ଯୁବ ସମାଜସେବୀଙ୍କ ନିଷ୍ପତ୍ତିକୁ ସଲାମ୍, ଦିବ୍ୟାଙ୍ଗ ଯୁବତୀଙ୍କୁ କଲେ ଜୀବନସାଥି

ରାଜ୍ୟରୁ ମଦ ମୁକ୍ତି ନହେବା ଯାଏଁ କେବେ ବିବାହ କରିବେନି କି ପାଦରେ ଚପଲ ବି ପିନ୍ଧିବେ ନାହିଁ ଏମିତି କିଛି ପଣ ନେଇଥିଲେ ଯୁବ ସମାଜସେବୀ ଜୟନ୍ତ ଧଳ । ହେଲେ ଦୀର୍ଘ ବର୍ଷ ଧରି ସେ ନେଇଥିବା ଏଭଳି ନିଷ୍ପତ୍ତିକୁ ଶେଷରେ ନିଜେ ବଦଳାଇ ଦେଲେ । ଆଉ ଏହା ପଛର କାରଣ ଜାଣିଲେ ଆପଣ ବି ତାଙ୍କୁ ସଲାମ ନକରି ରହି ପାରିବେନି ।

ଢେଙ୍କାନାଳ(କେନ୍ୟୁଜ୍): ରାଜ୍ୟରୁ ମଦ ମୁକ୍ତି ନହେବା ଯାଏଁ କେବେ ବିବାହ କରିବେନି କି ପାଦରେ ଚପଲ ବି ପିନ୍ଧିବେ ନାହିଁ ଏମିତି କିଛି ପଣ ନେଇଥିଲେ ଯୁବ ସମାଜସେବୀ ଜୟନ୍ତ ଧଳ। ହେଲେ ଦୀର୍ଘ ବର୍ଷ ଧରି ସେ ନେଇଥିବା ଏଭଳି ନିଷ୍ପତ୍ତିକୁ ଶେଷରେ ନିଜେ ବଦଳାଇ ଦେଲେ। ଆଉ ଏହା ପଛର କାରଣ ଜାଣିଲେ ଆପଣ ବି ତାଙ୍କୁ ସଲାମ ନକରି ରହି ପାରିବେନି। ଇଏ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ବଳରାମପୁର ଗ୍ରାମର ସେହି ୪୨ ବର୍ଷୀୟ ଯୁବକ ଜୟନ୍ତ ଧଳ। ଯିଏ ଦୀର୍ଘ ବର୍ଷ ଧରି ରାଜ୍ୟରୁ ମଦ ମୁକ୍ତି ପାଇଁ କାର୍ଯ୍ୟ କରି ଆସୁଛନ୍ତି। ଆଉ ଯେ ପର୍ଯ୍ୟନ୍ତ ଏହା ସମ୍ଭବ ନହୋଇଛି ସେ ପର୍ଯ୍ୟନ୍ତ ବିବାହ କରିବେନି ବୋଲି ନିଷ୍ପତ୍ତି ନେଇଥିଲେ। ସାଙ୍ଗ ସାଥୀ ବନ୍ଧୁ ବାନ୍ଧବ ପରିବାର ଲୋକ ଯେତେ ଯିଏ କହିଲେ ବି ସେ ବିବାହ ପାଇଁ ରାଜି ହେଉ ନଥିଲେ ନିଜ ଜିଦ୍ ରେ ଅଟଳ ଥିଲେ ।

କିନ୍ତୁ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କ ବିବାହ ପାଇଁ କେହି ବି ରାଜି ହେଉନଥିବାରୁ ବିବାହ ବାରମ୍ବାର ଭାଙ୍ଗି ଯାଉଥିବା ଦେଖି ଜୟନ୍ତ ଶେଷ ନିଜେ ନେଇଥିବା ନିଷ୍ପତ୍ତି ବଦଳାଇ ଦେଲେ। ଆଉ ଶେଷରେ ସେହି ଦିବ୍ୟାଙ୍ଗ ଯୁବତୀଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଜୟନ୍ତ ଅଗ୍ନିକୁ ସାକ୍ଷୀ ରଖି ମନ୍ଦିରରେ ଦିବ୍ୟାଙ୍ଗ ଯୁବତୀଙ୍କୁ ବିବାହ କରିଥିଲେ। ବିବାହ କରୁଥିବା ଏହି ଯୁବତୀ ଜଣଙ୍କ ହେଉଛନ୍ତି ସେହି ବଳରାମପୁର ଗାଁର ଜୟନ୍ତୀ ବେହେରା। ଜୟନ୍ତୀ ପିଲା ବେଳୁ ଦିବ୍ୟାଙ୍ଗ। ତାଙ୍କର ଗୋଟିଏ ହାତ ଦିବ୍ୟାଙ୍ଗ ହୋଇ ଥିବାରୁ କେହି ବି ତାଙ୍କୁ ବିବାହ କରିବା ପାଇଁ ଇଛା କରୁ ନଥିଲେ। ଏବେ ଉଭୟ ଜୟନ୍ତ ଓ ଜୟନ୍ତୀ ଢେଙ୍କାନାଳର ମହାକାଳେଶ୍ୱର ମହାଦେବଙ୍କ ମନ୍ଦିରରେ ଶେଷ ନିଶ୍ୱାସ ଯାଏଁ ସାଥୀ ହୋଇ ରହିବା ପାଇଁ ଅଗ୍ନିକୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଯୁବ ସମାଜସେବୀ ଜୟନ୍ତଙ୍କର ଏଭଳି ପଦକ୍ଷେପ ଆଜିର ଯୁବ ସମାଜ ପାଇଁ ପ୍ରେରଣାଦାୟକ ନିଶ୍ଚୟ।

