Below header

ହ୍ଵିଲ୍‌ ଚେୟାରରେ ସଞ୍ଜୟ ସିଂ, ମୁକ୍ତି ପୂର୍ବରୁ ହସ୍ପିଟାଲରୁ ତିହାର ଜେଲ୍‌ ଗଲେ ଆପ୍‌ ସାଂସଦ

୧୮୧ ଦିନ ପରେ ଆଜି ତିହାର ଜେଲରୁ ବାହାରିବେ ସଞ୍ଜୟ ସିଂ । ମଦ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ମଙ୍ଗଳବାର ତାଙ୍କୁ ଜାମିନ ପ୍ରଦାନ କରିଥିଲେ ।

୧୮୧ ଦିନ ପରେ ଆଜି ତିହାର ଜେଲରୁ ବାହାରିବେ ସଞ୍ଜୟ ସିଂ । ମଦ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ମଙ୍ଗଳବାର ତାଙ୍କୁ ଜାମିନ ପ୍ରଦାନ କରିଥିଲେ । ଯକୃତ ସମ୍ବନ୍ଧୀୟ ଅଭିଯୋଗ ପରେ ସଞ୍ଜୟ ସିଂଙ୍କୁ ମଙ୍ଗଳବାର ଆଇଏଲବିଏସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ଶେଷ ହେବା ପରେ ଆଜି ତାଙ୍କୁ ଡିସଚାର୍ଜ କରାଯାଇଛି ।

ଯେତେବେଳେ ତାଙ୍କୁ ହସ୍ପିଟାଲରୁ ତିହାରକୁ ନିଆଯାଉଥିଲା, ସେତେବେଳେ ସେ ହ୍ଵିଲ୍‌ ଚେୟାରରେ ବସିଥିବାର ନଜର ଆସିଥିଲେ । ଏହି ସମୟରେ ତାଙ୍କ ସହିତ ହସ୍ପିଟାଲର କିଛି ଲୋକ ଏବଂ ସୁରକ୍ଷା କର୍ମୀ ଥିଲେ ।

ତେବେ ମଙ୍ଗଳବାର କୋର୍ଟଙ୍କ ଆଦେଶ ପରେ ବୁଧବାର ସଞ୍ଜୟ ସିଂଙ୍କୁ ତିହାର ଜେଲରୁ ମୁକ୍ତ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଜାମିନ ସର୍ତ୍ତଗୁଡିକ ଟ୍ରାଏଲ କୋର୍ଟରେ ସ୍ଥିର କରାଯାଇଥିଲା, ଯାହା ପରେ ସଞ୍ଜୟ ସିଂଙ୍କ ପତ୍ନୀ ୨ ଲକ୍ଷ ଟଙ୍କାର ଜାମିନ ବଣ୍ଡ ଭରିଥିଲେ । ବର୍ତ୍ତମାନ ଯେକୌଣସି ସମୟରେ ସଞ୍ଜୟ ସିଂଙ୍କୁ ଜେଲରୁ ମୁକ୍ତ କରାଯାଇପାରେ ।

ସଞ୍ଜୟଙ୍କୁ ଗତ ବର୍ଷ ଅକ୍ଟୋବର ୪ରେ ଇଡି ଗିରଫ କରିଥିଲା । ୩ ମାସ ଜେଲରେ ରହିବା ପରେ ହାଇକୋର୍ଟରେ ଆପ୍ ସାଂସଦ ଜାମିନ ଆବେଦନ କରିଥିଲେ । ହେଲେ ଇଡି ଏହାକୁ ବିରୋଧ କରିଥିଲା । ହାଇକୋର୍ଟରେ ଜାମିନ ଆବେଦନ ଖାରଜ ହେବା ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କହି ରଖୁଛୁ ଯେ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ସଞ୍ଜୟ ସିଂ ୬ ମାସ ହେବ ଜେଲରେ ଅଛନ୍ତି ।

ସେପଟେ ଅବକାରୀ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ମାର୍ଚ୍ଚ ୨୧ରେ ଇଡି ଦ୍ୱାରା ଗିରଫ ହୋଇଛନ୍ତି । ଇଡି ରିମାଣ୍ଡ ଶେଷ ହେବା ପରେ ଦିଲ୍ଲୀର ଏକ ନିମ୍ନ କୋର୍ଟ ତାଙ୍କୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ବର୍ତ୍ତମାନ ତିହାର ଜେଲରେ ବନ୍ଦୀ ଅଛନ୍ତି କେଜ୍ରିଓ୍ଵାଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.