Below header

ଜନ୍ମ ନେଲା ଦୁଇ ମୁଣ୍ଡିଆ ବିରଳ ଶିଶୁ, ଯାହାର ଅଛି ତିନିଟି ହାତ

ପ୍ରଦେଶର ରତ୍ଲାମରେ ଏକ ଅଜବ ଓ ଆଶ୍ଚର୍ଯ୍ୟଜନକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ଦୁଇଟି ମୁଣ୍ଡ ଏବଂ ତିନିଟି ହାତ ଥିବା ଏକ ସନ୍ତାନକୁ ଜନ୍ମ ଦେଇଛନ୍ତି। ଏପରି ଘଟଣା ଘଟିବା ବହୁତ୍ ଅଜବ। କାରଣ ଶିଶୁଟିର ଏକା ଥରକେ ୩ ଟି ହାତ ଏବଂ ୨ ଗୋଡ ଅଛି ବୋଲି ଡାକ୍ତର କହିଛନ୍ତି। ସେ ଏହାକୁ ଏକ ପ୍ରକାର ଜଟିଳ ରୋଗ ବୋଲି ମଧ୍ୟ କହିଛନ୍ତି। ସେ କହିଛନ୍ତି ଯେ, ଶିଶୁଟି ଏବେବି ହସ୍ପିଟାଲରେ ଭର୍ତ୍ତି ହୋଇଛି ଏବଂ ବିପଦରୁ ବାହାରି ନାହିଁ।

 

View this post on Instagram

 

A post shared by ABP News (@abpnewstv)


ଶିଶୁର ଉଭୟ ମୁଣ୍ଡ ଗୋଟିଏ ହାର୍ଟ ଦ୍ୱାରା ସଂଯୁକ୍ତ । ତୃତୀୟ ହାତ ଉଭୟ ମୁଣ୍ଡ ପାଖରେ ପଛ ପାର୍ଶ୍ୱରେ ଅଛି। ତାକୁ ସଠିକ୍ ଭାବରେ ଯତ୍ନ ନିଆଯିବା ପାଇଁ ଇନ୍ଦୋରର ଏକ ଡାକ୍ତରଖାନାକୁ ପଠାଯାଇଛି। ଡାକ୍ତରମାନେ କହିଛନ୍ତି ଯେ ଏହା ବହୁତ କ୍ୱଚିତ୍ ହୋଇଥାଏ। ଏହିପରି ପିଲାମାନେ ଗର୍ଭରେ ମରନ୍ତି କିମ୍ବା ଜନ୍ମର ୪୮ ଘଣ୍ଟା ପରେ ମରିଯାଆନ୍ତି। ଅନେକ କମ୍ ଏପରି ଯମଜ ଅଛନ୍ତି ଯିଏକି ବଞ୍ଚି ଥାଆନ୍ତି। ଶିଶୁରୋଗ ବିଭାଗର ପ୍ରଫେସର ଡକ୍ଟର ବ୍ରଜେଶ ଲାହୋତି କହିଛନ୍ତି ଯେ ଜନ୍ମ ହୋଇଥିବା ଶିଶୁର ଦୁଇଟି ମୁଣ୍ଡ, ୩ ହାତ ଏବଂ ୨ ଗୋଡ ଅଛି। ସେ ଏହାକୁ ଏକ ପ୍ରକାର ଜଟିଳ ରୋଗ ବୋଲି କହିଛନ୍ତି।

ଏଭଳି ପରିସ୍ଥିତିରେ ପିଲାମାନେ ଅଧିକ ଦିନ ବଞ୍ଚିବାକୁ ସକ୍ଷମ ନୁହଁନ୍ତି। ଏହି ଶିଶୁର ଓଜନ ୩ କିଲୋଗ୍ରାମ ୨୦୦ ଗ୍ରାମ ରହିଛି। ଏହାକୁ ଡିସେଫାଲିକ୍ ପାରାଫାଗସ୍ କୁହାଯାଏ ଯାହା ଆଂଶିକ ଫ୍ୟୁଜନର ଏକ ବିରଳ ରୂପ। ଅର୍ଥାତ ଏହା ଯମଜ ଶିଶୁ ହୋଇଥାନ୍ତା କିନ୍ତୁ ଗର୍ଭ ଭିତରେ ଭଲ ଭାବେ ଅଣ୍ଡା ବିଭାଜିତ ନ ହୋଇଥିବାରୁ ଏପରି ହୁଏ। ଏହାର ଗଠନ ଠିକ୍ ଭାବେ ହୋଇ ନଥାଏ।ପିଲାଟି ବର୍ତ୍ତମାନ ସପୋର୍ଟ ସିଷ୍ଟମରେ ଅଛି। ଶିଶୁଟି ବଞ୍ଚିବା ପାଇଁ ପରିବାର ଲୋକ ଆଶା ରଖିଛନ୍ତି, ଏହି ଶିଶୁକୁ ଜାଭ୍ରା ନିବାସୀ ଶାହିନ୍ ଜନ୍ମ ଦେଇଛନ୍ତି।

ଶିଶୁର ମାଆ ଏବେ ବି ରତ୍ଲାମର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ପରିବାରର ସଦସ୍ୟମାନେ ଶିଶୁର ସ୍ୱାସ୍ଥ୍ୟ ପାଇଁ ବହୁତ ଚିନ୍ତିତ ଅଛନ୍ତି ଏବଂ ପିଲାଟିର ବଞ୍ଚିବା ପାଇଁ ପ୍ରାର୍ଥନା କରୁଛନ୍ତି।ଡାକ୍ତରଙ୍କ ଅନୁଯାୟୀ, ଅସ୍ତ୍ରୋପଚାର ପରେ ମଧ୍ୟ ଏଭଳି ପିଲାମାନଙ୍କର ବଞ୍ଚିବାର ସମ୍ଭାବନା ବହୁତ କମ୍ ଅଟେ। ଏପରି ପରିସ୍ଥିତିରେ, ୬୦-୭୦ ପ୍ରତିଶତ ପିଲା ବଞ୍ଚନ୍ତି ନାହିଁ। କିନ୍ତୁ ଯେଉଁମାନେ ବଞ୍ଚନ୍ତି ତାଙ୍କୁ ବଡ଼ ହେବା ପାଇଁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.