Below header

ଉତ୍ତର ଭାରତରେ ପୁଣି ବର୍ଷା ବିତ୍ପାତ, ଆଜି ପାଇଁ ହିମାଚଳ ପ୍ରଦେଶକୁ ରେଡ୍ ୱାର୍ଣ୍ଣିଂ

ମାଚଳ ପ୍ରଦେଶରେ ଗମ୍ଭୀର ହେଉଛି ସ୍ଥିତି। ଲଗାଣ ବର୍ଷା ଯୋଗୁ ଉଛୁଳୁଛି ନଦୀ। ବେୟସ ନଦୀରେ ବନ୍ୟା। ପ୍ରଭାବିତ ହୋଇଛି ମଣ୍ଡି। ବିଭିନ୍ନ କେନାଲ ଓ ଜଳାଶୟ ପୁଣି ଉଛୁଳିବା ଆରମ୍ଭ ହୋଇଛି। ଆହୁରି ପ୍ରବଳ ବର୍ଷା ବାକି ରହିଛି। ଆଜି ପାଇଁ ହିମାଚଳ ପ୍ରଦେଶକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି।

ଉତ୍ତର ଭାରତରେ ପୁଣି ବର୍ଷା ବିତ୍ପାତ। ହିମାଚଳ ପ୍ରଦେଶରେ ଗମ୍ଭୀର ହେଉଛି ସ୍ଥିତି। ଲଗାଣ ବର୍ଷା ଯୋଗୁ ଉଛୁଳୁଛି ନଦୀ। ବେୟସ ନଦୀରେ ବନ୍ୟା। ପ୍ରଭାବିତ ହୋଇଛି ମଣ୍ଡି। ବିଭିନ୍ନ କେନାଲ ଓ ଜଳାଶୟ ପୁଣି ଉଛୁଳିବା ଆରମ୍ଭ ହୋଇଛି। ଆହୁରି ପ୍ରବଳ ବର୍ଷା ବାକି ରହିଛି। ଆଜି ପାଇଁ ହିମାଚଳ ପ୍ରଦେଶକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି।

ଅନ୍ୟପଟେ ଲଗାଣ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଜାଗାରେ ଭୂସ୍ଖଳନ। ଏକାଧିକ ସ୍ଥାନରେ ରାସ୍ତା ଅବରୋଧ। ବିଳାସପୁର ଜିଲ୍ଲାରେ ୨୦୫ ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇ ଯାଇଛି। ଭୂସ୍ଖଳନାରେ ୨ଟି ଟ୍ରକ ଓ ଗୋଟିଏ କାର କ୍ଷତିଗ୍ରସ୍ତ ହୋଇଛି। ସେହିପରି ବର୍ଷାଜନିତ ଘଟଣା ଯୋଗୁଁ ଆହୁରି ଅନେକ ସ୍ଥାନରେ ରାସ୍ତା ଅବରୋଧ ହୋଇଛି।

ସିରମୁରରେ ହଠାତ ବନ୍ୟା ଆସି ଗାଡିମୋଟର ଓ ଗାଇଗୋରୁ ଭାସି ଯାଇଛନ୍ତି। କିଛି ଦିନ ତଳେ ହିମାଚଳ ପ୍ରଦେଶରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ଯୋଗୁଁ ବହୁ ଧନଜୀବନ ହାନୀ ହୋଇଥିଲା। ଚଳିତ ବର୍ଷ ମୌସୁମୀ ଆରମ୍ଭରୁ ଏପର୍ଯ୍ୟନ୍ତ ବର୍ଷା ଅଘଟଣରେ ୨୨୩ ଲୋକଙ୍କ ଜୀବନ ଗଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.