Below header

‘ଭଲ ଲାଗୁନି ଯଦି ଟିଭି ଦେଖନାହିଁ, କିଏ ଆପଣଙ୍କୁ ବାଧ୍ୟ କରୁଛି’: ସୁପ୍ରିମ୍‌କୋର୍ଟ

‘ଭଲ ନ ଲାଗିଲେ ଚ୍ୟାନେଲ୍‌ ବଦଳାଇ ଦିଅ। ଏମିତି ଚ୍ୟାନେଲ୍‌ ଦେଖିବାକୁ କିଏ ଆପଣଙ୍କୁ ବାଧ୍ୟ କରୁଛି’? ଏହା କହିଛନ୍ତି ସୁପ୍ରିମ୍‌କୋର୍ଟ।

‘ଭଲ ନ ଲାଗିଲେ ଚ୍ୟାନେଲ୍‌ ବଦଳାଇ ଦିଅ। ଏମିତି ଚ୍ୟାନେଲ୍‌ ଦେଖିବାକୁ କିଏ ଆପଣଙ୍କୁ ବାଧ୍ୟ କରୁଛି’? ଏହା କହିଛନ୍ତି ସୁପ୍ରିମ୍‌କୋର୍ଟ। ନ୍ୟୁଜ୍‌ ଚ୍ୟାନେଲ୍‌ଗୁଡ଼ିକର ମନିଟରିଂ ସମ୍ପର୍କିତ ଏକ ଆବେଦନର ଶୁଣାଣି କରିବାକୁ ସୁପ୍ରିମ୍‌କୋର୍ଟ ମନା କରିଦେଇଛନ୍ତି। କୋର୍ଟରେ ଟିଭି ଚ୍ୟାନେଲ୍‌ଗୁଡ଼ିକ ବିରୋଧରେ ଏକ ଜନସ୍ୱାର୍ଥ ମାମଲା (PIL) ଦାଖଲ କରାଯାଇଥିଲା।

ଏହି ଆବେଦନରେ କୁହାଯାଇଥିଲା ଯେ ନ୍ୟୁଜ୍‌ ଚ୍ୟାନେଲ୍‌ଗୁଡ଼ିକର ମନିଟରିଂ ପାଇଁ ବୋର୍ଡ କିମ୍ବା ଟ୍ରିବ୍ୟୁନାଲ୍‌ ଗଠନ କରାଯାଉ, ଯଦ୍ଦ୍ଵାରା ଦର୍ଶକମାନଙ୍କ ଅଭିଯୋଗଗୁଡ଼ିକୁ ଶୁଣାଯାଇ ପାରିବ। ତେବେ ଆବେଦନ ଉପରେ ଶୁଣାଣି କରିବାକୁ ମନା କରି ଜଷ୍ଟିସ୍‌ ଅଭୟ ଏସ୍‌ ଓକା ଏବଂ ଜଷ୍ଟିସ୍‌ ସଞ୍ଜୟ କରୋଲ୍‌ଙ୍କ ବେଞ୍ଚ କହିଛନ୍ତି ଯେ ଯେଉଁ ଚ୍ୟାନେଲ୍‌ ପସନ୍ଦ ଆସୁନି, ତାହା ବନ୍ଦ କରିଦିଅ।

ଜଷ୍ଟିସ୍‌ ଓକା କହିଛନ୍ତି, ଆପଣଙ୍କୁ ଏମିତି ଚ୍ୟାନେଲ୍‌ ଦେଖିବା ପାଇଁ କିଏ ବାଧ୍ୟ କରୁଛି? ଯଦି ଆପଣଙ୍କୁ ଭଲ ଲାଗୁନି, ତେବେ ସେହି ଚ୍ୟାନେଲ୍‌ ଦେଖନ୍ତୁ ନାହିଁ। ଯେତେବେଳେ କିଛି ଭୁଲ୍‌ ଦେଖାଯାଉଛି, ତାହା ହେଉଛି ଧାରଣାର କଥା। ଆପଣଙ୍କର କ’ଣ ସ୍ୱାଧୀନତା ନାହିଁ? ଯଦିଓ ଆମେ କହୁ କି, ମିଡିଆ ଟ୍ରାଏଲ୍‌ ହେବ ନାହିଁ। କିନ୍ତୁ ଇଣ୍ଟରନେଟ୍‌ରେ ଥିବା ଜିନିଷଗୁଡ଼ିକୁ କିପରି ଆମେ ରୋକିପାରିବୁ? ଆମେ ଏମିତି ଆବେଦନ ଉପରେ କେମିତି ଶୁଣାଣି କରିବୁ? ଆପଣଙ୍କ ପାଖରେ ଟିଭିର ବଟନ ନ ଦବାଇବାର ପୂର୍ଣ୍ଣ ସ୍ୱାଧୀନତା ରହିଛି।

ଜଷ୍ଟିସ୍‌ ଓକା ଆହୁରି କହିଥିଲେ ଯେ ଆପଣ ହାଇକୋର୍ଟ କାହିଁକି ଯାଉନାହାନ୍ତି? ପ୍ରତ୍ୟେକ ମାମଲାର ଶୁଣାଣି ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ହିଁ କାହିଁକି କରାଯିବ? ଆପଣଙ୍କୁ ଲାଗୁଛି କି, ହାଇକୋର୍ଟ ଏମିତି ମାମଲାଗୁଡ଼ିକର ଶୁଣାଣି ପାଇଁ ସକ୍ଷମ ନୁହଁନ୍ତି। ଏହା ଭୁଲନ୍ତୁନି ଯେ ଆମେ ସମସ୍ତେ ମଧ୍ୟ ହାଇକୋର୍ଟ ହୋଇ ଆସିଥାଉ।

କହି ରଖୁଛୁ, ଦିଲ୍ଲୀ ଓକିଲ ରିପକ୍‌ କଂସଲ ସୁପ୍ରିମ୍‌କୋର୍ଟରେ ଆବେଦନ ଦାଖଲ କରିଥିଲେ। ସେ ‘ସମ୍ବେଦନଶୀଳ ରିପୋର୍ଟିଂ’ କରୁଥିବା ନ୍ୟୁଜ୍‌ ଚ୍ୟାନେଲ୍‌ଗୁଡ଼ିକର ମନିଟରିଂ ପାଇଁ ଏକ ରେଗୁଲେଟରି ଅଥରିଟି ଗଠନ କରିବାକୁ ଦାବି କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.