ସାଧାରଣ ଲୋକଙ୍କୁ ଢାଲ କରି ଲଢ଼ୁଛି ୟୁକ୍ରେନ, ଅନ୍ୟ ଦେଶକୁ ମାଗୁଛି ଅସ୍ତ୍ରଶସ୍ତ୍ର ସହାୟତା

ଜଳ ସ୍ଥଳ ବାୟୁ ଚାରିଆଡୁ ଜାରି ରହିଛି ଆକ୍ରମଣ। ପୁଟିନ ସାଜିଛନ୍ତି ମୃତ୍ୟୁର କାରଣ। ଆହୁରି ପ୍ରଳୟଙ୍କାରୀ ହେଉଛି ବିନାଶକାରୀ ଯୁଦ୍ଧ। ରୁଷର ଟାର୍ଗେଟରେ ୟୁକ୍ରେନ ରାଜଧାନୀ କିଭ୍ ସହ ଓମାନ, ଖେରସନ୍, କ୍ରୀମୀୟା, ଦେନ୍ତ୍ରୋ, ଲିଭ୍, ଜିତୋମୋର, ଓଡ଼େଶା ସହ ୟୁକ୍ରେନର ବଡ ବଡ ସହର। ୨୦୦ ସାଧାରଣ ଲୋକ ଘରେ ବସି, ରାସ୍ତାରେ ଚାଲିବା ସମୟରେ ରୁଷ ବମ୍ ରେ ଉଡି ଯାଉଥିବା ଦୃଶ୍ୟ ନିନ୍ଦନୀୟ। ଲୋକ ୟୁକ୍ରେନ ଛାଡି ପୋଲାଣ୍ଡ ଯିବାକୁ ବାଧ୍ୟ ହେଉଛନ୍ତି। ମେଲିତୋପୋଲରେ ଥିବା ପୋଲିସ ଷ୍ଟେସନକୁ କବଜା କରି ନେଇଛି ରୁଷ। ଏସବୁ ଦେଖି ଦୁନିଆରୁ ଗୋଟିଏ ଆବାଜ୍ ଉଠୁଛି ଯୁଦ୍ଧ ବନ୍ଦ୍ ହେଉ। ଦୁଇ ଦେଶ ଭିତରେ ଯୁଦ୍ଧରେ ୟୁକ୍ରେନର ସାଧାରଣ ଲୋକ ପ୍ରାଣ ହରାଇଚାଲିଛନ୍ତି। ବିଭିନ୍ନ ବଙ୍କରରେ ଜୀବନ ବଞ୍ଚାଇ ଲୁଚି ବସିଛନ୍ତି ଲୋକ। ଛୋଟ ଛୋଟ ପିଲାଙ୍କ ବଦଳି ଯାଇଛି ଭାଗ୍ୟ।
🔴🇺🇦 After Ukrainian forces said they had repulsed a Russian attack on #Kyiv during the night, President Volodymyr #Zelensky shot a selfie-style video to vow to stay and fight on.
“We will not lay down our weapons,” said Zelensky ⤵️ pic.twitter.com/V8zWIJ0IAS
— FRANCE 24 English (@France24_en) February 26, 2022
ୟୁକ୍ରେନ ସୈନିକ ବରାବର ଜବାବ୍ ଦେଉଛନ୍ତି ରୁଷ ସେନାଙ୍କୁ। ମରିବୁ ପଛେ ନଇଁବୁ ନାହିଁ। ୨୦ ଗୁଣ ଅଧିକ ଶକ୍ତିଶାଳୀ ରୁଷ ସହ ଲଢ଼ିବାକୁ ମନୋବଳ ଦୃଢ଼ ରଖିଛି ୟୁକ୍ରେନ। ରୁଷର ସୈନିକଙ୍କ ସାମ୍ନା କରିବାକୁ ୟୁକ୍ରେନ ପାଖରେ ସାମର୍ଥ୍ୟ ନାହିଁ, ତେଣୁ ସାଧାରଣ ଲୋକଙ୍କୁ ୧୮ ହଜାର ବନ୍ଧୁକ ବଣ୍ଟା ଯାଇଛି, ଢାଲ ସାଜି ଯାଇଛନ୍ତି