ଔରଙ୍ଗାବାଦରେ ନଦୀକୁ ଖସିଲା ଟେମ୍ପୋ, ୭ ମୃତ,୧୫ ଆହତ

ଔରଙ୍ଗାବାଦ : ମହାରାଷ୍ଟ୍ରର ଧୁଲେ-ଔରଙ୍ଗାବାଦ ହାଇେଓ୍ଵର ଏକ ଟେମ୍ପୋ ନଦୀରେ ଖସିପଡିବା ଯୋଗୁଁ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ଏହି ଘଟଣା ଧୁଲେ-ଔରଙ୍ଗାବାଦ ହାଇେଓ୍ଵର ବିଞ୍ଚୁର ଗ୍ରାମ ନିକଟରେ ଘଟିଛି।

ସୂଚନା ମୁତାବକ, ଏକ ଶ୍ରମିକ ବୋଝେଇ ଟେମ୍ପୋ ନିୟନ୍ତ୍ରଣ ହରାଇବା ଫଳରେ ଏଭଳି ଘଟଣା ଘଟିଛି। ଦୁର୍ଘଟଣା ଘଟିଥିବା ଟେମ୍ପୋରେ ୨୫ରୁ ୩୦ ଲୋକ ରହିଥିଲେ। ଦୁର୍ଘଟଣା ଘଟିବା ଯୋଗୁଁ ପାଟିତୁଣ୍ଡ ଶୁଣି ସ୍ଥାନୀୟ ଲୋକ ଆସି ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲେ। ଯେଉଁଠି ୭ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ବାକି ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ମୃତକଙ୍କ ମଧ୍ୟରେ ୬ ଜଣ ଶିଶୁ ଏବଂ ଜଣେ ମହିଳା ସାମିଲ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.