ମଧ୍ୟପ୍ରଦେଶ: କୋତୱାଲି ଥାନାରେ ମୂଷାଙ୍କ ପାର୍ଟି! ପିଇଦେଲେ ୬୦ ବୋତଲ ମଦ, ଖାଇଦେଲେ ଗଞ୍ଜେଇ

ମଧ୍ୟପ୍ରଦେଶର ଛିନ୍ଦଓ୍ଵାଡା କୋତୱାଲି ଥାନାରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଥାନାର ମାଲଖାନାରେ ରଖାଯାଇଥିବା ୬୦ ବୋତଲ ଜବତ ମଦକୁ ମୂଷାମାନେ ପିଇ ଦେଇଛନ୍ତି। ମୂଷାଙ୍କ ଉତ୍ପାତ ଯୋଗୁ ପୋଲିସ ଏବେ ମୂଷାଧରା ଯନ୍ତା ବସାଇଛି। ଏଥିରେ କିଛି ମୂଷା ମଧ୍ୟ ପଡିଛନ୍ତି। ଏବେ ଏହି ମାମଲା ଚର୍ଚ୍ଚାରେ। ସୋସିଆଲ ମିଡିଆରେ ଏହି ଖବର ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଏ ସମ୍ପର୍କରେ କୋତୱାଲୀ ଟିଆଇ ଉମେଶ ଗୋଲହାନି କହିଛନ୍ତି ଯେ କାର୍ଯ୍ୟାନୁଷ୍ଠାନ ସମୟରେ ପୋଲିସ ଜବତ କରିଥିବା ଜିନିଷଗୁଡ଼ିକୁ ମାଲଖାନାରେ ରଖାଯାଇଥିଲା। ଏହି ମଦକୁ କୋର୍ଟରେ ପ୍ରମାଣ ସ୍ୱରୂପ ଉପସ୍ଥାପନ କରିବାର ଥିଲା। କିନ୍ତୁ ଯେତେବେଳେ ମାଲଖାନା ଖୋଲାଯାଇଥିଲା, ସେତେବେଳେ ମଦ ବୋତଲଗୁଡିକୁ ମୂଷା କଣା କରିଦେଇଥିବା ଦେଖିବାକୁ ମିଳିଥିଲା। ଏହି କାରଣରୁ ମଦ ଲିକ୍ ହୋଇଯାଇଥିଲା। ମୂଷାମାନେ ମଦ କାର୍ଟୁନକୁ କାଟି ପକାଇଥିଲେ।

ପ୍ରାୟ ୬୦ରୁ ୬୫ ଛୋଟ ପ୍ଲାଷ୍ଟିକ୍ ମଦ ବୋତଲକୁ ମୂଷାମାନେ କାଟି କୁଟ୍‌ କୁଟ୍‌ କରିଦେଇଥିଲେ, ଯେଉଁଥିପାଇଁ ମଦ ଲିକ୍ ହୋଇ କାର୍ଟୁନ ଖାଲି ହୋଇଯାଇଥିଲା।

ଉମେଶ ଗୋଲହାନି କହିଛନ୍ତି, ମୂଷାଙ୍କ ଯୋଗୁ ଆମେ ବହୁତ ଅସୁବିଧାରେ ପଡ଼ିଛୁ। ଏହା ପ୍ରଥମ ଥର ନୁହେଁ। ପୂର୍ବରୁ ମଧ୍ୟ ଏମିତି ଘଟିଛି। ଥାନା ବିଲ୍ଡିଂ ପୁରୁଣା ହୋଇଗଲାଣି। ଏହି କାରଣରୁ ମୂଷାଙ୍କ ସଂଖ୍ୟା ବଢ଼ିଯାଇଛି। ଜବତ ହୋଇଥିବା ଗଞ୍ଜେଇ ବସ୍ତା ସହ ଅନ୍ୟାନ୍ୟ ଜିନିଷକୁ ମଧ୍ୟ ମୂଷାମାନେ କାଟି ପକାଉଛନ୍ତି। ଏଥିଯୋଗୁ ସମସ୍ୟା ହେଉଛି। ମୂଷାଙ୍କଠାରୁ ସାମଗ୍ରୀଗୁଡ଼ିକୁ ରକ୍ଷା କରିବା ପାଇଁ ଲୁହା-ଟିଣ ବାକ୍ସ ରଖାଯାଇଛି। ମୂଷାମାନେ ଗୁରୁତ୍ୱପୂର୍ଣ୍ଣ ଫାଇଲଗୁଡ଼ିକୁ ମଧ୍ୟ କାଟି ନଷ୍ଟ କରି ଦେଉଛନ୍ତି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.