ଗଜପତି: ଭିଜିଲାନ୍ସ ଜାଲରେ ଏସ ରାଉତପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହାୟକ ଶିକ୍ଷକ, ୧୨ଟି ସ୍ଥାନରେ ଚାଲିଛି ଚଢାଉ

ଗଜପତି : ଭିଜିଲାନ୍ସ ଜାଲରେ ଶିକ୍ଷକ। ଗଜପତି ଜିଲ୍ଲା ଗୋଷାଣୀ ବ୍ଳକ ଲାବଣ୍ୟଗଡ ପଞ୍ଚାୟତ ଏସ ରାଉତପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହାୟକ ଶିକ୍ଷକ ଦୁଷ୍ମନ୍ତ ନାୟକ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।

ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଚଢଉ କରାଯାଇଛି । ଏକକାଳୀନ ୧୨ଟି ସ୍ଥାନରେ ଚଢାଉକରାଯାଉଛି । ଗଜପତି ଜିଲ୍ଲାର ୧୧ଟି ଏବଂ ରାୟଗଡା ଜିଲ୍ଲା ଗୁଣୁପୁର ସ୍ଥିତ ଶ୍ବଶୁର ଘରେ ମଧ୍ୟ ଚଢଉ କରାଯାଉଛି । ୭ଟି ଟିମ୍‌ ଏହି ରେଡରେ ସାମିଲ୍ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.