ଲୋକପ୍ରିୟ ଅଭିନେତା ବିଶେଶ୍ୱର ରାଓଙ୍କ ପରଲୋକ, କ୍ୟାନସର ନେଲା ଜୀବନ

ତାମିଲ ଫିଲ୍ମର ଲୋକପ୍ରିୟ ଅଭିନେତା ବିଶେଶ୍ୱର ରାଓଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା । ତେବେ ତାଙ୍କ ମୃତ୍ୟୁର କାରଣ କ୍ୟାନସର । ଅଭିନେତା ମଙ୍ଗଳବାର ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ତାମିଲ ଫିଲ୍ମର ଲୋକପ୍ରିୟ ଅଭିନେତା ବିଶେଶ୍ୱର ରାଓଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା । ତେବେ ତାଙ୍କ ମୃତ୍ୟୁର କାରଣ କ୍ୟାନସର । ଅଭିନେତା ମଙ୍ଗଳବାର ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବିଶେଶ୍ୱର ଫିଲ୍ମ ବ୍ୟତୀତ ଅନେକ ସିରିଅଲରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଚନ୍ତି । ତାଙ୍କ ମୃତ୍ୟୁରେ ଫିଲ୍ମ ଇଣ୍ଡଷ୍ଟ୍ରୀ ଏବଂ ଫ୍ୟାନ୍ସଙ୍କୁ ଝଟକା ଲାଗିଛି ।

ବିଶେଶ୍ୱର ରାଓଙ୍କ ଅଭିନୀତ ଫିଲ୍ମ ‘ପିତାମଗନ’ରେ ଅଭିନେତ୍ରୀଙ୍କ ବାପାଙ୍କ ଚରିତ୍ରରେ ନଜର ଆସିଥିଲେ । ଆଜି ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି ।

ବିଶେଶ୍ୱର ରାଓ ନିଜର କ୍ୟାରିଅର ୬ ବର୍ଷ ବୟସରେ ଆରମ୍ଭ କରିଥିଲେ । ସେ ୩୫୦ରୁ ଅଧିକ ଫିଲ୍ମରେ କାମ କରିସାରିଛନ୍ତି । ପ୍ରତି ଫିଲ୍ମରେ ଅଲଗା ଅଲଗା ଭୂମିକାରେ ନଜର ଆସିଥିଲେ । ‘ଇଓ୍ଵାନୋ ଉରୁବନ’ରେ ତାଙ୍କ ଚରିତ୍ର ବେଶ ଲୋକପ୍ରିୟତା ହାସଲ କରିଥିଲା ।

ଶିଶୁ କଳାକାର ଭାବେ କ୍ୟାରିଅର ଆରମ୍ଭ କରିଥିଲେ ବିଶେଶ୍ୱର । କେବଳ ୬ ବର୍ଷ ବୟସରେ ଶିଶୁ କଳାକାରରୁ ଆରମ୍ଭ କରି ୧୫୦ରୁ ଅଧିକ ଫିଲ୍ମରେ କାମ କରିସାରିଛନ୍ତି । ତେବେ ତାଙ୍କ ମୃତ୍ୟୁରେ ତେଲୁଗୁ ଏବଂ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରୀର ଅନେକ ଅଭିନେତା ଓ ଅଭିନେତ୍ରୀ ଶୋକ ପ୍ରକାଶ କରିଛନ୍ତି । ଚିରଞ୍ଜିବୀ, ପବନ କଲ୍ୟାଣ, ଜୁନିଅର ଏନଟିଆର ଭଳି ଜଣାଶୁଣା ଅଭିନେତା ଶୋକ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.