ଟ୍ରାଏଲ୍‌ ଶେଷ, ସେପ୍ଟେମ୍ବରରେ ବଜାରରେ ମିଳିବ ଋଷ ଦ୍ୱାରା ପ୍ରସ୍ତୁତ କରୋନା ଭ୍ୟାକ୍‌ସିନ୍‌ ସ୍ପୁତନିକ V

ଋଷ୍‌ ଭ୍ୟାକ୍‌ସିନ୍‌ର ସଫଳତାକୁ ନେଇ ଯଦିଓ ବିଭିନ୍ନ ଦେଶ ପ୍ରଶ୍ନ ଉଠାଇଛନ୍ତି । ତେବେ ଋଷ ତା’ର ଭ୍ୟାକ୍‌ସିନ୍‌କୁ ନେଇ ନିଶ୍ଚିତ ରହିଛି । ମିଳିଥିବା ସୂଚାନନୁଯାୟୀ, ଚଳିତ ବର୍ଷ ଅଗଷ୍ଟ ମାସ ଶେଷ ସୁଦ୍ଧା ଭ୍ୟାକ୍‌ସିନ୍‌ର ଉତ୍ପାଦନ ଆରମ୍ଭ ହେବ । ଏବଂ ସେପ୍ଟେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଋଷ ଭ୍ୟାକ୍‌ସିନ୍‌ ବଜାରରେ ଉପଲବ୍ଧ ହେବ ବୋଲି ଋଷ ପକ୍ଷରୁ ଘୋଷଣା କରାଯାଇଛି । ପୂର୍ବରୁ ଋଷ ସେପ୍ଟେମ୍ବରରେ ଭ୍ୟାକ୍‌ସିନ୍‌ ଉତ୍ପାଦନ ହେବା ସହ ଅକ୍ଟୋବରରେ ବଜାରରେ ଉପଲବ୍ଧ ହେବ ବୋଲି କହିଥିଲା ।

tika-0

ଋଷର ଗାମାଲିୟା ଇନ୍‌ଷ୍ଟିଚ୍ୟୁଟ୍‌ ଏହି ଭ୍ୟାକ୍‌ସିନ୍‌କୁ ବିକଶିତ କରିଛି । ଯାହାର ନାମ ରଖିଛି ‘ସ୍ପୁତନିକ V’ ଭ୍ୟାକ୍‌ସିନ୍‌ । ଡିସେମ୍ବର ଓ ଜାନୁଆରୀ ମାସରୁ ପ୍ରତିମାସ ୫୦ ଲକ୍ଷ ଡୋଜ୍‌ ଉତ୍ପାଦନ କରିବା ସହ ଅନ୍ୟ ଦେଶକୁ ପଠାଇବ ବୋଲି ଗାମାଲିୟା ଇନ୍‌ଷ୍ଟିଚ୍ୟୁଟ୍‌ ପ୍ରକାଶ କରିଥିଲା । ତେବେ ଋଷିୟ ଭ୍ୟାକ୍‌ସିନ୍‌ ୩ୟ ଚରଣ ଟ୍ରାଏଲ୍‌ ସମାପ୍ତ କରିନଥିବାରୁ ଏହା ସୁରକ୍ଷିତ ନୁହେଁ ବୋଲି ଚୀନ୍‌ ଓ ଆମେରିକା ଭଳି କେତେକ ଦେଶ ଦାବି କରିଥିଲା । ତେଣୁ ଋଷ ଏବେ ତା’ର ୩ୟ ଚରଣ ଟ୍ରାଏଲ୍‌ ବ୍ରାଜିଲ୍‌, ମେକ୍ସିକୋ,ସାଉଦି ଆରବ ଓ ୟୁଏଇରେ ଆରମ୍ଭ କରିବ ବୋଲି ଜଣାପଡ଼ିଛି । ଏହା ସହ ଋଷ ରାଷ୍ଟ୍ରପତି ପୁଟିନ୍‌ ତାଙ୍କ ଝିଅଙ୍କୁ ମଧ୍ୟ ପ୍ରଥମ ଭ୍ୟାକ୍‌ସିନ୍‌ ଦେଇଥିଲେ । ଏହି ଭ୍ୟାକ୍‌ସିନ୍‌ର ଡୋଜ୍‌ ଥରେ ନେଲେ ୨ ବର୍ଷ ଯାଏ କରୋନା ସଂକ୍ରମଣ ହେବ ନାହିଁ ବୋଲି ଭ୍ୟାକ୍‌ସିନ୍‌ ବିକଶିତ କରିଥିବା ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି ।

tika-00

ଏଥିସହ ଚୀନ୍‌ର ଭ୍ୟାକ୍‌ସିନ୍‌ ଚଳିତବର୍ଷ ଶେଷ ସୁଦ୍ଧା ବଜାରରେ ଉପଲବ୍ଧ ହେବ ବୋଲି ଚୀନ୍‌ର ସରକାରୀ ସମାଚାରପତ୍ର ଗ୍ଲୋବାଲ୍‌ ଟାଇମ୍ସରେ ପ୍ରକାଶ ପାଇଛି । ଚୀନ୍‌ର ଏହି ଭ୍ୟାକ୍‌ସିନ୍‌କୁ ପ୍ରସ୍ତୁତ କରୁଛି କାନ୍‌ସିନୋ ବାୟୋଲୋଜିକ୍‌ ଇଙ୍କ୍‌ । ଭ୍ୟାକ୍‌ସିନ୍‌ର ନାମ Ad5-nCoV ରଖାଯାଇଛି । ଏହି ଭ୍ୟାକ୍‌ସିନ୍‌କୁ ଚୀନ୍‌ ସେନା ଓ କାନ୍‌ସିନୋ ବାୟୋଲୋଜିକ୍‌ କମ୍ପାନୀ ମିଳିତ ଭାବେ ପ୍ରସ୍ତୁତ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.