ରେଭ୍ ପାର୍ଟିରେ ରେଡ୍, ଡ୍ରଗ୍ସ ନେଉଥିବା ଅଭିଯାଗରେ ୮୦ ଅଟକ

ରେଭ୍ ପାର୍ଟିରେ ରେଡ୍। ୮୦ ଜଣ ଅଟକ। ବେଆଇନ୍ ଭାବେ ଡ୍ରଗ୍ସ ନେଉଥିବା ଅଭିଯାଗରେ ଅଟକ ରଖିଛି ମୁମ୍ବାଇ ପୋଲିସ।

ରେଭ୍ ପାର୍ଟିରେ ରେଡ୍। ୮୦ ଜଣ ଅଟକ। ବେଆଇନ୍ ଭାବେ ଡ୍ରଗ୍ସ ନେଉଥିବା ଅଭିଯାଗରେ ଅଟକ ରଖିଛି ମୁମ୍ବାଇ ପୋଲିସ। ଶନିବାର ରାତିରେ ମୁମ୍ବାଇ ନିକଟରେ ଚାଲିଥିଲା ରେଭ୍ ପାର୍ଟି। ଏହି ପାର୍ଟିରେ ପ୍ରାୟ ୮୦ ଜଣ ବେଆଇନ ଭାବେ ଡ୍ରଗ୍ସ ସେବନ କରୁଥିଲେ। ସମସ୍ତଙ୍କୁ ଅଟକ ରଖାଯିବା ପରେ ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଛି। ରେଭ୍ ପାର୍ଟିର ଦୁଇ ଜଣ ଆୟୋଜକଙ୍କୁ ଗିରଫ କରାଯାଇଛି। ପାର୍ଟିରୁ ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ ଜବତ ହୋଇଛି। ରେଭ୍ ପାର୍ଟିରେ ଯୋଗ ଦେଇଥିବା ସଦସ୍ୟଙ୍କ ଭିତରୁ ଅଧିକାଂଶ ଛାତ୍ର ଓ କର୍ପୋରେଟ୍ ସେକ୍ଟର କର୍ମଚାରୀ ବୋଲି ପୋଲିସ କହିଛି । …

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.