Below header

ମୂଷାର ହାଇପ୍ରୋଫାଇଲ୍ ଚୋରି, ଗହଣା ଦୋକାନରୁ ହୀରା କାନ ଫୁଲ୍ ଧରି ଗାୟବ

ବିହାର : ମୂଷାଙ୍କ କାରାନାମା ସହ ଆପଣମାନେ ଭଲ ଭାବେ ପରିଚିତ । କାରଣ ଅଧିକାଂଶ ଘରେ ମୁଣ୍ଡ ବିନ୍ଧାର କାରଣ ମୂଷା । ମୂଷାଙ୍କ ନଜରରୁ ଡାଲି ଚାଉଳକୁ ରକ୍ଷା କରିବା ମୁସ୍କିଲ୍ ନୁହେଁ ନାମୁମକିନ୍ । ତେବେ ଆଜି ଆମେ ଗୋଟିଏ ମୂଷାର ଏକ ଅଜବ କାରନାମା ବିଷୟରେ କହିବୁ ଯାହାକୁ ଶୁଣିଲେ ମୁଣ୍ଡରେ ହାତ ଦେବେ ।

ଏକ ହାଇପ୍ରୋଫାଇଲ୍ ଚୋରି କରିଛି ଗୋଟିଏ ମୂଷା । ପାଟନାର ଏକ ଗହଣା ଦୋକାନରୁ ହୀରାର କାନଫୁଲ ଚୋରି ହୋଇଯାଇଛି । ଆଉ ଯେତେବେଳେ ସିସିଟିଭି ଫୁଟେଜ୍ ଚେକ୍ ହୋଇଥିଲା ସେତେବେଳେ ମାଲିକଙ୍କ ହୋସ୍ ଉଡିଯାଇଥିଲା ।

ସିସିଟିଭିରୁ ଜଣାପଡିଥିଲା ଚୋରୀ କେହି ମଣିଷ ନୁହେଁ ବରଂ କରିଛି ଏକ ମୂଷା । ମୂଷାଟି ଆରାମରେ ଦୋକାନର କାଉଣ୍ଟରକୁ ଗଲା । ଏବଂ ସେଠାରେ ଏକ ପ୍ଲାଷ୍ଟିକ୍ ପ୍ୟାକରେ ଥିବା ହୀରାର କାନ ଫୁଲକୁ ପାଟିରେ ଧରି ଚାଲିଗଲା । ଏପର‌୍ୟ୍ୟନ୍ତ ଏହି କାନଫୁଲ ମିଳିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.