ଲୋକସଭାରେ ନାଗରିକତ୍ୱ ସଂଶୋଧନ ବିଲ-୨୦୧୬ ଗୃହୀତ, ୬ବର୍ଷରୁ ଅଧିକ ଦିନ ରହିଥିବା ଶରଣାର୍ଥୀ ପାଇବେ ଭାରତର ନାଗରିକତ୍ୱ

ନୂଆଦିଲ୍ଲୀ : ଲୋକସଭାରେ ନାଗରିକତ୍ୱ ସଂଶୋଧନ ବିଲ-୨୦୧୬ ଗୃହୀତ । କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ବିଲ ଆଗତ କରିଥିଲେ । ସେ କହିଥିଲେ ଭାରତୀୟ ଲୋକସ୍ୱାର୍ଥକୁ ସୁରକ୍ଷା ଏହାର ମୂଳ ଲକ୍ଷ୍ୟ । ଏହା କେବଳ ଆସାମ ପାଇଁ ନୁହେଁ, ବରଂ ଅନ୍ୟ ରାଜ୍ୟ ପାଇଁ ମଧ୍ୟ ଲାଗୁ ହେବ । ୬ବର୍ଷରୁ ଅଧିକ ଦିନ ରହିଥିବା ଶରଣାର୍ଥୀମାନଙ୍କୁ ଭାରତର ନାଗରିକତ୍ୱ ମିଳିବ। ଆଫଗାନିସ୍ତାନ, ବାଂଲାଦେଶ ଓ ପାକିସ୍ତାନର ୬ଟି ଧର୍ମର ନାଗରିକ ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଓ ଖ୍ରୀଷ୍ଟିଆନ ଭାରତରେ ୬ବର୍ଷ ବସବାସ କରିଥିଲେ ସେମାନଙ୍କୁ ବିନା କୌଣସି କାଗଜପତ୍ରରେ ନାଗରିକତ୍ୱ ପ୍ରଦାନ କରାଯିବ ବୋଲି ବିଲ୍‌ରେ ବ୍ୟବସ୍ଥା ରହିଛି । ତେବେ ଏହାକୁ ବିରୋଧ କରିଛନ୍ତି ଟିଏମସି, ଆସାମ ଗଣ ପରିଷଦ ସମେତ ଅନେକ ଦଳ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.