‘ଫେବୃଆରୀ ୨୬କୁ ମନେ ରଖ, କେବେ ଭୁଲିବ ନାହିଁ’

ନୂଆଦିଲ୍ଲୀ : ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ଏବଂ ବୋମା ମାଡ଼ରେ ଗୋଟିଏ ପରେ ଗୋଟିଏ ସହରର ସ୍ଥିତି ବଦଳି ଯାଉଛି । ଯାହାକୁ ନେଇ ଏବେ ସାରା ବିଶ୍ୱ ଚିନ୍ତାରେ । କେବଳ ୟୁକ୍ରେନ୍ବାସୀ ନୁହନ୍ତି ସେଠାରେ ଥିବା ପ୍ରବାସୀମାନଙ୍କ ଜୀବନ ଏବେ ବିପଦରେ । ତେଣୁ ପ୍ରଥମେ ପ୍ରବାସୀମାନଙ୍କୁ ଫେରାଇ ଆଣିବା ପାଇଁ ବିଭିନ୍ନ ଦେଶର ସରକାର ତତ୍ପର ହୋଇପଡ଼ିଛନ୍ତି । ସେହିଭଳି ସ୍ଥିତି ସେଠାରେ ଥିବା ଭାରତୀୟମାନଙ୍କ ପାଇଁ ଉପୁଜିଛି । ସେମାନଙ୍କୁ ଦେଶକୁ ଆଣିବା ପାଇଁ ଆମ ବୈଦେଶିକ ମନ୍ତ୍ରାଳୟ ରାତି ଦିନ କାମରେ ଲାଗିଛି ।
କିଭଳି ସେମାନଙ୍କୁ ସୁରକ୍ଷିତ ଭାବେ ଦେଶକୁ ଫେରାଇ ଆଣାଯିବ ତାର ବ୍ୟବସ୍ଥା କରୁଛନ୍ତି । ଏହା ଭିତରେ ଏକ ୨୧୯ ଜଣିଆ ଦଳ ୟୁକ୍ରେନ୍ରୁ ଭାରତକୁ ଫେରିଛି । ସେମାନେ ଫେରିବା ସମୟରେ ରୋମାନିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ରାହୁଲ ଶ୍ରୀବାସ୍ତବ କହିଛନ୍ତି କି ୟୁକ୍ରେନ୍ରେ ଥିବା ଶେଷ ଭାରତୀୟଙ୍କୁ ଆଣିଲା ପାରେ ଯାଇ ଆମ ମିଶନ୍ ସମ୍ପୂର୍ଣ୍ଣ ହେବ । ତେବେ ଜୀବନ ବଞ୍ଚାଇ ଫେରିଥିବା ଏହି ୨୧୯ ଜଣଙ୍କୁ ରାହୁଲ କହିଛନ୍ତି କି ଜୀବନ ସାରା ଫେବ୍ରୁଆରୀ ୨୬କୁ ମନେ ରଖିବ । କେବେ ଭୁଲିବ ନାହିଁ । ଏହି ୨୧୯ ଜଶ ଭାରତୀୟଙ୍କୁ ରୋମାନିଆ ଅଣାଯିବା ପରେ ସେଠାରୁ ବିମାନ ଯୋଗେ ଭାରତକୁ ପଠା ଯାଇଛି ।
#WATCH | “…Entire GoI is working day & night to evacuate everyone and our mission is not complete till we have evacuated the last person. Remember this day 26th Feb in your life…,” Rahul Shrivastava, Indian Ambassador in Romania to the evacuated Indians from #Ukraine pic.twitter.com/Ro4pBGrB76
— ANI (@ANI) February 26, 2022
ସୂଚନା ଥାଉ କି ଆଇଏଫ୍ଏସ୍ ରାହୁଲ ଶ୍ରୀବାସ୍ତବ ଓଡ଼ିଶାରେ ପାଠ ପଢ଼ିଛନ୍ତି । ସେ ରେଭେନସା ଏବଂ ଏନ୍ଆଇଟିରେ ଶିକ୍ଷା ଲାଭ କରିଛନ୍ତି । ତାଙ୍କୁ ୨୦୨୦ରେ କରୋନା କାଳରେ କେନ୍ଦ୍ର ସରକାର ଓଡ଼ିଶାର ସଂଯୋଜକ ଭାବେ ଦାୟିତ୍ୱ ଦେଇଥିଲେ । ଯିଏକି ବିଦେଶରେ ଥିବା ଓଡ଼ିଆମାନଙ୍କୁ ରାଜ୍ୟକୁ ଫେରାଇ ଆଣିବା ଦାୟିତ୍ୱ ନେଇଥିଲେ । ସିଏ ଏବେ ୟୁକ୍ରେନ୍ରେ ଥିବା ଭାରତୀୟମାନଙ୍କୁ ଦେଶକୁ ପଠାଇବା ଦାୟିତ୍ୱରେ ରହିଛନ୍ତି ।