ନବରାତ୍ରି ତୃତୀୟ ଦିନ : ମା’ ଚନ୍ଦ୍ରଘଣ୍ଟାଙ୍କୁ ସମର୍ପିତ ଦିନ, ଜାଣନ୍ତୁ ଶୁଭ ମୁହୂର୍ତ୍ତ, ପୂଜା ବିଧି
ଭୟରୁ ମୁକ୍ତି ଏବଂ ଅପାର ସାହସ ପ୍ରାପ୍ତ ପାଇଁ ମା’ଚନ୍ଦ୍ରଘଣ୍ଟାଙ୍କ ଉପାସନା କରାଯାଏ। ଏହି ଦିନରେ ମା’ ଚନ୍ଦ୍ରଘଣ୍ଟାଙ୍କ ସ୍ୱରୂପକୁ ଉପାସନା କରାଯାଏ। ଏହି ଦେବୀଙ୍କ ମୁଣ୍ଡରେ ଘଣ୍ଟାର ଆକାର ଚନ୍ଦ୍ରମା ରହିଥାଏ। ଏଥିପାଇଁ ତାଙ୍କୁ ଚନ୍ଦ୍ରଘଣ୍ଟା କୁହାଯାଏ। ମାତା ଚନ୍ଦ୍ରଘଣ୍ଟାଙ୍କ ସ୍ୱରୂପ ହେଉଛି ଶିବଦୁତି ।
ହିନ୍ଦୁ ଧର୍ମରେ ଶକ୍ତି ଆରାଧନା ପାଇଁ ନବରାତ୍ରିର ୯ ଦିନ ଶୁଭ ହୋଇଥାଏ । ଯେଉଁ ବ୍ୟକ୍ତି ମନରେ ଶ୍ରଦ୍ଧା ରଖି ମା’ ଦୁର୍ଗାଙ୍କ ପୂଜା କରନ୍ତି ମା’ ତାଙ୍କ ଉପରେ ଅପାର କୃପା ଦେଇଥାନ୍ତି । ଶାରଦୀୟ ନବରାତ୍ରିର ତୃତୀୟ ଦିନରେ ମା’ ଚନ୍ଦ୍ରଘଣ୍ଟାଙ୍କୁ ପୂଜା କରାଯାଏ। ଭୟରୁ ମୁକ୍ତି ଏବଂ ଅପାର ସାହସ ପ୍ରାପ୍ତ ପାଇଁ ମା’ଙ୍କ ଉପାସନା କରାଯାଏ। ଏହି ଦିନରେ ମା’ ଚନ୍ଦ୍ରଘଣ୍ଟାଙ୍କ ସ୍ୱରୂପକୁ ଉପାସନା କରାଯାଏ। ଏହି ଦେବୀଙ୍କ ମୁଣ୍ଡରେ ଘଣ୍ଟାର ଆକାର ଚନ୍ଦ୍ରମା ରହିଥାଏ। ଏଥିପାଇଁ ତାଙ୍କୁ ଚନ୍ଦ୍ରଘଣ୍ଟା କୁହାଯାଏ। ମାତା ଚନ୍ଦ୍ରଘଣ୍ଟାଙ୍କ ସ୍ୱରୂପ ହେଉଛି ଶିବଦୁତି । ମା’ଙ୍କ ଦଶହାତରେ ଅସ୍ତ୍ରଶସ୍ତ୍ର ଏବଂ ହାତର ମୁଦ୍ରାଗୁଡିକ ଯୁଦ୍ଧ ମୁଦ୍ରାରେ ରହିଥାଏ। ମା’ ଚନ୍ଦ୍ରଘଣ୍ଟା ତନ୍ତ୍ର ସାଧନାରେ ମଣିପୁର ଚକ୍ରକୁ ନିୟନ୍ତ୍ରିତ କରିଥାନ୍ତି। ଜ୍ୟୋତିଷରେ ଏହାର ସମ୍ବନ୍ଧ ମଙ୍ଗଳ ଗ୍ରହ ସହିତ ରହିଥାଏ। ତେଣୁ ମା’ଙ୍କ ତୃତୀୟ ସ୍ୱରୂପର ଉପାସନା କରାଯାଏ।
ଶୁଭ ମୁହୂର୍ତ୍ତ : ସକାଳ ୪.୨୭ ମିନିଟରୁ ଆରମ୍ଭ କରି ୫ଟା ପର୍ଯ୍ୟନ୍ତ ।
ଅଭିଜିତ ମୁହୂର୍ତ୍ତ : ସକାଳ ୧୧.୨୯ ମିନିଟରୁ ୧୨ଟା ପର୍ଯ୍ୟନ୍ତ ।
ବିଜୟ ମୁହୂର୍ତ୍ତ : ଦିନ ୧.୪୭ ମିନିଟରୁ ଦ୍ୱିପ୍ରହର ୨.୩୩ ଟା ପର୍ଯ୍ୟନ୍ତ ।
ଜାଣନ୍ତୁ କିପରି କରିବେ ପୂଜା:
