Below header

ବିଜାପୁର ଏନକାଉଣ୍ଟରରେ ମୃତ ୧୩ ନକ୍ସଲଙ୍କ ମୃତଦେହ ଉଦ୍ଧାର

ନିର୍ବାଚନ ପୂର୍ବରୁ ଛତିଶଗଡ଼ ବିଜାପୁରରେ ଗତକାଲି ସୁରକ୍ଷାବାହିନୀର ବଡ଼ ଅପରେସନରେ ମୃତ ୧୩ ନକ୍ସଲଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି । ମୃତଦେହକୁ ଚିହ୍ନଟ କରାଯାଉଛି । ଏହା କହିଛନ୍ତି ବସ୍ତର ରେଞ୍ଜ ଆଇଜି ପି. ସୁନ୍ଦରାଜ । ଅବାଧ, ମୁକ୍ତ ଓ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି ।

ବିଜାପୁର (କେନ୍ୟୁଜ୍‌) : ନିର୍ବାଚନ ପୂର୍ବରୁ ଛତିଶଗଡ଼ ବିଜାପୁରରେ ଗତକାଲି ସୁରକ୍ଷାବାହିନୀର ବଡ଼ ଅପରେସନରେ ମୃତ ୧୩ ନକ୍ସଲଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି । ମୃତଦେହକୁ ଚିହ୍ନଟ କରାଯାଉଛି । ଏହା କହିଛନ୍ତି ବସ୍ତର ରେଞ୍ଜ ଆଇଜି ପି. ସୁନ୍ଦରାଜ । ଅବାଧ, ମୁକ୍ତ ଓ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି ।

ଡିଆରଜି, କୋବ୍ରା, ବସ୍ତର ଫୋର୍ସ, ସିଆରପିଏଫ, ବିଏସଏଫ ଓ ଆଇଟିବି ନିୟୋଜିତ ଅଛନ୍ତି । ଏହାବ୍ୟତୀତ ନିର୍ବାଚନ କମିଶନଙ୍କ ପକ୍ଷରୁ ଅତିରିକ୍ତ ଫୋର୍ସ ପଠାଯାଇଛି । ପଡ଼ୋଶୀ ଓଡ଼ିଶା, ମହାରାଷ୍ଟ୍ର, ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶ ସହ ସମନ୍ବୟ ବୈଠକ କରାଯାଇ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି । ଗତକାଲି ବିଜାପୁରରେ ଲେଣ୍ଡ୍ରା ଗାଁ ନିକଟ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ନେଇ ସୂଚନା ମିଳିବା ପରେ ଡିଆରଜି, ଏସଟିଏଫ, ସିଆରପିଏଫ ଓ କୋବ୍ରା ବାଟାଲିଅନ ମିଳିତ ଭାବେ ଜଙ୍ଗଲରେ ସର୍ଚ୍ଚ ଅପରେସନ କରିଥିଲେ। ଉଭୟ ପକ୍ଷ ମଧ୍ୟରେ ଗୁଳିମାଡ଼ରେ ୧୧ ଜଣ ନକ୍ସଲ ମୃତ୍ୟୁବରଣ କରିଛନ୍ତି। ଘଟଣାସ୍ଥଳରୁ ବିପୁଳ ପରିମାଣର ଅଟୋମେଟିକ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଲୋକସଭା ନିର୍ବାଚନ ପାଖେଇଥିବା ବେଳେ ଛତିଶଗଡ଼ରେ ବଡ଼ଧରଣର ନକ୍ସଲ ବିରୋଧୀ ଅପରେସନ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୯ତାରିଖରେ ବସ୍ତର ଲୋକସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.