‘ଆମେ ଯୁଦ୍ଧ ଶେଷ କରିବାକୁ ଓ ଶାନ୍ତିରେ ବଞ୍ଚିବାକୁ ଚାହୁଁଛୁ’: ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେଁସ୍କି

ଯୁଦ୍ଧ, ଯୁଦ୍ଧ ଆଉ ଯୁଦ୍ଧ। ୟୁକ୍ରେନ୍‌କୁ ରୁଷ ଆକ୍ରମଣ କରିବା ପରେ ଦେଶରେ ଅଶାନ୍ତିର ବାତାବରଣ ଲାଗି ରହିଛି। କେତେ ବେଳେ କେଉଁ ମୁହୂର୍ତ୍ତରେ ବୋମା କି ମିସାଇଲ୍‌ ମାଡ଼ ହେବ ସେ କଥା କେହି କହିପାରୁନାହାନ୍ତି। ଚାରି ଆଡ଼େ ଭୟର ବାତାବରଣ ଦେଖିବାକୁ ମିଳିଛି। ରୁଷର ଶକ୍ତିଶାଳୀ ସେନା ବାହିନୀ ୟୁକ୍ରେନ୍‌ ଉପରେ ଆକ୍ରମଣ କରିଚାଲିଛି। ତଥାପି ପଛ ଘୁଞ୍ଚା ଦେଉନାହାନ୍ତି ୟୁକ୍ରେନ୍‌ର ସେନା।

ରାଷ୍ଟ୍ରପତି ଭୋଲୋଦିମିର ଜେଲେଁସ୍କିଙ୍କ ଆହ୍ଵାନକୁ ଅନୁସରଣ କରି ଦେଶ ପାଇଁ ଲଢ଼ି ଚାଲିଛନ୍ତି। ଗତ ୨ ଦିନ ମଧ୍ୟରେ ଦେଶରେ ଆଶା ଆଶଙ୍କାରେ ଅଛନ୍ତି ଲୋକେ। ରୁଷର ସୈନ୍ୟବାହିନୀ ତୁଳନାରେ ୟୁକ୍ରେନ୍‌ର ସେନା କମ୍‌ ଥିବାରୁ ୟୁକ୍ରେନ୍‌ ରାଷ୍ଟ୍ରପତି ଦେଶର ଜନତାଙ୍କୁ ବନ୍ଧୁକ ଧରିବାକୁ କହିଛନ୍ତି। ଏଥିପାଇଁ ୧୮ରୁ ୪୦ ବର୍ଷ ବୟସର ପାଖାପାଖି ୧୮ ହଜାର ଲୋକଙ୍କୁ ବନ୍ଧୁକ ଓ ଯୁଦ୍ଧ ଅସ୍ତ୍ର ଶସ୍ତ୍ର ବି ବଣ୍ଟା ସରିଲାଣି। ଏବେ ଦେଶର ଲୋକ ମାଟି ପାଇଁ ଲଢ଼ିବା ଆରମ୍ଭ କରିଛନ୍ତି। ତେବେ ଏତେ ସବୁ ପରେ ବି ଏବେ ୟୁକ୍ରେନ୍‌ ରାଷ୍ଟ୍ରପତି ଶାନ୍ତି ଚାହୁଁଛନ୍ତି।

ରୁଷ ସହ ଯୁଦ୍ଧ ମଧ୍ୟରେ ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଦିମିର ଜେଲେଁସ୍କି ପୁଣିଥରେ ବୟାନ ଜାରି କରି ଶାନ୍ତିର ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି- ଆମେ କିଭ ଓ ସହରର ପ୍ରତ୍ୟେକ ଜରୁରୀ କୋଣ ଅନୁକୋଣକୁ କଣ୍ଟ୍ରୋଲ କରୁଛୁ। ଯେଉଁମାନେ ଆମ ସହ ଆସିବାକୁ ଚାହୁଁଛନ୍ତି ଓ ସାହାଯ୍ୟ କରିବାକୁ ଚାହୁଁଛନ୍ତି, ଆମେ ତାଙ୍କୁ ଅସ୍ତ୍ରଶସ୍ତ୍ର ଦେବୁ। ଆମେ ଏହି ଯୁଦ୍ଧକୁ ଶେଷ କରିବାକୁ ଚାହୁଁଛୁ। ଆମେ ଶାନ୍ତିରେ ବଞ୍ଚିପାରିବା ବୋଲି କହିଛନ୍ତି ଜେଲେଂସ୍କି।

ତେବେ ରୁଷ୍‌ ଗଣମାଧ୍ୟମ ଦାବି କରିଛି ଯେ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେଁସ୍କି କିଭ୍‌ ଛାଡ଼ି ପଳାୟନ କରିଛନ୍ତି ।

Also Read: ସାଧାରଣ ଲୋକଙ୍କୁ ଢାଲ କରି ଲଢ଼ୁଛି ୟୁକ୍ରେନ, ଅନ୍ୟ ଦେଶକୁ ମାଗୁଛି ଅସ୍ତ୍ରଶସ୍ତ୍ର ସହାୟତା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.