ୍ପେସାଲିଟି ହସ୍ପିଟାଲରେ ରୋଗର ଚିକିତ୍ସା କରି ପାରିବେ, ଜାଣନ୍ତୁ କେମିତି

ପୋର୍ଟେବିଲିଟି ଜରିଆରେ କୌଣସି ଉପଭୋକ୍ତା ଅନ୍ୟ ଯାଗାକୁ ଯାଇ ବାୟୋମେଟ୍ରିକ ସିଷ୍ଟମ ସାହାଯ୍ୟରେ ଫିଙ୍ଗର ପ୍ରିଣ୍ଟି ଦେଇ ଖାଦ୍ୟ ସାମଗ୍ରୀ ନେଇ ପାରିବେ। ଯଦି କୌଣସି ଉପଭୋକ୍ତା ବାହାରୁ ଆସି ଅନ୍ୟ ଯାଗାରୁ ଲଗାତାର ତିନି ଥର ଖାଦ୍ୟ ସାମଗ୍ରୀ ନେବେ ତେବେ ଅଟୋମେଟିକ୍ ସେହି ବ୍ୟକ୍ତିଙ୍କ ରାସନକାର୍ଡ ବିକ୍ରେତାଙ୍କ ଦୋକାନ ସହ ଲିଙ୍କ୍ ହୋଇଯିବ। ରିପୋର୍ଟ ଅନୁଯାୟୀ ଯେଉଁ ବ୍ୟକ୍ତିମାନେ ଅନ୍ୟ ଦୋକାନରୁ ଖାଦ୍ୟ ସାମଗ୍ରୀ ନେବାରେ ଅସୁବିଧାର ସମୁଖୀନ ହେଉଥିଲେ ବର୍ତ୍ତମାନ ସେହି ବ୍ୟକ୍ତିମାନେ ଏହି ପ୍ରକ୍ରିୟାର ଲାଭ ଉଠାଇ ପାରିବେ। ଏହିକାରଣରୁ ରାସନକାର୍ଡ ସହ ଆଧାାର ଲିଙ୍କ୍ କରିବାକୁ ପଡ଼ିବ। ବିଭାଗ ପକ୍ଷରୁ ରାସନ କାର୍ଡର ଡାଟା କମ୍ପ୍ୟୁଟରରେ ଫିଡ୍ କରାଯାଉଛି। ସମସ୍ତ ଡାଟା ଅନଲାଇନରେ ଫିଡ୍ ହେବା ପରେ ଏହି ବ୍ୟବସ୍ଥା ଆରମ୍ଭ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.