Below header

ସଂକ୍ରମଣ ମାମଲାରେ ସବୁଠାରୁ ବଡ ହ୍ରାସ, ଗତ ୨୪ ଘଣ୍ଟାରେ କେତେ ସଂକ୍ରମିତ ଚିହ୍ନଟ ହେଲେ ଜାଣନ୍ତୁ

କରୋନା ଭାଇରସ ଦୈନିକ ମାମଲାରେ ନିକଟରେ ସବୁଠାରୁ ବଡ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି। ଏହା ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ବଡ ଧରଣର ହ୍ରାସ ବୋଲି ମନେ କରାଯାଉଛି । ଗତ ୨୪ଘଣ୍ଟାରେ ୨୦,୦୬୫ ନୂଆ ରିପୋର୍ଟ ସାମ୍ନାକୁ ଆସିଛି। ସେହିପରି କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୯୪ଲକ୍ଷ ପାର କରିଛି।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ଘଣ୍ଟାରେ ଦେଶରେ କରୋନା ଭାଇରସରେ ୨୨,୦୬୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୫୪ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ଏହାକୁ ମିଶାଇ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୧,୪୩,୭୦୯ରେ ପହଞ୍ଚିଛି ।

ସେହିପରି ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯୪,୨୨,୬୩୬ରେ ପହଞ୍ଚିଛି। ଗତ ୨୪ଘଣ୍ଟାରେ ୩୪,୪୭୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.