ସମଲିଙ୍ଗୀ ବିବାହ ପ୍ରସଙ୍ଗ: ଆଜି ରାୟ ପ୍ରକାଶ କରିବେ ସର୍ବୋଚ୍ଚ ନ୍ୟାୟାଳୟ
ସମଲିଙ୍ଗୀ ବିବାହ ପ୍ରସଙ୍ଗ। ଆଜି ରାୟ ପ୍ରକାଶ କରିବେ ସର୍ବୋଚ୍ଚ ନ୍ୟାୟାଳୟ। ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠଙ୍କ ରାୟ ପ୍ରକାଶ ପାଇବ। ଦେଶରେ ସମଲିଙ୍ଗୀ ଵିଵାହକୁ ଆଇନଗତ ସ୍ୱୀକୃତି ମିଳିବ କି ନାହିଁ ସେ ନେଇ ଆସିବ ରାୟ।
ନୂଆଦିଲ୍ଲୀ : ସମଲିଙ୍ଗୀ ବିବାହ ପ୍ରସଙ୍ଗ। ଆଜି ରାୟ ପ୍ରକାଶ କରିବେ ସର୍ବୋଚ୍ଚ ନ୍ୟାୟାଳୟ। ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠଙ୍କ ରାୟ ପ୍ରକାଶ ପାଇବ। ଦେଶରେ ସମଲିଙ୍ଗୀ ଵିଵାହକୁ ଆଇନଗତ ସ୍ୱୀକୃତି ମିଳିବ କି ନାହିଁ ସେ ନେଇ ଆସିବ ରାୟ। ଗତ ମେ ୧୧ ରେ ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ସୁପ୍ରିମକୋର୍ଟ ଏନେଇ ୨୦ଟି ଆବେଦନ କରାଯାଇଛି। ସ୍ପେଶାଲ ମ୍ୟାରେଜ ଆକ୍ଟ ଆଧାରରେ ସମଲିଙ୍ଗୀ ବିବାହକୁ ସ୍ବୀକୃତି ଦେବାକୁ କୋର୍ଟରେ ଆବେଦନ କରାଯାଇଛି । ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାକୁ ବିରୋଧ କରାଯାଇଛି । ସମଲିଙ୍ଗୀ ବିବାହ ପାଶ୍ଚାତ୍ୟ ବିଚାର ଓ ସହରି ଚିନ୍ତାଧାରା ବୋଲି କହିଛି ସରକାର ।
ବିବାହ ନେଇ ସମ୍ବିଧାନ କ’ଣ କହୁଛି?
ପ୍ରଚଳିତ ନିୟମ ଅନୁଯାୟୀ, ଭାରତୀୟ ସମ୍ବିଧାନ କେବଳ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ବିବାହକୁ ଅନୁମତି ଦେଇଛି । ଭାରତରେ ବିବାହ ସମ୍ବନ୍ଧରେ ଚାରି ପ୍ରକାରର ନିୟମ ଅଛି; ହିନ୍ଦୁ ବିବାହ ଆଇନ, ଖ୍ରୀଷ୍ଟିଆନ ବିବାହ ଆଇନ, ମୁସଲିମ ବିବାହ ଆଇନ ଏବଂ ସ୍ୱତନ୍ତ୍ର ବିବାହ ଆଇନ। ଦେଶର ଦୁଇଜଣ ପ୍ରାପ୍ତ ବୟସ୍କ ବିସମଲିଙ୍ଗୀ ନାଗରିକ ଗୋଟିଏ ବିବାହ ପ୍ରମାଣପତ୍ର ସହ ନିଜକୁ ବିବାହିତ ବୋଲି ଘୋଷଣା କରିପାରିବେ ।