‘ଡନ ୩’ର ଟିଜର ରିଲିଜ, ଏଥର ଡନ ଭୂମିକାରେ ଶାହରୁଖ ନୁହେଁ ବରଂ ନଜର ଆସିବେ ରଣବୀର

ଫିଲ୍ମ ‘ଡନ ୩’ର ଟିଜର ରିଲିଜ କରିଛନ୍ତି ଫରହାନ ଅଖତର । ଆଉ ଏଥର ଡନ ଭୂମିକାରେ ଶାହରୁଖ ନୁହେଁ ରଣବୀର ସିଂ ନଜର ଆସୁଛନ୍ତି । ରଣବୀରଙ୍କ ପ୍ରଥମ ଝଲକ ଦେଖି ଫ୍ୟାନ୍ସ ଖୁସି ହୋଇଯାଇଛନ୍ତି ।

ଫ୍ୟାନ୍ସ ଅପେକ୍ଷା କରି ରହିଥିବା ଫିଲ୍ମ ‘ଡନ୍‌ ୩’ର ପ୍ରଥମ ଲୁକ୍‌ ସାମ୍ନାକୁ ଆସିଛି । ପ୍ରଥମ ଝଲକ ସହିତ ଡନର ଚେହେରା ମଧ୍ୟ ନଜର ଆସିଛି । ଏଥିର ଶାହରୁଖ ନୁହେଁ ବରଂ ରଣବୀର ସିଂଙ୍କୁ ଡନ ଭୂମିକାରେ ଦେଖିବାକୁ ମିଳିବ । ରଣବୀରଙ୍କ ଡନ୍‌ ଲୁକ୍‌ ଏବଂ ଏକ୍ସପ୍ରେସନ ଦେଖି ଫ୍ୟାନ୍ସ ପ୍ରଶଂସା କରିବାରେ ଲାଗିପଡିଛନ୍ତି ।

ଫିଲ୍ମ ଡନର ଟିଜର ରିଲିଜ ହୋଇଛି । ଫରହାନ ଅଖତର ସୋସିଆଲ ମିଡିଆରେ ଫିଲ୍ମର ଟିଜର ପୋଷ୍ଟ କରିଛି । ଏଥିର ଡନ ଭୂମିକାରେ ଅମିତାଭ ବଚ୍ଚନ କିମ୍ବା ଶାହରୁଖ ଖାନ ନୁହେଁ ବରଂ ରଣବୀର ସିଂ ନଜର ଆସିଛନ୍ତି । ୧ ମିନିଟ ୫୮ ସେକେଣ୍ଡ ଭିଡିଓରେ ରଣବୀରଙ୍କ ଶାନଦାର ଲୁକ୍‌ ଦେଖିବାକୁ ମିଳିଛି ।

ଟିଜରରେ ରଣବୀର ଏକ ସୁନ୍ଦର ଏବଂ ବଡ ସି ବିଲିଡିଂ ଚେୟାରରେ ବସିଥିବାର ନଜର ଆସିଛନ୍ତି । ପଛରେ ଦମଦାର ଭଏସ ଚାଲିଛି । ଟିଜରକୁ ଦେଖି ଫ୍ୟାନ୍ସ ଟ୍ରେଲରକୁ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି ।

ଡନ୍‌, ଡନ ୨ ଫିଲ୍ମ ସଫଳତା ପାଇବା ପରେ ଫ୍ୟାନ୍ସ ଦୀର୍ଘଦିନରୁ ଏହାର ସିକ୍ୱେଲକୁ ଚାହିଁ ରହିଥିଲେ । ଦର୍ଶକଙ୍କ ଇଚ୍ଛା ପୂରଣ କରିବା ପାଇଁ ଫରହାନ ଡନ୍‌ ୩ ନିର୍ମାଣ ଆରମ୍ଭ କରିଥିଲେ । ଏଥିପାଇଁ ଶାହରୁଖଙ୍କୁ ସ୍କ୍ରିପ୍ଟ ମଧ୍ୟ ଶୁଣାଯାଇଥିଲା । କିନ୍ତୁ ଶାହରୁଖ ପଠାନ ଭଳି ଆକ୍ସନ ଫିଲ୍ମ କରିବାକୁ ଚାହୁଁଥିଲେ । ଏଥିପାଇଁ ସେ ମନା କରିଦେଇଥିଲେ । ଆଉ ଶାହରୁଖଙ୍କ ପରେ ରଣବୀରଙ୍କୁ ଏହି ଫିଲ୍ମ ପାଇଁ ଆପ୍ରୋଚ କରାଯାଇଥିଲା । ତେବେ ଫିଲ୍ମରେ ରଣବୀରଙ୍କ କମାଲ୍‌ ଦେଖିବାକୁ ବାକି ରହିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.