Below header

କରୋନା ଟିକା ନେବା ପାଇଁ ପୂର୍ବରୁ କରିବାକୁ ହେବ ରେଜିଷ୍ଟ୍ରେସନ, ଜାଣନ୍ତୁ କେଉଁ ପରିଚୟ ପତ୍ରର ହେବ ଆବଶ୍ଯକତା

କରୋନା ମହାମାରୀ ଠାରୁ ରକ୍ଷା ପାଇବା ପାଇଁ ବିଶ୍ବର ସମସ୍ତ ଦେଶରେ ଟିକା ପ୍ରସ୍ତୁତି ଯୁଦ୍ଧଭିତ୍ତିକ ସ୍ତରରେ ହେଉଛି। ଭାରତରେ ଏଯାଏଁ ୮ଟି ଟିକା ଉପରେ ପରୀକ୍ଷା ଚାଲିଛି। ଏହା ମଧ୍ୟରେ ଖୁବଶୀଘ୍ର ୩ରୁ ୪ଟି ଟିକା ଉପଲବ୍ଧ ହେବ ବୋଲି ଖବର ମିଳିଛି। ଏହାକୁ ଦେଖି କେନ୍ଦ୍ର ସରକାର ରାଜ୍ଯ ପାଇଁ ଟିକାକରଣ ଅଭିଯାନକୁ ନେଇ ନିୟମାବଳୀ ଜାରି କରିଛନ୍ତି। ଏଥିରେ କେମିତି ଏବଂ କାହାକୁ ଭ୍ଯାକସିନ ମିଳିବ ନିର୍ଦ୍ଦେଶ ଦିଆଯାଇଛି। ଟିକାକରଣ କେନ୍ଦ୍ରକୁ ପ୍ରତିଦିନ ୧୦୦ରୁ ୨୦୦ ଲୋକ ଟିକା ନେବା ପାଇଁ ଯିବେ ଏବଂ ସେମାନଙ୍କୁ ୩୦ ମିନିଟ୍ ପର୍ଯ୍ଯବେକ୍ଷଣରେ ରହିବେ।

ନିର୍ଦ୍ଦେଶ ମୁତାବକ, ପ୍ରଥମେ ପ୍ରାଥମିକତା ଆଧାରରେ ୩୦ କୋଟି ଲୋକଙ୍କୁ ଟିକା ଦିଆଯିବା ପାଇଁ ପ୍ରସ୍ତୁତି ଚାଲିଛି। ଏମାନଙ୍କ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ଡାକ୍ତର, ନର୍ସ, ପୋଲିସକର୍ମୀ, ସଫେଇ କର୍ମୀ ଏବଂ ଅନ୍ଯ ଫ୍ରଣ୍ଟଲାଇନ ୱାକର୍ସ, ୫୦ ବର୍ଷରୁ ଅଧିକ ବୟସ ଲୋକ ସାମିଲ ରହିବେ। ଏହାଛଡା ୫୦ ବର୍ଷରୁ କମ୍ ବୟସ ଲୋକ ରହିଛନ୍ତି, ଯେଉଁମାନେ ପୂର୍ବରୁ କୌଣସି ଗୁରୁତର ରୋଗରେ ପୀଡିତ ଥିବେ, ତାଙ୍କୁ ମଧ୍ୟ ପ୍ରଥମେ ଟିକା ଦିଆଯିବ।

aadhar

ରେଜିଷ୍ଟ୍ରେସନ ପାଇଁ ଦରକାର ପରିଚୟ ପତ୍ର:

ପ୍ରତିଦିନ ଯେଉଁ ୧୦୦ ଲୋକଙ୍କୁ ଟିକା ଦିଆଯିବ, ସେମାନେ ପୂର୍ବରୁ ରେଜିଷ୍ଟ୍ରେସନ କରିବେ। ସଙ୍ଗ ସଙ୍ଗେ ରେଜିଷ୍ଟ୍ରେସନ କରିବାର କୌଣସି ସୁବିଧା ନାହିଁ। ରେଜିଷ୍ଟ୍ରେସନ କରିବା ପାଇଁ ଭୋଟର ପରିଚୟ ପତ୍ର, ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ, ପେନସନ କାଗଜପତ୍ର ସହିତ ୧୨ଟି କାଗଜପତ୍ର ମଧ୍ୟରୁ କୌଣସି ଗୋଟିଏ ଜରୁରୀ ହୋଇପାରେ। ଯେଉଁ କେନ୍ଦ୍ରରେ ଲୋକଙ୍କୁ ଟିକା ଦିଆଯିବ, ଟିକା ନେବା ପରେ ଲୋକ ୩୦ ମିନିଟ୍ ପର୍ଯ୍ଯନ୍ତ ସେଠାରେ ଥିବା ଅଲଗା ସ୍ଥାନରେ ରହିବେ।

ଟିକାକରଣ କେନ୍ଦ୍ରରେ କେମିତି ହେବ ଯାଞ୍ଚ:

ଗୋଟେ ଟିକାକରଣ କେନ୍ଦ୍ରରେ ପାଞ୍ଚ ଜରିଆ ଟିମ୍ ରହିବେ। ଏଥିରେ ଜଣେ ଟିକାକରଣ ଅଧିକାରୀ, ଜଣେ ଅତିରିକ୍ତ ଅଧିକାରୀ, ଜଣେ ସୁରକ୍ଷାକର୍ମୀ, ଟିକା ଲଗାଇବା ପରେ ପର୍ଯ୍ଯବେକ୍ଷଣରେ ରହୁଥିବା ଲୋକଙ୍କ ପାଇଁ ଆଉ ଜଣେ ଅଧିକାରୀ ରହିବେ। ଏହାଛଡା ଆଉ ଦୁଇ ଜଣ ଲୋକ ରହିବେ ଯିଏକି ଟିକା ଲଗାଇବାକୁ ଆସୁଥିବା ଲୋକଙ୍କୁ ଚେକ୍ କରିବେ। ପରିଚୟ ପତ୍ର ଯାଞ୍ଚ କରିବା ପାଇଁ ମଧ୍ୟ ଅଧିକାରୀ ରହିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.