-ବୈଦିକ ଏବଂ ସପ୍ତସତୀ ମନ୍ତ୍ରୀ ଦ୍ୱାରା ମା ଚନ୍ଦ୍ରଘଣ୍ଟାଙ୍କର ପୂଜା କରାଯାଇଥାଏ। ଏଥିରେ ଆବାହନ, ଆସନ, ସ୍ନାନ, ବସ୍ତ୍ର, ସୌଭାଗ୍ୟ ସୂତ୍ର, ଚନ୍ଦନ, ସିନ୍ଦୂର, ହଳଦୀ, ଦୁବ, ପୁଷ୍ପ, ଦୀପ-ଧୂପ, ଫଳ, ପାନ, ଦକ୍ଷିଣା, ଆଳତୀ, ମନ୍ତ୍ର ପୁଷ୍ପାଞ୍ଜଳି ଆଦି ଅର୍ପଣ କରନ୍ତୁ।
-ମା ଚନ୍ଦ୍ରଘଣ୍ଟାଙ୍କ ଆଶୀର୍ବାଦରୁ ଭକ୍ତର ସମସ୍ତ ପାପ ନଷ୍ଟ ହୋଇଥାଏ ଏବଂ ସମସ୍ତ ବାଧା-ବିଗ୍ନହ ଦୂର ହୋଇଥାଏ। ଦେବୀ ମାଙ୍କ ପୂଜା କରିବା ଦ୍ୱାରା ସମସ୍ତ ଦୁଃଖ ଏବଂ ଭୟରୁ ମୁକ୍ତି ମିଳିଥାଏ। ମା ଚନ୍ଦ୍ରଘଣ୍ଟା ନିଜ ଭକ୍ତଙ୍କୁ ଅସୀମ ଶାନ୍ତି ଏବଂ ସୁଖ ପ୍ରଦାନ କରିଥାନ୍ତି।
– ମଣିପୁର ଚକ୍ର ଦୁର୍ବଳ ହେବା ଯୋଗୁଁ ବ୍ୟକ୍ତି ମନରେ ସାହସ ରହେନାହିଁ। ଭିତରେ ଥିବା ଭୟ ସବୁବେଳେ ଆସିଥାଏ। ମନୁଷ୍ୟ ଅନ୍ତରରେ ତୃଷ୍ଣା ଏବଂ ମୋହ ଉତ୍ପନ୍ନ କରିଥାଏ। ଈର୍ଷା, ଘୃଣା ଏବଂ ଲଜା ଭାବ ମଧ୍ୟ ଆସିଥାଏ। ତେଣୁ ଏହି ସମସ୍ୟାରୁ ମୁକ୍ତି ପାଇଁ ମଧ୍ୟରାତ୍ରୀରେ ଲାଲ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ। ପ୍ରଥମେ ନିଜ ଗୁରୁଙ୍କୁ ପ୍ରଣାମ କରି ମା’ ଦୁର୍ଗାଙ୍କ ସାମ୍ନାରେ ଦୀପ ଜଳାନ୍ତୁ। ଦୁର୍ଗା କବଚକୁ ବିଧିବିଧାନ ଅନୁଯାୟୀ ପାଠ କରନ୍ତୁ। ଯଦି ସମ୍ଭବ ହୁଏ ତେବେ ନିର୍ବାଣ ମନ୍ତ୍ର ଯଥାଶକ୍ତି ଜପ କରନ୍ତୁ।
ମା ଚନ୍ଦ୍ରଘଣ୍ଟାଙ୍କ ଭୋଗ :
ମା’ ଚନ୍ଦ୍ରଘଣ୍ଟାକୁ କ୍ଷୀର ପ୍ରସ୍ତୁତ ଜିନିଷ ଭୋଗ ଲଗାଯାଏ। ଶାସ୍ତ୍ର ଅନୁସାରେ, ପୂଜା ଦିନ କନ୍ୟାମାନଙ୍କୁ ଖିରି, ହାଲଓ୍ଵା ଏବଂ ସ୍ୱାଦିଷ୍ଟ ମିଠା ଦେବା ଦ୍ୱାରା ମାତା ପ୍ରସନ୍ନ ହୋଇଥାନ୍ତି। ମାନ୍ୟତା ଅନୁସାରେ, ମା’ ଚନ୍ଦ୍ରଘଣ୍ଟାଙ୍କୁ ପ୍ରସାଦ ରୂପେ ଗାଈ କ୍ଷୀରରୁ ପ୍ରସ୍ତୁତ ଭୋଗ ଲଗାଇବା ଦ୍ୱାରା ସମସ୍ତ ବିଘ୍ନ ଏବଂ ବାଧା ଦୂର ହୋଇଥାଏ।
ପୂଜାରେ ଜପ କରନ୍ତୁ ଏହି ମନ୍ତ୍ର:
ଯା ଦେବୀ ସର୍ବଭୂତେଷୁ ମା ଚନ୍ଦ୍ରଘଣ୍ଟା ରୂପେଣ ସଂସ୍ଥିତା
ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ
ପିଣ୍ଡଜ ପ୍ରବରା ରୁଢ଼ା ଚଣ୍ଡ କୈୟୁର୍ତା
ପ୍ରସାଦଂ ତନୁତେ ମହ୍ୟଙ୍ଗ ଚନ୍ଦ୍ରଘଣ୍ଟେତି ବିଶୃତା
ଓଁ ଚଂ ଚଂ ଚଂ ଚନ୍ଦ୍ରଘଣ୍ଟା ୟୈଃ ଦ୍ରୀ ନମଃ।