marriage

ଦିବ୍ୟାଙ୍ଗ ଯୁବତୀ ଜୟନ୍ତୀଙ୍କ ପାଇଁ ଆସୁଥିବା ସମସ୍ତ ପ୍ରସ୍ତାବ ଗୋଟି ଗୋଟି କରି ଭାଙ୍ଗିଯିବା ପରେ ଜୀବନରେ ତାଙ୍କୁ ଆଉ କେବେ କେହି ବିବାହ କରିବେ ବୋଲି ଆଶା ମଧ୍ୟ ରଖି ନଥିଲେ ସେ। ହେଲେ ଦେବଦୂତ ସାଜି ଆସିଥିଲେ ଜୟନ୍ତ। ଆଉ ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ଜୟନ୍ତୀଙ୍କୁ ଜୀବନସାଥୀ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଜୟନ୍ତଙ୍କ ଅନ୍ୟ ଏକ ପରିଚୟ ହେଉଛି ୨୦୧୮ ମସିହାରେ ଯେତେବେଳେ ରାଜ୍ୟ ସରକାର ପକ୍ଷରୁ ବଳରାମପୁର ଝିଙ୍କରଗଡି ଜଙ୍ଗଲରେ ବିୟର ବଟଲିଙ୍ଗ ପ୍ଲାଣ୍ଟ ପାଇଁ ହଜାରରୁ ଅଧିକ ମୂଲ୍ୟବାନ ଗଛ କାଟି ଦେଇଥିଲେ। ସେତେବେଳେ ଏହାକୁ ବିରୋଧ କରି ବିୟର ଫାକ୍ଟ୍ରି ବିରୋଧୀ ଆନ୍ଦୋଳନରେ ମହିଳା ମାନଙ୍କୁ ସମର୍ଥନ କରି ମୁଖ୍ୟ ପୁରୋଧା ସାଜିଥିଲେ। ଆଉ ଶେଷରେ ସେହି ସମୟରେ ସରକାର ମଧ୍ୟ ବିୟର ବଟଲିଙ୍ଗ ପ୍ଲାଣ୍ଟ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥିଲେ। ଆଉ ଏବେ ଦିବ୍ୟାଙ୍ଗ ଯୁବତୀଙ୍କୁ ବିବାହ କରିଥିବା ଯୁବ ସମାଜସେବୀ ଜୟନ୍ତଙ୍କ ଏଭଳି ମହାନ କାମ ପାଇଁ ଏବେ ସବୁଆଡୁ ଛୁଟୁଛି ପ୍ରଶଂସାର ସୁଅ। ବଳରାମପୁର ଗ୍ରାମବାସୀଙ୍କ ସମେତ ଅଞ୍ଚଳ ବାସୀ । ଜୟନ୍ତଙ୍କ ଏଭଳି ନିଆରା ବିବାହ ପାଇଁ ନିଜକୁ ଗର୍ବିତ ଅନୁଭବ କରୁଛନ୍ତି ସମ୍ପକୀୟ ମାନେ ବୋଲି ପ୍ରକାଶ କରିଛନ୍ତି।

ସମାଜରେ ଦିବ୍ୟାଙ୍ଗ ମାନଙ୍କ ପ୍ରତି ଲୋକଙ୍କ ମନରେ ଥିବା ହୀନ ମାନସିକତା ଓ ଭିନ୍ନ ଚକ୍ଷୁରେ ଦେଖୁଥିବା ଜନ ସମାଜକୁ ଜୟନ୍ତଙ୍କର ଏଭଳି କାର୍ଯ୍ୟ ସମାଜକୁ ନିଶ୍ଚୟ ପ୍ରେରଣ ଦେବ ।