ନାଁ ମୁଁ କପିଲଙ୍କୁ ଛାଡ଼ି ନାହିଁ, ଏମିତି କହିଲେ ସୁମୋନା ଚକ୍ରବର୍ତ୍ତୀ

ଦ କପିଲ ଶର୍ମା ସୋ’ରୁ ସୁମୋନା ଚକ୍ରବର୍ତ୍ତୀ ଓହରି ଯାଇଛନ୍ତି ବୋଲି ଖୁବ୍‌ ଚର୍ଚ୍ଚା ହେଉଛି । ତେବେ ଏହି କଥାକୁ ଖଣ୍ଡନ କରିଛନ୍ତି ସୁମୋନା । ସେ କହିଛନ୍ତି କି ମୁଁ ଆଉ ଗୋଟିଏ ସୋ’ରେ କାମ କରିବାକୁ ଯାଉଛି ଯାହାର ପ୍ରମୋ ଚାଲିଛି । ତେବେ କପିଲ ଶର୍ମା ସୋ’କୁ ମୁଁ ଛାଡ଼ିବାର ପ୍ରଶ୍ନ ଉଠୁ ନାହିଁ ।
ସୁମୋନା ଯେଉଁ ନୂଆ ସୋ କରିବାକୁ ଯାଉଛନ୍ତି ତାହା ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନ ଉପରେ ଆଧାରିତ । ଗୋଟିଏ ମାସ ଭିତରେ ଏହାର ସୁଟିଂ ସରିଯିବ । ସେ ନିଜେ ବଙ୍ଗାଳି ହୋଇଥିବାରୁ ତାଙ୍କୁ ଏହି ସୋ ବହୁତ ଆତ୍ମସନ୍ତୋଷ ଦେଉଛି । ତେବେ ଏହି ନୂଆ ସୋ ଯୋଗୁଁ ତାଙ୍କୁ କପିଲ ଶର୍ମା ସୋ ଛାଡ଼ିବାକୁ ପଡୁନାହିଁ । ସେ କହିଛନ୍ତି, ମୁଁ ପୂର୍ବ ପରି ଏହି ସୋ’ରେ ରହିବି । ମୁଁ ସୋ ଛାଡ଼ିବା କଥା ଏକ ବଡ଼ ଗୁଜବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.