Below header

ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର

ଗୁଜୁରାଟ(କେନ୍ୟୁଜ୍) : ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ତଥା ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର । ଗୁଜୁରାଟ ବିଧାନସଭା ପରିସରରେ ରିଟର୍ଣ୍ଣିଂ ଅଫିସର ପାଖରେ ପହଞ୍ଚିଥିଲେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଗତକାଲି ଜୟଶଙ୍କର ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଥିଲେ । ପୂର୍ବତନ ବୈଦେଶିକ ସଚିବ ଏସ. ଜୟଶଙ୍କରଙ୍କୁ ମୋଦି ତାଙ୍କ କ୍ୟାବିନେଟ୍‌ରେ ସାମିଲ କରିବା ସହ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଦେଇଥିଲେ । ତାଙ୍କର ପୂର୍ବ ଅଭିଜ୍ଞାତାକୁ ଦୃଷ୍ଟିରେ ରଖି ମୋଦି ତାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରିଥିଲେ । ମୋଦିଙ୍କ ପ୍ରଥମ ପାଳିରେ ଏସ୍‌. ଜୟଶଙ୍କର ୨୦୧୫ ରୁ ୨୦୧୮ ପର୍ଯ୍ୟନ୍ତ ବିଦେଶ ସଚିବ ଥିଲେ । ଏବେ ଜୟଶଙ୍କରଙ୍କୁ ରାଜ୍ୟସଭାକୁ ପଠାଯିବ । ସେ ଗୁଜରାଟରୁ ପ୍ରାର୍ଥୀ ହେବେ ବୋଲି ଜଣାପଡ଼ିଛି । ମନ୍ତ୍ରୀ ଭାବେ ଶପଥ ନେବାର ୬ ମାସ ମାଧ୍ୟରେ ଜଣେ ସଂସଦକୁ ନିର୍ବାଚିତ ହୋଇ ଆସିବା ନିୟମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.