ପୁଣି ହସପିଟାଲରେ ଭର୍ତ୍ତି ହେଲେ ସତ୍ୟେନ୍ଦ୍ର ଜୈନ, ଅବସ୍ଥା ସଙ୍କଟାପନ୍ନ ସୂଚନା
ପୁଣି ବିଗିଡିଲା ଆପ୍ ର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ୱାସ୍ଥ୍ୟବସ୍ଥା । ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି ବୋଲି ସୂଚନା ମିଳିଛି । ତେବେ ପୂର୍ବରୁ ଗୋଟେ ଥର ହସପିଟାଲରେ ଭର୍ତ୍ତି ହୋଇଥିଲେ । ବାଥରୁମରେ ପଡିବା ଯୋଗୁଁ ମେରୁଦଣ୍ଡରେ ଆଘାତ ଲାଗିଥିଲା ।
ପୁଣି ବିଗିଡିଲା ଆପ୍ ର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ୱାସ୍ଥ୍ୟବସ୍ଥା । ସ୍ୱାସ୍ଥ୍ୟ ଖରାପ ହେବା ପରେ ତୁରନ୍ତ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିବା ଖବର ମିଳିଛି । ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି ବୋଲି ସୂଚନା ମିଳିଛି । ତେବେ ପୂର୍ବରୁ ଗୋଟେ ଥର ହସପିଟାଲରେ ଭର୍ତ୍ତି ହୋଇଥିଲେ । ବାଥରୁମରେ ପଡିବା ଯୋଗୁଁ ମେରୁଦଣ୍ଡରେ ଆଘାତ ଲାଗିଥିଲା । ଫଳରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି ।
ଜେଲ ବାଥରୁମରେ ପଡିବା ଫଳରେ ସତ୍ୟେନ୍ଦ୍ରଙ୍କ ମେରୁଦଣ୍ଡ ହାଡରେ ଆଘାତ ଲାଗିଛି । ସଫଦରଜଙ୍ଗ ହସପିଟାଲର ଡାକ୍ତର ଚିକିତ୍ସା କରି ସୂଚନା ଦେଇଛନ୍ତି । ଡାକ୍ତରଙ୍କ ସୂଚନା ଅନୁସାରେ, ତିହାର ଜେଲରେ ବାଥରୁମରେ ଗୋଡ ଖସିଯିବା ଯୋଗୁଁ ମେରୁଦଣ୍ଡ ହାଡରେ ଆଘାତ ଲାଗିଛି । ଯେଉଁଥିପାଇଁ ତାଙ୍କର ୩୫ କିଲୋ ଓଜନ କମିଯାଇଛି ।
Delhi | Jailed AAP leader Satyendar Jain brought to Deen Dayal Upadhyay Hospital after he slipped and fell in the bathroom at Tihar Jail last night. He has suffered minor injuries and has been brought for a checkup: Tihar Jail administration
(File photo) pic.twitter.com/gzU6dKl2XC
— ANI (@ANI) May 25, 2023
ତିହାର ଜେଲରେ ଗତ ବର୍ଷେ ହେଲାଣି ସତ୍ୟେନ୍ଦ୍ର ଜୈନ ଫଳ ଖାଉଛନ୍ତି । ସଠିକ୍ ଖାଇବା ନ ଖାଇବାରୁ ଦୁର୍ବଳ ହୋଇପଡିଛନ୍ତି । ଗତ ବର୍ଷକ ମଧ୍ୟରେ ସତ୍ୟେନ୍ଦ୍ର ୩୫ କେଜି ଓଜନ କମାଇଛନ୍ତି । ଏହାକୁ ନେଇ ସତ୍ୟେନ୍ଦ୍ର କୋର୍ଟରେ କହିଥିଲେ କି, ଧାର୍ମିକ ପରମ୍ପରା ପାଳନ କରୁଛନ୍ତି, ମନ୍ଦିର ନ ଯାଇ ଖାଦ୍ୟ ଖାଇବେ ନାହିଁ ବୋଲି କହିଥିଲେ । ଏଭଳି ସ୍ଥିତିରେ ସତୈନ୍ଦ୍ର ଜୈନ କେବଳ କଞ୍ଚା ପନିପରିବା, ଫଳ ଏବଂ ଡ୍ରାଏ ଫ୍ରୁଟ୍ସ ଉପରେ ହିଁ ନିର୍ଭରଶୀଳ। ବୋଧ ହୁଏ ଏହି କାରଣରୁ ତାଙ୍କ ଓଜନ ଦ୍ରୁତ ଗତିରେ ହ୍ରାସ ପାଇଛି ।