ଦୋଷ ମାନିଲେ ମୁଖ୍ୟ ଖଳନାୟିକା ଶର୍ମିଷ୍ଠା ରାଉତ: ଅପହରଣ ପରେ ମାନସକୁ କରିଛନ୍ତି ହତ୍ୟା

କେନ୍ୟୁଜ୍(ବ୍ୟୁରୋ): ) ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମ୍‌ବ୍ରାଞ୍ଚର ବଡ଼ ଖୁଲାସା। ଜେରା ବେଳେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଅପହରଣ ଓ ହତ୍ୟା କଥା ସ୍ୱୀକାର କରିଛି। ଚାନ୍ଦବାଲିରୁ ଫେବ୍ରୁଆରୀ ୭ ତାରିଖ ସକାଳେ ମାନସଙ୍କୁ ଅପହରଣ କରିଥିଲେ । ଅପହରଣରେ ସହାୟତା କରିଥିଲେ ରଞ୍ଜନ ନାୟକ, ଝୁନା ଭୋଇ, ଭାଗ୍ୟଧର ନାୟକ ଓ ନିଲୁ। ମାନସଙ୍କୁ ଅପହରଣ କରି ଭୁବନେଶ୍ୱର ଦୟାଲ ଆଶ୍ରମ ନେଇ ଆସିଥିଲେ । ସେଦିନ ମଧ୍ୟାହ୍ନ ସମୟରେ ଦୟାଲ ଆଶ୍ରମରେ ପହଞ୍ଚିଥିଲେ । ମାନସଙ୍କୁ ଆଶ୍ରମରେ ଅକଥନୀୟ ମାଡ ମାରିଥିଲେ । ମୃତ୍ୟୁ ପରେ ୮ ତାରିଖ ଅପରାହ୍ନରେ ମାନସଙ୍କ ମୃତ ଦେହ ନେଇ ନୟାଗଡ଼ ରଣପୁର ଅଭିମୁଖେ ଯାଇଥିଲେ । ମୃତ ଦେହ ପୋତିବା ପରେ ଚଣ୍ଡିଖୋଲ ଅଭିମୁଖେ ଯାଇଥିଲେ। ମଧ୍ୟରାତ୍ରୀରେ ଚଣ୍ଡିଖୋଲଠାରୁ ଦୁଇ କିଲୋମିଟର ଦୂର ଦୈତାରୀ-ପାରାଦୀପ ଏକ୍ସପ୍ରେସ ୱେରେ ଅଖା ବ୍ୟାଗ, ଶାଢୀ, ଗଇଁତି, ଫାଉଡା ଆଦି ଫୋପାଡି ଦେଇଥିଲେ।

ମୃତ ଦେହ ନେବାକୁ ଭୁବନେଶ୍ୱର ୟୁନିଟ୍‌-୧ ମାର୍କେଟରୁ ଶର୍ମିଷ୍ଠା ଓ ଝୁନା ଅଖା ବ୍ୟାଗ୍‌, ଗ୍ଲୋଭ୍‌ସ, ସୁତୁଲି କିଣିଥିଲେ। ନୟାଗଡ଼ ଯିବା ବାଟରେ ରାଜସୁନାଖଳାଠାରେ ଶର୍ମିଷ୍ଠା ଓ ଝୁନା ୧୦ କେଜି ଲୁଣ କିଣିଥିଲେ । ସେହି ସ୍ଥାନରୁ ଅନ୍ୟ ଦୁଇ ଅଭିଯୁକ୍ତ ଭାଗ୍ୟଧର ଏବଂ ରଂଜନ ଫାଉଡା ଏବଂ ଗଇଁତି କିଣିଥିଲେ । ରଣପୁର ନୂଆକଣ୍ଟିରେ ମୃତ ଦେହ ପୋତିବାକୁ ନିଷ୍ପତ୍ତି ନେଇଥିଲେ ଅଭିଯୁକ୍ତ। କାରଣ ସେ ଅଂଚଳ ଅନ୍ୟ ଅଭିଯୁକ୍ତ ଭାଗ୍ୟଧର ନାୟକର ଗାଁ ବଧିପାଟଣାଠାରୁ ୨ କିଲୋମିଟିର ଦୂରରେ ଥିଲ ।। ଆଜି ଡେମୋ ଦେଖାଇବା ବେଳେ ଛଅ ତାରିଖ ରାତିରେ ସହଯୋଗୀଙ୍କ ସହ କେଉଁ ରାସ୍ତା ଦେଇ ପଳାଶପୁର ଯାଇଥିଲେ ତାହା ଦେଖାଇଥିଲେ ଶର୍ମିଷ୍ଠା। ମାନସ ସ୍ୱାଇଁଙ୍କ ଫେରିବା ବାଟକୁ ସାତ ତାରିଖ ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ମାନସଙ୍କୁ ଅପହରଣ କରି ସେହି ଦିନ ହିଁ ଦୟାଲ ଆଶ୍ରମ ଆଣିଥିଲେ । ଯେଉଁ ରୁମରେ ରଖି ମାଡ ମାରିଥିଲେ ତାହା ଦେଖାଇଥିଲେ ଶର୍ମିଷ୍ଠା।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.