Below header

ଆଜି ପୁଣି ଇଡିରେ ହଜାର ହେବେ ରିୟା ଚକ୍ରବର୍ତ୍ତୀ, ପରିବାରର ଆଉ ଦୁଇ ଜଣଙ୍କୁ ବି ହେବ ପଚରାଉଚରା

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଆଜି ପୁଣି ଇଡିରେ ହାଜର ହେବେ ରିୟା ଚକ୍ରବର୍ତ୍ତୀ । ରିୟାଙ୍କ ସମେତ ତାଙ୍କ ପରିବାର ଦୁଇ ଜଣଙ୍କୁ ପଚରାଉଚରା ପାଇଁ ଡକାଯାଇଛି । ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ସୌଭିକ୍‌ ଚକ୍ରବର୍ତ୍ତୀ ଏବଂ ବାପା ଇନ୍ଦ୍ରଜିତ୍‌ ଚକ୍ରବର୍ତ୍ତୀଙ୍କ ବ୍ୟତୀତ ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନୀଙ୍କୁ ହାଜର ପାଇଁ ସମନ୍‌ କରିଛି ଇଡି । ଦ୍ୱିତୀୟ ଥର ପାଇଁ ରିୟାଙ୍କୁ ଜେରା କରିବ ଇଡି । ଗତ ଶୁକ୍ରବାର ରିୟାଙ୍କୁ ସାଢ଼େ ୮ ଘଣ୍ଟା ଜେରା କରିଥିଲା ଇଡି ।

rhea chakrabartty

ଏହି ସମୟରେ ଇଡି ଅନେକ ତଥ୍ୟ ହାସଲ କରିଛି । ତଥାପି ଅନେକ ପ୍ରଶ୍ନର ଉତ୍ତର ଦେଇନାହାନ୍ତି ରିୟା । ପୁଣି ଥରେ ପଚରାଉଚରା ପାଇଁ ସମନ କରିଛି ଇଡି । ସୁଶାନ୍ତଙ୍କ ଅର୍ଥ କାରବାର ନେଇ ପଚରାଉଚରା କରିଛନ୍ତି ଇଡି ଅଧିକାରୀ । ଏପଟେ ରିୟଙ୍କ ବିରୋଧରେ ପାଟନାରେ ରୁଜୁ ମାମଲାକୁ ମୁମ୍ବାଇକୁ ସ୍ଥାନାନ୍ତର କରିବାକୁ ରିୟା ସୁପ୍ରିମକୋର୍ଟରେ କରିଥିବା ଆବେଦନର ଶୁଣାଣି ଆସନ୍ତା ୧୧ ତାରିଖରେ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.