Below header

ଚୀନରେ କ୍ଷମତା ଯୁଦ୍ଧ : ସଂକଟରେ କି ଜିନପିଙ୍ଗ ପ୍ରଶାସନ, ଅନ୍ତର୍ଦ୍ଧାନ ହେଉଛନ୍ତି ନେତା

ଚୀନରେ କ୍ଷମତା ଯୁଦ୍ଧ। ସଂକଟରେ କି ଜିନପିଙ୍ଗ ପ୍ରଶାସନ। ସମ୍ଭାବ୍ୟ ଅସ୍ଥିରତାକୁ ଇଂଗିତ କରୁଛି ଜଣଙ୍କ ପରେ ଜଣେ ନେତାଙ୍କ ରହସ୍ୟମୟ ଅନ୍ତର୍ଦ୍ଧାନ। ପୂର୍ବରୁ ଚୀନ ବୈଦେଶିକ ମନ୍ତ୍ରୀ ଓ ୨ ଜଣ ରକେଟ ଫୋର୍ସ କମାଣ୍ଡର ନିଖୋଜ ଥିଲେ।

ଚୀନରେ କ୍ଷମତା ଯୁଦ୍ଧ। ସଂକଟରେ କି ଜିନପିଙ୍ଗ ପ୍ରଶାସନ। ସମ୍ଭାବ୍ୟ ଅସ୍ଥିରତାକୁ ଇଂଗିତ କରୁଛି ଜଣଙ୍କ ପରେ ଜଣେ ନେତାଙ୍କ ରହସ୍ୟମୟ ଅନ୍ତର୍ଦ୍ଧାନ। ପୂର୍ବରୁ ଚୀନ ବୈଦେଶିକ ମନ୍ତ୍ରୀ ଓ ୨ ଜଣ ରକେଟ ଫୋର୍ସ କମାଣ୍ଡର ନିଖୋଜ ଥିଲେ। ଏବେ ପ୍ରତିରକ୍ଷା ମନ୍ତ୍ରୀ ଲି ସାଙ୍ଗଫୁଙ୍କ ଅନ୍ତର୍ଦ୍ଧାନକୁ ୩ ସପ୍ତାହ ହେଲାଣି। ତାଙ୍କୁ ବହିଷ୍କାର କରିବା ସହ ଗୃହବନ୍ଦୀ କରାଯାଇଥିବା ଆମେରିକା ସଂଦେହ କରୁଛି।

ଲି ସାଙ୍ଗଫୁ ୨ ସପ୍ତାହ ଧରି ସର୍ବସାଧାରଣକୁ ନଆସିବା ପରେ ତାଙ୍କ ନିଖୋଜ ପ୍ରସଙ୍ଗ ପ୍ରଥମେ ଜଣେ ଆମେରିକୀୟ କୂଟନୀତିଜ୍ଞ ଉଠାଇଥିଲେ। କିଛି ଦିନ ତଳେ, ଲି ସାଙ୍ଗଫୁଙ୍କ ବିରୋଧରେ ୫ ବର୍ଷ ପୂର୍ବର ଏକ ଦୁର୍ନୀତି ମାମଲାର ତଦନ୍ତ ଆରମ୍ଭ ହୋଇଛି। ତଦନ୍ତ ଚାଲିଥିବା ବେଳେ ଲି’ଙ୍କ ଲାପତ୍ତା ତାଙ୍କୁ ଗୃହବନ୍ଦୀ ରଖାଯାଇଥିବା ସଂଦେହକୁ ଦୃଢ଼ୀଭୂତ କରୁଛି।

ଅଗଷ୍ଟରେ ରୁଷିଆ ଯାଇଥିଲେ ଲି ସାଙ୍ଗଫୁ। ଅଗଷ୍ଟ ୧୫ରେ ମସ୍କୋ ନିକଟରେ ଏକ ସୁରକ୍ଷା ସମ୍ମିଳନୀରେ ଯୋଗ ଦେଇଥିଲେ। ଏହାର ଦୁଇ ଦିନ ପରେ ମିନିସ୍କରେ ବେଲାରୁଷ ରାଷ୍ଟ୍ରପତି ଆଲେକଜାଣ୍ଡାର ଲୁକାସେଙ୍କୋଙ୍କୁ ଲି ସାଙ୍ଗଫୁ ସାକ୍ଷାତ କରିଥିବା ଫଟୋ ରିଲିଜ କରିଥିଲେ ବେଲାରୁଷ ସରକାର।

ତା ପରେ ଆଉ ଲି ସାଙ୍ଗଫୁଙ୍କ ଦେଖା ନାହିଁ। ୩ ସପ୍ତାହ ବିତିଲାଣି। ଏହା ଭିତରେ ତାଙ୍କର ଭିଏତନାମ ଗସ୍ତ ଥିଲା। ସିଙ୍ଗାପୁର ନୌସେନା ମୁଖ୍ୟଙ୍କୁ ମଧ୍ୟ ଭେଟିବା କାର୍ଯ୍ୟକ୍ରମ ଥିଲା। ଉଭୟ ବାତିଲ ହେବା ପରେ ଲି’ଙ୍କୁ ଗୃହବନ୍ଦୀ କରାଯାଇଥିବା ସଂଦେହ ବଢ଼ିଛି।

ପୂର୍ବରୁ ଚୀନ ବୈଦେଶିକ ମନ୍ତ୍ରୀ କିନ ଗାଙ୍ଗ ନିଖୋଜ ହୋଇ ଯାଇଥିଲେ। ୩ ମାସ ପରେ ବି ସେ ସର୍ବସାଧାରଣକୁ ଆସି ନାହାନ୍ତି। କିଛି ଦିନ ନିଖୋଜ ହେବା ପରେ ଗତ ଜୁଲାଇରେ ତାଙ୍କୁ ମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା। ଚୀନ ଆର୍ମୀ ପିଏଲଏର ରକେଟ୍ ଫୋର୍ସର ୨ ଜଣ ବରିଷ୍ଠ ଅଧିକାରୀ ମଧ୍ୟ ନିଖୋଜ ଥିଲେ। ତାଙ୍କୁ ମଧ୍ୟ ପଦଚ୍ୟୁତ କରିଥିଲା ଜିନପିଙ୍ଗ ପ୍ରଶାସନ।

ରକେଟ ଫୋର୍ସ କମାଣ୍ଡର ଲି ୟୁଚାଓ ଦୀର୍ଘ ଦିନ ଅନ୍ତର୍ଦ୍ଧାନ ରହିବା ପରେ ତାଙ୍କୁ ପଦରୁ ହଟା ଯାଇଥିଲା। ତେବେ ୨ ରକେଟ ଫୋର୍ସ କମାଣ୍ଡର ଏବଂ ବୈଦେଶିକ ମନ୍ତ୍ରୀ କିନ୍ ଗାଙ୍ଗଙ୍କୁ କାହିଁକି ହଟାଗଲା ସେ ନେଇ କୌଣସି କାରଣ ଦର୍ଶାଇ ନଥିଲା ବେଜିଂ। ଏବେ ଲି ସାଙ୍ଗଫୁଙ୍କ ଗୃହବନ୍ଦୀ ଜିନପିଙ୍ଗ ପ୍ରଶାସନରେ ସମ୍ଭାବ୍ୟ ଅସ୍ଥିରତାକୁ ଇଂଗିତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.