ସାଧାରଣ ଲୋକ। ୧୮ ରୁ ୪୦ ବର୍ଷ ବୟସ୍କ ଲୋକଙ୍କୁ କୁହାଯାଇଛି ରୁଷ ସେନା ସହ ଲଢ଼ିବା ପାଇଁ। ସେହି ଲୋକଙ୍କୁ କୁହାଯାଉଛି ଲଢ଼ିବାକୁ ଯେଉଁମାନେ ଜାଣି ନାହାନ୍ତି ଲଢ଼ିବେ କେମିତି। କାହାକୁ ଆଉ କେମିତି ଚଳାଇବେ ଗୁଳି ଜାଣି ନଥିବା ଲୋକଙ୍କୁ ବାଧ୍ୟ କରାଯାଉଛି ରୁଷ ସୈନିକ ସହ ଲଢ଼ିବାକୁ ପଡ଼ିବ। ଭାବନ୍ତୁ ଗୋଟେ ଦେଶ ପାଖରେ ଅନ୍ୟ ଶକ୍ତିଶାଳୀ ଦେଶ ସହ ଲଢ଼ିବାକୁ କୌଣସି ସାମର୍ଥ୍ୟ ନାହିଁ, ତେଣୁ ଦେଶର ନାଗରିକଙ୍କୁ ଲଢ଼ିବାକୁ ପଢୁଛି । କେତେ ସଙ୍କଟରେ ଅଛି ୟୁକ୍ରେନ ଆପଣ ଅନୁମାନ କରି ପାରୁଥିବେ । ହାଇୱେ ଇଲେକ୍ରି ପାୱାର ପ୍ଲାଣ୍ଟ ଉଡାଇ ଦେଲା ରୁଷ, ଜବାବ୍ ରେ ଆର୍ମି ବେସ୍ ଉଡାଇ ଦେଲା ୟୁକ୍ରେନ । ଚାରିଆଡ଼େ ବାରୁଦ ଧୂଆଁ ର ଚିତ୍ର ଦେଖିବାକୁ ମିଳୁଛି। ଆକାଶ ମାର୍ଗ ରୁ ଆତାକ ହେଉଛି, ଜଳ ପଥ ରେ ଆଲର୍ଟ ଅଛନ୍ତି ରୁଷ ସୈନିକ, ରାସ୍ତାରେ ଯାଉଥିବା ଲୋକଙ୍କୁ ବି ଛାଡ଼ୁ ନାହାଁନ୍ତି । ସ୍ଥିତି ଏମିତି ଯେ ୟୁକ୍ରେନର ଜଣେ ସୈନିକ ନିଜ ଦେହରେ ବମ୍ ଲଗାଇ ପୋଲ ଉଡାଇ ଦେଲେ ରୁଷ ସୈନିକଙ୍କୁ ଅଟକାଇ ଦେଲେ। ୟୁକ୍ରେନ ରାଷ୍ଟ୍ରପତି ଜେଲେଂସ୍କି କହିଲେ ଏବେ ଅର୍ଥ ନୁହେଁ ଶସ୍ତ୍ରର ସାହାଯ୍ୟ ଦରକାର।
ତେବେ ୟୁକ୍ରେନ ଲୋକ ରୁଷ ସୈନିକଙ୍କୁ କାବୁ କରିନେଇଛନ୍ତି। ସାଧାରଣ ଜନତା ତୃତୀୟ ଦିନରେ ନିଜ ଦେଶକୁ ବଞ୍ଚାଇବା ପାଇଁ ଆଗଭର ହୋଇଛନ୍ତି । ହାରିବାର ନାହିଁ, ଶେଷ ପର୍ଯ୍ୟନ୍ତ ଲଢ଼ିବୁ କହି ୟୁକ୍ରେନ ଜବାବ୍ ଦେଇ ଚାଲିଛି ।
ରୁଷ ସହ ସହ ଟ୍ୟାଙ୍କ କ୍ରିମୀୟା ଦେଇ ଖେର୍ଷାନ ରେ ଆକ୍ରମଣ କରିବାକୁ ୟୁକ୍ରେନକୁ ଘେରି ସାରିଲେଣି । ଚାରିଆଡୁ ପ୍ରସ୍ତୁତ ହେଲେଣି ରୁଷ ସୈନିକ । ବର୍ବାଦ ଆହୁରି ହୋଇପାରେ। ଯୁଦ୍ଧର ଭୟାବହତା ଅଙ୍ଗେ ନିଭାଉଛନ୍ତି ସାଧାରଣ ଲୋକ।
Also Read: ମାର୍ଚ୍ଚ ମାସରେ ବ୍ୟାଙ୍କରେ ଲମ୍ବା ଛୁଟି, ମୋଟ୍ ୧୫ ଦିନ ବନ୍ଦ ରହିବ; ଦେଖନ୍ତୁ ପୂରା ତାଲିକା