Below header

ଲୋକସଭାରେ ଆଗତ ହେଲା ସାଧାରଣ ବର୍ଗଙ୍କୁ ସଂରକ୍ଷଣ ବିଲ୍‌

ନୂଆଦିଲ୍ଲୀ : ଲୋକସଭାରେ ଆଗତ ହେଲା ଆର୍ଥିକ ଭାବେ ଅନଗ୍ରସର ଥିବା ସାଧାରଣ ବର୍ଗଙ୍କୁ ସଂରକ୍ଷଣ ନେଇ ୧୨୪ତମ ସମ୍ବିଧାନ ସଂଶୋଧନ ବିଲ୍‌। ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ଥାୱରଚନ୍ଦ ଗେହଲଟ ବିଲ୍‌ ଆଗତ କରିଥିଲେ। ଏ ନେଇ ସଂସଦରେ ଆଲୋଚନା ଜାରି ରହିଛି। ବିଲ୍‌କୁ ବିଜେଡି ସମର୍ଥନ ଜଣାଇଛି । ବିତର୍କରେ ବିଜେଡି ସଂସଦୀୟଦଳ ନେତା ଭର୍ତ୍ତୃହରି ମହତାବ ଭାଗ ନେଇ ବିଲ୍‌କୁ ଦଳର ସମର୍ଥନ ଜଣାଇଥିଲେ ।

ବର୍ତ୍ତମାନ ସମ୍ବିଧାନର ଧାରା ୧୫ର କ୍ଲଜ ୪ ଓ ୫ ଏବଂ ଧାରା ୧୬ର କ୍ଲଜ ୪ ଆଧାରରେ ଅନୁସୂଚିତ ଜାତି ଓ ଜନଜାତି ଓ ସାମାଜିକ ଓ ଶିକ୍ଷାରେ ପଛୁଆ ଥିବା ବର୍ଗଙ୍କୁ ସଂରକ୍ଷଣ ଦିଆଯାଉଛି। ଏଥିରେ ସଂଶୋଧନ କରି ଆର୍ଥିକ ଭାବେ ଅନଗ୍ରସର ସାଧାରଣ ବର୍ଗଙ୍କୁ ସାମିଲ କରି ୧୦ ପ୍ରତିଶତ ସଂରକ୍ଷଣ ଦେବାକୁ ଚାହୁଁଛନ୍ତି ସରକାର। ଗତକାଲି ଏ ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ ମିଳିଥିଲା। ଆଜି ଲୋକସଭାର ଶୀତ ଅଧିବେଶନର ଶେଷ ଦିନରେ ବିଲ୍‌ ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.